ମୁମ୍ବାଇ: ସେଲ୍ଫ କ୍ବାରେଣ୍ଟାଇନକୁ ଗଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ । ସଂକ୍ରମଣରୁ ଦୂରେଇ ରହିବାକୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ମନ୍ତ୍ରୀ ଜିତେନ୍ଦ୍ର ଏସ.ଆହାଦ । ତେବେ ସେ କୋରୋନା ସଂକ୍ରମିତ ନୁହଁନ୍ତି ।
ମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଠାରେ କୋରୋନା ଚିହ୍ନଟ ହେବା ପରେ ସେ ତୁରନ୍ତ ମନ୍ତ୍ରୀମାନଙ୍କୁ ସୂଚନା ଦେବା ସହ ପରିବାର ବର୍ଗକୁ ଜଣାଇଥିଲେ । ଏପରିକି ସେ ସରକାରୀ ହସ୍ପିଟାଲରେ କୋରୋନା ଟେଷ୍ଟ କରିଥିଲେ । ରିପୋର୍ଟ ନେଗେଟିଭ ରହିଛି । ମହାରାଷ୍ଟ୍ରରେ 35 ଦିନିଆ ଲକ ଡାଉନ ଘୋଷଣା ହୋଇଥିବାବେଳେ, ଆଜାଦ ନିଜେ ବ୍ୟକ୍ତିଗତ ଭାବେ ସଙ୍ଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।