ETV Bharat / bharat

ମହେଶ୍ବର ସାସମଲ ହତ୍ୟା ଘଟଣା, ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ - case

ମହେଶ୍ବର ସାସମଲ ହତ୍ୟା ଘଟଣାରେ ମାନ୍ୟବର ଅତିରିକ୍ତ ଜିଲ୍ଲା କୋର୍ଟ ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷ୍ୟ ରହିଥିବା ବେଳେ ଶେଷରେ ଦୀର୍ଘ 13 ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
author img

By

Published : Jun 19, 2019, 3:48 PM IST

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ମହେଶ୍ବର ସାସମଲ ହତ୍ୟା ଘଟଣାରେ ମାନ୍ୟବର ଅତିରିକ୍ତ ଜିଲ୍ଲା କୋର୍ଟ ୧୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଦୀର୍ଘ 13 ବର୍ଷ ପୂର୍ବରୁ ହୋଇଥିବା ଏହି ହତ୍ୟାକାଣ୍ଡ ଘଟଣାରେ ଆଜି ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁରର ଏଡିଜେ-୧ କୋର୍ଟରେ ମାମଲାର ବିଚାର ଚାଲିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର କୋର୍ଟ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଶାନ୍ତି ସୁରକ୍ଷା ସଂଙ୍ଘର ତତ୍କାଳୀନ ସଭାପତି ସନ୍ତୋଷ ସାହୁଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ, ବ୍ରହ୍ମପୁର ସହର ଉପକଣ୍ଠ ପୁଲଟା ଗ୍ରାମରେ ଗତ ୨୦୦୭ ମେ’ ୧୨ ରେ ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷ୍ୟ ରହିଥିବା ବେଳେ ଶେଷରେ ଦୀର୍ଘ 13 ବର୍ଷ ପରେ ଏହାର ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପରେ ମୃତକଙ୍କ ଭାଇ ଶେଷରେ ନ୍ୟାୟ ପାଇଥିବା କହିଛନ୍ତି।

ସେପଟେ ଦଣ୍ଡ ଘୋଷଣା ପରେ ଏହାକୁ ନେଇ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ଲାଞ୍ଜିପଲ୍ଲୀ ଶାନ୍ତିସୁରକ୍ଷା ସଂଙ୍ଘର ସଭାପତି ସନ୍ତୋଷ ସାହୁ । ଅନ୍ୟପଟେ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢୁଥିଲେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବି ଶିଶିର କୁମାର ପାଢୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ଅଗ୍ନି କାଣ୍ଡ କିମ୍ବା ଅନ୍ୟ କୌଣସି ବିପର୍ଯ୍ୟୟ ମୁକାବିଲା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।ଫଳରେ ଅସୁରକ୍ଷିତ ଭାବେ ଦ୍ବିତଳରୁ ଉର୍ଦ୍ଧ୍ବ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କୋଠା ରହିଛି । ସୁରତ ଅଗ୍ନି କାଣ୍ଡ ପରେ ଅଗ୍ନିଶମ ବିଭାଗ ପକ୍ଷରୁ କେବଳ କେତେକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରକୁ ନୋଟିସ ପଠାଇ ବିଭାଗ ବସିଯାଇଛି ।

Body:ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ଅନେକ ସରକାରୀ ଓ ବ୍ୟକ୍ତିଗତ ବଡ ବଡ କୋଠା ରହିଛି ।ଫାୟାର ପରମିଶନ ନଥାଇ ଏଭଳି ଅନେକ କୋଠା ରହିଛି ।ଫଳରେ କୌଣସି ସମୟରେ ମଧ୍ୟ ଅଘଟଣ ଘଟିପାରେ ।କିନ୍ତୁ ଅଗ୍ନିଶମ ବିଭାଗ ର ଉଦାସୀନତା ଯୋଗୁଁ ଜିଲ୍ଲାର ଅଧିକାଂଶ ବଡ କୋଠା ଓ ଅନ୍ୟ ଜରୁରୀ ସ୍ଥାନରେ ବିନା ଫାୟାର ପରମିଶନ ରେ ନିର୍ମାଣ କରାଯାଇଛି ।ଏଥିପାଇଁ ସରକାରଙ୍କ କଡାକଡି ନିୟମ ମଧ୍ୟ ରହିଛି ।ଏବେ ସୁରତର ଅଗ୍ନି କାଣ୍ଡ ପରେ ନିର୍ଦ୍ଦିଷ୍ଟ କେତେକ କୋଚିଂ ସେଣ୍ଟରକୁ ନୋଟିସ କରି ବସିଯାଇଛି ଅଗ୍ନିଶମ ବିଭାଗ ।ଅଧିକାରୀ କହିଛନ୍ତି ଏନେଇ ପଦକ୍ଷେପ ନିଆଯିବ ଓ ସଚେତନ କରାଯିବ ।

Conclusion:ବାଇଟ-୧-ସ୍ମୃତି ଚିନ୍ମୟୀ ପ୍ରଧାନ, ଛାତ୍ରୀ
ବାଇଟ-୨-ରବୀନ୍ଦ୍ର କୁମାର ପରିଡା, ଏ ଏଫ ଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.