ETV Bharat / bharat

ମହାରାଷ୍ଟ୍ର ମହାଭାରତ; ସରକାର ଗଠନ ପାଇଁ ଶେଷ ପ୍ରୟାସ ଜାରି

author img

By

Published : Nov 11, 2019, 12:53 PM IST

Updated : Nov 11, 2019, 1:34 PM IST

ଆଜି ସଂଧ୍ୟା ସୁଦ୍ଧା ଶିବସେନା ନେତୃତ୍ବରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଅବଗତ କରାଇ ପାରନ୍ତି ଶିବସେନା-ଏନସିପି-କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ଫଳରେ ଏକ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରକୁ ମିଳିପାରେ ନୂଆ ସରକାର ।

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣିଥରେ କ୍ଷମତା ବାଜି ଓଲଟିଛି । ନିର୍ବାଚନ ପରେ ଏକକ ବଡ ଦଳ ଭାବେ ବିଜୟୀ ହୋଇ ଆସିଥିବା ବିଜେପି, ସରକାର ଗଠନ ପାଇଁ ଅସମର୍ଥ ବୋଲି କହିଛି । ଏହାପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବାପରେ ପୁଣି ଥରେ ଶିବସେନା ଗାଡିକୁ ପାୱାର ଦେଇଛନ୍ତି ଶରଦ ପାୱାର । ଏବେ ସମସ୍ତଙ୍କର ଅପେକ୍ଷା କଣ ହେବ ମହାରାଷ୍ଟ୍ର ରାଜନୀତି । ଓଲଟିବ କି ଇତିହାସ ? ଶିବ ସୈନିକ ହେବେ କି ମୁଖ୍ୟମନ୍ତ୍ରୀ ? ଏହି ସବୁ ରାଜନୀତି ଗୋଟି ଚାଳନା ଚାଲିଛି ଏବେ ମୁମ୍ବାଇ, ଜୟପୁର ଓ ଦିଲ୍ଲୀରେ ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନାଁ କୁ ମୁଖ୍ୟମନ୍ତ୍ରୀ ଭାବେ ଏନସିପି-କଂଗ୍ରେସ ସମର୍ଥନ କରୁଛନ୍ତି । ଫଳରେ ଉଦ୍ଧବ ନିଜେ ଅଭିଷେକ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୁପ୍ରିମୋଙ୍କ ଅଭିଭେଷକ ପାଇଁ ସାଂସଦ ସଞ୍ଜୟ ରାଉତ ସବୁ ବାଜି ଲଗାଇ ଦେଇଛନ୍ତି । ଯେକୌଣସି ସ୍ତରକୁ ଯାଇ ଆଲୋଚନା କରିବାକୁ ସେ ପଛଘୁଞ୍ଚା ଦେଉନାହାଁନ୍ତି । ସରକାର ଗଠନ ପାଇଁ ଏନସିପିକୁ ମନାଇବା ହେଉ ବା କଂଗ୍ରେସର ସମର୍ଥନ ହାସଲ ହେଉ ସବୁଠି ସଞ୍ଜୟ ଏବେ ସେନାର ଅଙ୍ଗ ପ୍ରତ୍ୟଙ୍ଗ ପାଲଟିଛନ୍ତି । ଶିବସେନା ସମର୍ଥନ ପାଇଁ ସ୍ପଷ୍ଟ କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତାଙ୍କ ସ୍ତରରେ ଆଲୋଚାନ ପର୍ଯ୍ୟାଲୋଚନା ଜାରି ରହିଛି । ଶିବସେନା ପାଇଁ ଆଶ୍ବସ୍ତିକର ବିଷୟ ହେଉଛି ଯେ କଂଗ୍ରେସ ସମର୍ଥନ ପାଇଁ ଯେତିକି ଆଗଭର ନୁହେଁ ଦଳର ବିଧାୟକ ମାନେ ଏକ୍ଷେତ୍ରରେ ଢେର ଆଗରେ ଅଛନ୍ତି ।

