ETV Bharat / bharat

ସୁଶାନ୍ତ ଆତ୍ମହତ୍ୟା ମାମଲା: ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କଲେ ସମ୍ବିତ ପାତ୍ର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ଭାରକୁ ସୁପ୍ରିମକୋର୍ଟ ସିବିଆଇକୁ ହସ୍ତାନ୍ତର କରିବା ପରେ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କଲେ ସମ୍ବିତ ପାତ୍ର

author img

By

Published : Aug 19, 2020, 4:22 PM IST

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାରକୁ ସୁପ୍ରିମକୋର୍ଟ ସିବିଆଇକୁ ହସ୍ତାନ୍ତର କରିବା ପରେ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହି ମାମଲାରେ ରାଜ୍ୟ ସରକାର କାନ୍ଦୁଥିବା କଥା ସେ ଉଲ୍ଲେଖ କରିଛନ୍ତି । ଏହା ସହ ସରକାର ଖୁବ ଶୀଘ୍ର କ୍ଷମତା ହରାଇବେ ବୋଲି ସେ ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରି ସମ୍ବିତ ପାତ୍ର କହିଛନ୍ତି, ପୂର୍ବରୁ ମହାରାଷ୍ଟ୍ର ସରକାର ଶୋଇରହିଥିଲା । ଏହା ସହିତ ସଞ୍ଜୟ ରାଉତ ସୁଶାନ୍ତଙ୍କ ପରିବାରକୁ ଗାଳି କରିଥିଲେ । ବର୍ତ୍ତମାନ ମୁମ୍ବାଇରେ ସରକାର ବାହୁନୁଛନ୍ତି । ମହାରାଷ୍ଚ୍ର ସରକାର ଖୁବଶୀଘ୍ର ଗାଦିଚ୍ୟୁତ ହେବ ବୋଲି ଆପଣ ମାନେ ଶୁଣିବେ ।

ବିଜେପି ନେତା ଅନ୍ୟ ଏକ ଟ୍ବିଟରେ ଏକ ଗାଣିତିକ ସୂତ୍ର ପ୍ରକାଶ କରିଛନ୍ତି । ତାଙ୍କ ମତରେ ଶିବସେନା = ସୋନିଆ + ରିଆ = ସୋରିଆ ସେନା (ସୋରିଆ ସେନା ଶୋଇଥିବା ଏକ ସେନା) । ଏହାପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାତ୍ର ସ୍ୱାଗତ କରିଛନ୍ତି ଓ ଶେଷରେ ସତ୍ୟର ହିଁ ବିଜୟ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୁପ୍ରିମକୋର୍ଟ ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିହାରର ପାଟନାରେ ରୁଜୁ ମାମଲାକୁ ଗ୍ରହଣ କରିବା ସହ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ବିହାର ସରକାର ମଧ୍ୟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରିଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହା ସହିତ ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.