ETV Bharat / bharat

ଇସ୍ରାଏଲ୍‌ ମଦ କମ୍ପାନୀ ବୋତଲରେ ଗାନ୍ଧୀଙ୍କ ଫଟୋ - based

କେରଳରେ କାରବାର କରୁଥିବା ଇସ୍ରାଏଲର ଏକ ମଦ କମ୍ପାନୀ ବିବାଦ ଘେରରେ ଫସିଛି । ମାକା ବ୍ରବରୀ ମଦ ବୋତର ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯାଇଥିବାରୁ ବିବାଦ ମୁଣ୍ଡ ଟେକିଛି ।

ଡିଜାଇନ ଫଟୋ
author img

By

Published : Jun 30, 2019, 5:34 PM IST

ଥିରୁଅନନ୍ତପୁରମ୍‌: ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଲଗା ଟଏଲେଟ୍ ସିଟ୍ ଓ ଯୋତା ବିକ୍ରି ନେଇ କିଛି ଦିନ ତଳେ ଖବର ଚର୍ଚ୍ଚାରେ ରହିଥିଲା । ଏବେ କେରଳରେ କାରବାର କରୁଥିବା ଇସ୍ରାଏଲର ଏକ ମଦ କମ୍ପାନୀ ବିବାଦ ଘେରରେ ଫସିଛି । ମାକା ବ୍ରବରୀ ମଦ ବୋତର ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯାଇଥିବାରୁ ବିବାଦ ମୁଣ୍ଡ ଟେକିଛି ।

ଏହି ଘଟଣା ସାମନାକୁ ଆସିଲା ପରେ ଏହାକୁ ନେଇ ମହାତ୍ମା ଗାନ୍ଧୀ ନ୍ୟାସନାଲ ଫାଉଣ୍ଡେସନ୍‌ ଅଧ୍ୟକ୍ଷ ଏ.ବି.ଜେ ଜୋଶ୍‌ ଏହା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ୍‌ ରାଷ୍ଟ୍ରପ୍ରତି ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପାଖକୁ ଚିଠି ଲେଖିଛନ୍ତି । ଏହାସହ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ଏବି ବିୟର ବୋଟଲକୁ ଅମିତ ଶିମୋନୀ ନାମକ ଜଣେ ବ୍ୟକ୍ତି ଡିଜାଇନ କରିଥିବା କଥା ସେ କହିଛନ୍ତି ।

ଏହି ଛବିରେ ଗାନ୍ଧୀ ଏକ ଥଣ୍ଡା ଗ୍ଲାସ, ଟି-ସାର୍ଟ ଓ ଏକ ଓଭରକୋର୍ଟ ପିନ୍ଧିଥିବା ଦେଖାଯାଉଛି । ଯାହାକି ଗାନ୍ଧୀଙ୍କୁ ଥଟ୍ଟା ଓ ବିଦ୍ରୁପ କରିବା ଦର୍ଶାଯାଇଛି । ଜୋଶ୍‌ ଚିଠିରେ ଏହାକୁ ତୁରନ୍ତ ହଟାଇବା ପାଇଁ ଦାବି କରିଛନ୍ତି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.