ETV Bharat / bharat

ସ୍ମାର୍ଟଫୋନ ପାଇଁ 10ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ନ ପାଇବାରୁ ମହାରାଷ୍ଟ୍ରର ଜଣେ 10ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛନ୍ତି ।

author img

By

Published : Sep 30, 2020, 5:22 PM IST

ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା
ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ମୁମ୍ବାଇ: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା । ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ନ ପାଇବାରୁ ମହାରାଷ୍ଟ୍ରର ଜଣେ 10ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛନ୍ତି ।

କରଡ ପୋଲିସ ଷ୍ଟେସନର ଅନୁସନ୍ଧାନକାରୀ ଅଧିକାରୀ ବାଲକ୍ରିଷ୍ଣା ଜଗଡାଲେ କହିଛନ୍ତି ଯେ, ଗତ ବୁଧବାର କରଡ ସହରଠାରୁ 15 କିମି ଦୂରରେ ଥିବା ଓଣ୍ଡ ନାମକ ଏକ ଛୋଟ ଗାଁରେ ଏହି ଘଟଣା ଘଟିଛି । ଶାକ୍ସି ଅବାସାହେବ ପୋଲ ଏସଏସସିର ଛାତ୍ରୀ ଥିଲେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚାଲିଥିବା ଅନଲାଇନ୍ କ୍ଲାସରେ ଯୋଗଦେବାକୁ ସେ ଇଚ୍ଛୁକ ଥିଲେ । କିନ୍ତୁ ତାଙ୍କ ମାଆ ସ୍ବାତୀ ଗାଁରେ ଜଣେ କୃଷି ଶ୍ରମିକ ଭାବରେ କାମ କରୁଥିଲେ । ତାଙ୍କ ପରିବାରର ଆୟ ଏତେ କମ ଥିଲା ଯେ ସ୍ବାତୀ ନିଜ ଝିଅକୁ ସ୍ମାର୍ଟଫୋନ ଦେବାକୁ ଅସମର୍ଥ ଥିଲେ ।

ଏହାସତ୍ତ୍ବେ ଶାକ୍ସି ନିଜ ମାଙ୍କୁ ବାରମ୍ବାର ସ୍ମାର୍ଟଫୋନ ମାଗୁଥିଲେ । ତେବେ ସେପ୍ଟେମ୍ବର 23 ସକାଳେ ସ୍ବାତୀ କାମ କରିବାକୁ ଯାଉଥିବାବେଳେ ଶାକ୍ସି ପୁଣି ନିଜ ମାଙ୍କୁ ସ୍ମାର୍ଟଫୋନ ଦାବି କରିଥିଲେ । କିନ୍ତୁ ତାଙ୍କ ମା କିଛି ନ କହି କାମକୁ ଚାଲି ଯାଇଥିଲେ । ଏହାର କିଛି ସମୟ ପରେ ଶାକ୍ସି ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

ଏହି ଘଟଣାରେ ପରିବାରକୁ ଦୋଷାରୋପ କରିହେବ ନାହିଁ । ଗରିବ ମା ଆୟରୁ ଚଳୁଥିବା ଛୋଟ ପରିବାରରେ ଅନଲାଇନ ଶିକ୍ଷା ପାଇଁ ଇଚ୍ଛୁକ ଥିବା ଶାକ୍ସୀ ସ୍ମାର୍ଟଫୋନ ନପାଇ ଶେଷରେ ନିଜର ଜୀବନ ନେଇଛି । ଏଣୁ ଏହି କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.