ETV Bharat / bharat

ଇସ୍ତଫା ଦେଲେ ଫଡନାଭିସ; ବୁଧବାର ନୂଆ ସରକାରର ଶପଥ ପାଠ - ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଶେଷ ହେଲା ମହାରାଷ୍ଟ୍ର ମହାଭାରତ । ଦେବେନ୍ଦ୍ର ଫଡନାଭିସଙ୍କ ଇସ୍ତଫା ପରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ । ବିଧାୟକ ଦଳନେତା ହେବେ ଉଦ୍ଧବ ଠାକରେ ।

PHOTO
ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା
author img

By

Published : Nov 26, 2019, 4:03 PM IST

Updated : Nov 26, 2019, 6:34 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଏକ ମାସରୁ ଉର୍ଦ୍ଧ୍ବ ସମୟ ହୋଇସାରିଛି । ହେଲେ କ୍ଷମତାକୁ ନେଇ ଚାଲିଥିବା ମହାଭାରତ ଶେଷ ହେଉନଥିଲା । କିନ୍ତୁ ଦୀର୍ଘଦିନ ଧରି ଚାଲିଥିବା ମହାଭାରତର ଆସନ୍ତାକାଲି ଶେଷ ଦୃଶ୍ୟ ମଞ୍ଚସ୍ଥ ହେବା ନେଇ ଆଜିର ଘଟଣାରୁ ସ୍ପଷ୍ଟ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବା ପରେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଶିବସେନା-ଏନସିପି-କଂଗ୍ରେସ ଜୋରଦାର ପ୍ରୟାସ କରିଥିଲେ । କିନ୍ତୁ ତା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ସମସ୍ତଙ୍କୁ ଚକିତ କରି ଏନସିପିର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଅଜିତ ପାୱାରଙ୍କୁ ନେଇ ସରକାର ଗଠନ କରିଥିଲେ । ଯାହାକୁ ନେଇ ସାରା ଦେଶରେ ଲାଗିରହିଥିଲା ଚର୍ଚ୍ଚା । ହେଲେ ମରାଠୀ ରାଜନୀତିର ପୁରୁଖା ଖିଲାଡି ଅଜିତ ପାୱାର ବିଜେପିର ଏହି ରଣନୀତିକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ କଲେ ମଞ୍ଚ । ପ୍ରଥମେ ଦଳ ବିଦ୍ରୋହକାରୀ ନିଜ ପୁତୁରାଙ୍କୁ ନିଜ ପଟକୁ ଟାଣିବା ପାଇଁ ସବୁ ରାସ୍ତା ଖୋଲା ରଖିଲେ । ଏହାପରେ ଶିବସେନା-କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବା ପାଇଁ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତିରେ ଲାଗିପଡିଲେ ।

ଶରଦ ପାୱରଙ୍କ ଏହି ରଣନୀତି ଆଗରେ ବିଜେପି ଏକପ୍ରକାର ବନ୍ଦୀ ହୋଇଗଲା । ଶେଷରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ବିଜେପିର ଆହୁରି ଚିନ୍ତା ବଢାଇ ଦେଲା । ଗତକାଲି ସଂଧ୍ୟାରେ ବିରୋଧୀ ବିଧାୟକଙ୍କ ପ୍ୟାରେଡ ଦେଖି ବିଜେପି ପାଖରେ ସରକାର ବଞ୍ଚାଇବାର କୌଣସି ବିକଳ୍ପ ନଥିଲା । ସେପଟେ ଅଜିତ ପାୱାର ମଧ୍ୟ ବିଜେପିକୁ ନିରାଶ କରିଥିଲେ । ଆଉ ନିଜେ ସେ ଶେଷରେ ଇସ୍ତଫା ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖିବା ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେବାପରେ ବିରୋଧୀ ସରକାର ଗଠନ ପାଇଁ ଯୋରଦାର ଉଦ୍ୟମ କରିଛନ୍ତି । ମଙ୍ଗଳବାର ସଂଧ୍ୟାରେ ଶିବସେନା-ଏନସିପି-କଂଗ୍ରେସର ମିଳିତ ବୈଠକ ବସିବ । ବୈଠକରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ନୂଆ ସରକାର ଗଠନ ହେବ ବୋଲି ଜଣାପଡିଛି ।

Intro:Body:

test

Conclusion:
Last Updated : Nov 26, 2019, 6:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.