ETV Bharat / bharat

କଙ୍ଗନା ରଣାୱତଙ୍କ ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ମିଳିଲା ଧମକପୂର୍ଣ୍ଣ କଲ୍‌

author img

By

Published : Sep 9, 2020, 10:27 AM IST

Updated : Sep 9, 2020, 11:38 AM IST

କଙ୍ଗନା ରଣାୱତଙ୍କ ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଧମକପୂର୍ଣ୍ଣ କଲ ଆସିଥିବା ଅଭିଯୋଗ ।

କଙ୍ଗନା ରଣାୱତଙ୍କ ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ମିଳିଲା ଧମକପୂର୍ଣ୍ଣ କଲ୍‌
କଙ୍ଗନା ରଣାୱତଙ୍କ ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ମିଳିଲା ଧମକପୂର୍ଣ୍ଣ କଲ୍‌

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଧମକପୂର୍ଣ୍ଣ କଲ ଆସିଥିବା ଅଭିଯୋଗ । ମଙ୍ଗଳବାର ତାଙ୍କୁ ଏହି କଲ ଆସିଥିବା ଜଣାପଡିଛି । ସେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ବିଧାନସଭାରେ କଟାକ୍ଷ କରିଥିବାରୁ ଏହି କଲ ଆସିଥିବା କୁହାଯାଉଛି । ଧମକପୂର୍ଣ୍ଣ କଲ ଆସିଥିବା ନେଇ ନାଗପୁର ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟଳୟ ବୁଧବାର ସ୍ପଷ୍ଟ କରିଛି ।

ସୂଚନାଥାଉକି, ମନ୍ତ୍ରୀ ଅନିଲ ଦେଶମୁଖ, କଙ୍ଗନା ମହାରାଷ୍ଟ୍ରକୁ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ କଟାକ୍ଷ କରିଥିଲେ । ସେ କହିଥିଲେ,‘ ଜଣେ ଝିଅ ଯେକି ଅନ୍ୟ ରାଜ୍ୟରୁ ଆସି ଏଠାରେ କାର୍ଯ୍ୟ କରୁଛି ଓ ମୁମ୍ବାଇ ତାକୁ ଗ୍ରହଣ କରିଛି । କିନ୍ତୁ ସେ ମୁମ୍ବାଇ ପୋଲିସକୁ ଅପମାନ କରିଛନ୍ତି । ଏହା ଦୁଃଖଦାୟକ । ଯଦି ସେ ମହାରାଷ୍ଟ୍ରକୁ ଅପମାନିତ କରିବେ, ତେବେ ଲୋକମାନେ ତାଙ୍କୁ କ୍ଷମା ଦେବେ ନାହିଁ ।’

ଏହାସହ ସମସ୍ତ ଦଳ ଏହାକୁ ବିରୋଧ କରିବା ଦରକାର ବୋଲି ସେ କହିଥିଲେ । ସେହିପରି ତାଙ୍କର ମଧ୍ୟ ଡ୍ରଗ୍ସ ପରୀକ୍ଷା ହେବା ଦରକାର ବୋଲି ମନ୍ତ୍ରୀ କହିଥିଲେ । ଏହାର ଜବାବ ଦେବାକୁ ଯାଇ କଙ୍ଗନା ନିଜ ରକ୍ତ ନମୂନା ଦେବାକୁ ପ୍ରସ୍ତୁତ ଥିବା କହିଥିଲେ । ତେବେ ଆଜି କଙ୍ଗନା ମୁମ୍ବାଇ ଆସୁଥିବାବେଳେ ଏହା ପୂର୍ବରୁ ଗୃହମନ୍ତ୍ରୀଙ୍କ ପାଖକୁ ଧମକପୂର୍ଣ୍ଣ କଲ ଆସିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

Last Updated : Sep 9, 2020, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.