ETV Bharat / bharat

24 ଘଣ୍ଟାରେ ମହାରାଷ୍ଟ୍ରରେ ଶତାଧିକ କୋରୋନା ମୃତ୍ୟୁ, ଗୋଟିଏ ଦିନରେ ସର୍ବାଧିକ - ମହାରାଷ୍ଟ୍ର କୋରୋନା ଅପଡେଟ

ଶୁକ୍ରବାର ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ 24 ଘଣ୍ଟାରେ 116 ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

24 ଘଣ୍ଟାରେ ମହାରାଷ୍ଟ୍ରରେ ଶତାଧିକ କୋରୋନା ମୃତ୍ୟୁ, ଗୋଟିଏ ଦିନରେ ସର୍ବାଧିକ

author img

By

Published : May 29, 2020, 11:10 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ସାଙ୍ଘାତିକ ପାଲଟିଛି । ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟାରେ ବିପୁଳ ମାତ୍ରାରେ ବୃଦ୍ଧି ଘଟୁଛି । ଗୋଟିଏ ଦିନରେ ସର୍ବାଧିକ କୋରୋନାଜନିତ ମୃତ୍ୟୁ ଘଟିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶୁକ୍ରବାର ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ 24 ଘଣ୍ଟାରେ 116 ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ମୃତ୍ୟୁସଂଖ୍ୟା 2000 ପାର କରି 2098 ଛୁଇଁଛି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଜାରି ରହିଛି । ଶୁକ୍ରବାର 2682 ଲୋକଙ୍କ ନମୁନା ପଜିଟିଭ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ 62 ହଜାର 228 ପହଞ୍ଚିଛି ।

ଚତୁର୍ଥ ଲକଡାଉନ ସରିବାକୁ ବସିଥିବାବେଳେ ରାଜ୍ୟର ସ୍ଥିତି ଚିନ୍ତାଜନକ ହୋଇଛି । ମୁମ୍ବାଇରେ ଶୁକ୍ରବାର 1437 ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ 36 ହଜାର 710 ରହିଛି । ଗତ 24 ଘଣ୍ଟାରେ 38 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ବ୍ରିହନମୁମ୍ବାଇ ପୌର ପରିଷଦ ସୂଚନା ଅନୁସାରେ ଧାରାଭିରେ ଶୁକ୍ରବାର 41 ଲୋକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ହେଲେ ମୃତ୍ୟୁ ନହେବା ସହ ମୋଟ 70 ଜଣଙ୍କର ଏଥିରେ ପ୍ରାଣ ଯାଇଛି । ମୋଟ ଆକ୍ରାନ୍ତ ସଂଖ୍ୟା 1715 ଥିବା ସ୍ପଷ୍ଟ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.