ETV Bharat / bharat

ମହାରାଷ୍ଟ୍ର: କୋରୋନା ସଂକ୍ରମିତ ସଂଖ୍ୟା 1,982 କୁ ବୃଦ୍ଧି, 149 ମୃତ୍ୟୁ

ଭାରତରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସମଗ୍ର ଦେଶରେ 9100 ରୁ ଅଧିକ ଲୋକ କୋରୋନା ଭାଇରସର ସଂକ୍ରମିତ ହୋଇଛନ୍ତି 308 ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ପ୍ରାୟ 2000 ଅଛନ୍ତି । ଅଧିକ ପଢନ୍ତୁ...

maharashtra-number-of-corona-infected-increased-to-1982-149-died
ମହାରାଷ୍ଟ୍ର: ସଂକ୍ରମିତ କୋରୋନା ସଂଖ୍ୟା 1,982 କୁ ବୃଦ୍ଧି, 149 ମୃତ୍ୟୁ
author img

By

Published : Apr 13, 2020, 12:52 PM IST

ମୁମ୍ବାଇ: ରବିବାର ଦିନ ମହାରାଷ୍ଟ୍ରରେ 221 ଟି କୋରୋନା ସଂକ୍ରମଣ ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 1,982 କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ରବିବାର ଦିନ ରାଜ୍ୟରେ 22 ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି, ଏହା ପରେ ମୃତକଙ୍କ ସଂଖ୍ୟା 149 କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ବ୍ୟତୀତ ଦିଲ୍ଲୀ, ତାମିଲନାଡୁ ଏବଂ ରାଜସ୍ଥାନ କୋରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି ।

ମୁମ୍ବାଇରେ ସର୍ବାଧିକ 16 ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ପୁଣେରେ ତିନିଜଣ, ନଭି ମୁମ୍ବାଇରେ ଦୁଇଜଣ ଏବଂ ସୋଲାପୁରରେ ଜଣେ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ନଅ ଜଣ ମହିଳା ରହିଛନ୍ତି । ମୋଟ 22 ମୃତଙ୍କ ମଧ୍ୟରୁ 15 ଜଣଙ୍କର ବୟସ 40 ରୁ 60 ମଧ୍ୟରେ ହୋଇଥିବାବେଳେ 6 ଜଣ 60 ରୁ ଅଧିକ ଥିଲେ ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ 308 ଟି ନୂଆ ପଜେଟିଭ ଆସିଛି । ଏଥି ସହିତ ଦେଶରେ 35 ଜଣଙ୍କ ସଂକ୍ରମଣ ମୃତ୍ୟୁ ହୋଇଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା 9152 କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା 308 କୁ ବୃଦ୍ଧି ପାଇଛି । ମୋଟ ସଂକ୍ରମିତ ମଧ୍ୟରୁ 7987 ଜଣଙ୍କ ଚିକିତ୍ସା ଚାଲିଛି ଏବଂ 854 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.