ପ୍ରୟାଗରାଜ: ଆଜି ପବିତ୍ର ମହାଶିବରାତ୍ରୀ । ସାରା ଦେଶରେ ଆଜି ଶିବଙ୍କୁ ପୂଜାର୍ଚ୍ଚନା କରି ଆରଧନା କରୁଛନ୍ତି । ତେବେ ଦେଶର ସର୍ବବୃହତ ଆଧ୍ୟାତ୍ମିକ ମେଳା ‘ପ୍ରୟାଗ କୁମ୍ଭମେଳା’ରେ ଆଜି ଶେଷ ବୁଡ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋର ସକାଳୁ ଭକ୍ତମାନେ ଶ୍ରଦ୍ଧାର ବୁଡ଼ ପକାଉଥିବା ବେଳେ ସନ୍ଧ୍ୟାଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁ, ସାଧୁସନ୍ଥ ବୁଡ଼ ପକାଇବେ ।
Prayagraj: #Visuals from Sangam ghat on the occasion of #Mahashivratri and last 'shahi snan' of Kumbh Mela pic.twitter.com/kpGDNebdym
— ANI UP (@ANINewsUP) March 4, 2019 " class="align-text-top noRightClick twitterSection" data="
">Prayagraj: #Visuals from Sangam ghat on the occasion of #Mahashivratri and last 'shahi snan' of Kumbh Mela pic.twitter.com/kpGDNebdym
— ANI UP (@ANINewsUP) March 4, 2019Prayagraj: #Visuals from Sangam ghat on the occasion of #Mahashivratri and last 'shahi snan' of Kumbh Mela pic.twitter.com/kpGDNebdym
— ANI UP (@ANINewsUP) March 4, 2019
କୁମ୍ଭମେଳାର ଶେଷ ଦିନ ହୋଇଥିବାରୁ ଶ୍ରଦ୍ଧାଳୁମାନେ ମନରେ ଭକ୍ତି ଏବଂ ପବିତ୍ରତାର ମନଭାବ ରଖି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ଆଉ ଏଭଳି ସୁଯୋଗ ବର୍ଷକୁ ଥରେ ମିଳେ । ତେଣୁ ଏଠାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ରହିବ । ଭକ୍ତଙ୍କ ପାଇଁ ଆଜି ଶେଷ ସୁଯୋଗ ଆସିଛି । ତେଣୁ ଶ୍ରଦ୍ଧାଳୁମାନେ ଏହି ସୁଯୋଗକୁ ହାତ ଛଡ଼ା କରିବେ ନାହିଁ ।
ଶିବଙ୍କ ବାର ସୋମବାର ହେଉଛି ଶିବଭକ୍ତଙ୍କ ପାଇଁ ବଡ଼ ଦିନ । ଅନ୍ୟପକ୍ଷରେ ଆଜି ମହାଶିବରାତ୍ରୀ ଏବଂ ସୋମବାର ହୋଇଥିବାରୁ ପ୍ରୟାଗ କୁମ୍ଭମେଳାର ଅନ୍ତିମ ଦିବସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସୂଚନାଯୋଗ୍ୟ ପ୍ରୟାଗରାଜ କୁମ୍ଭମେଳା ଜାନୁଆରୀ ୧୫ରେ ଆରମ୍ଭ ହୋଇଥିଲା । ଦୀର୍ଘ ୫୪ ଦିବସୀୟ ମେଳା ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏପର୍ଯ୍ୟନ୍ତ କୁମ୍ଭମେଳା ସୁରକ୍ଷିତ ଏବଂ ଶାନ୍ତି ସହିତ ପରିଚାଳିତ ହୋଇଛି । ମେଳାରେ ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥଙ୍କ ପାଇଁ ସରକାରଙ୍କ ତରଫରୁ ସୁବ୍ୟସ୍ଥା କରାଯାଇଛି ।
ଆସନ୍ତୁ ଜାଣିବା କୁମ୍ଭମେଳାର କେତକ ମୁଖ୍ୟ କଥା-
- ମହାଶିବରାତ୍ରୀ ଅବସରରେ ଶିବ ମନ୍ଦିରରେ 450 ଅତିରିକ୍ତ ଯବାନ ମୁତୟନ କରାଯାଇଛି ।
- ଶେଷ ସ୍ନାନ ଯାତ୍ରାରେ ବୁଡ ପକାଇପାରିବେ 1 କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ।
- ମକର ସଂକ୍ରାନ୍ତି ଦିନ ଆରମ୍ଭ ହେଲା ପ୍ରଥମ କୁମ୍ଭମେଳା ସ୍ନାନ (ଜାନୁଆରୀ 15)