ETV Bharat / bharat

ପତ୍ନୀଙ୍କ ଜୁଇକୁ ଡେଇଁ ଜୀବନ ହାରିଲେ ପତି - Maharashtra

ପତ୍ନୀଙ୍କ ଜୁଇକୁ ଡେଇଁ ପତିର ଆତ୍ମହତ୍ୟା ଉଦ୍ୟମ। ଶେଷରେ କୂଅକୁ ଡେଇଁ ପ୍ରାଣ ହରାଇଲେ ପତି । ଅଧିକ ପଢନ୍ତୁ...

Man jumps into funeral pyre of wife, then in well, dies
ପ୍ରତିକାତ୍ମକ ଫଟୋ
author img

By

Published : Jun 23, 2020, 5:52 PM IST

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ଆଶ୍ଚର୍ଯ୍ୟଜନକ ଘଟଣା । ପତ୍ନୀଙ୍କ ମୃତ୍ୟୁ ପରେ ସଂସ୍କାର ବେଳେ ଜୁଇକୁ ଡେଇଁ ପତିର ଆତ୍ମହତ୍ୟା ଉଦ୍ୟମ । ଚଳିତ ବର୍ଷ 19 ମାର୍ଚ୍ଚରେ ବିବାହ କରିଥିଲେ ମୃତା ରୁଚିତା ଏବଂ କିଶୋର । ପତ୍ନୀଙ୍କ ଅକାଳ ମୃତ୍ୟୁରେ ଭାଙ୍ଗି ପଡିଥିବା କିଶୋର ପରିବାର ସହ ଅନ୍ତିମ ସଂସ୍କାର ପାଇଁ ଶଶ୍ମାନକୁ ଯାଇଥିଲେ । କିନ୍ତୁ ପତ୍ନୀଙ୍କ ବିନା ଆଗକୁ ବଞ୍ଚିବା କଷ୍ଟକର ଭାବି ସେ ଜୁଇ ନିଆଁକୁ ଡେଇଁ ପଡିଥିଲେ ।

ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ପତ୍ନୀଙ୍କ ଅନୁପସ୍ଥିତି ସହ୍ୟ କରିପାରୁନଥିବା କିଶୋର ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତି ଯାଇଥିଲେ । କିନ୍ତୁ ଘରକୁ ଆସିବା ପରେ ପତ୍ନୀଙ୍କ ମୃତଦେହ ମିଳିଥିବା କୂଅକୁ ଡେଇଁ ସେ ପୁଣି ଆତ୍ମହତ୍ୟା କରିଥିଲେ ।

ସୂଚନା ଅନୁସାରେ, ମୃତ୍ୟୁ ବେଳକୁ ତିନି ମାସର ଗର୍ଭବତୀ ଥିଲେ ରୁଚିତା । ଘଟଣା ପୂର୍ବ ରାତିରେ ଘର ପଛ ପଟେ ଥିବା ବାଡିକୁ ଯାଇଥିଲେ । ହେଲେ ଅନେକ ସମୟ ଯାଏଁ ଘରକୁ ନଫେରିବାରୁ ପରିବାର ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ କୂଅ ନିକଟରେ ତାଙ୍କ ଚପଲ ମିଳିବା ପରେ ପୋଲିସକୁ ଖବର ଦେଇଥିଲେ ପରିବାର । ବହୁ ଖୋଜାଖୋଜି ପରେ ରୁଚିତାଙ୍କ ମୃତଦେହ କୂଅରୁ ମିଳିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.