କଂଗ୍ରେସର 44 ବିଧାୟକଙ୍କ ମଧ୍ୟରୁ 37 ବିଧାୟକ ବିନା ସର୍ତ୍ତରେ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି । କଂଗ୍ରେସର ସମସ୍ତ ବିଧାୟକ ଏବେ ଜୟପୁରରେ ଥିବାବେଳେ ସେମାନଙ୍କ ସହ ବୈଠକ ପାଇଁ ଅହମ୍ମଦ ପଟେଲ, ମଲ୍ଲିକାର୍ଜୁନ ଖଡଗେ ଓ କେସି ବେଣୁଗୋପାଳ ଆଜି ଜୟପୁର ଯିବେ । ଏବେ କଂଗ୍ରେସର ଆଲୋଚନା ମୁଖ୍ୟତଃ ହେଉଛି ସରକାରରେ ସାମିଲ ହେବେ ନା ବାହ୍ୟ ସମର୍ଥନ ଦେବେ । ଏହା ବ୍ୟତୀତ ଆଜି ଅପରାହ୍ନ 4ଟାରେ କଂଗ୍ରେସର ମହାରାଷ୍ଟ୍ର ନେତାଙ୍କୁ ନେଇ ଏକ ବୈଠକ ନୂଆଦିଲ୍ଲୀରେ ଡକାଯାଇଛି । ଅନ୍ୟପଟେ ଶିବସେନା ଏନସିପିର ସବୁ ସର୍ତ୍ତ ମାନିନେଇଥିବାରୁ ଦଳ ତୁରନ୍ତ କୋର କମିଟି ବୈଠକ ଡକାଇଛି । ଯାହା ଆସନ୍ତାକାଲି ହେବାର ଥିଲା । ଏହି ବୈଠକରେ ଦଳର ମୁଖ୍ୟ ଶରଦ ପାୱାର ଓ ତାଙ୍କ ଭଣଜା ଅଜିତ ପାୱାରଙ୍କ ସମେତ ଦଳର ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ସରକାର ଗଠନ ଓ ରୂପରେଖ ବିଧାୟକଙ୍କୁ ଜଣାଇବେ ଶରଦ ପାୱାର ।

ସେହିଭଳି ମାତୋଶ୍ରୀ ଭବନରେ ବି ଚାଲିଛି ଶିବସେନାର ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ସାଂସଦ ଉପସ୍ଥିତି ଅଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରିଯିବା ପୂର୍ବରୁ ଏହି ବୈଠକରେ ଦଳର ସମସ୍ତ ବିଧାୟକ ଓ ଶିବସେନାକୁ ସମର୍ଥନ କରୁଥିବା ସମସ୍ତ ସ୍ବାଧୀନ ବିଧାୟକଙ୍କ ଦସ୍ତଖତ ନିଆଯାଇଛି । ବୈଠକ ପୂର୍ବରୁ ସଞ୍ଜୟ ରାଉତ ବିଜେପି ଉପରେ ଯୋରଦାର ବର୍ଷିଛନ୍ତି । ସଞ୍ଜୟ ଅଭିଯୋଗ କରିଛନ୍ତି ବିଜେପି-ଶିବସେନା ମଧ୍ୟରେ ଗଠବନ୍ଧନ ଭାଙ୍ଗିବାରେ ଶିବସେନାର କୌଣସି ଭୁଲ ନାହିଁ । ଆଜି ମହାରାଷ୍ଟ୍ରରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ସେଥିପାଇଁ ଦାୟୀ ହେଉଛି ବିଜେପି । ବିଜେପିର ଅହଙ୍କାର ବଢିଯାଇଛି । ଯେଉଁଥିପାଇଁ ବିରୋଧୀ ଆସନରେ ବସିବାକୁ ଯାଉଛି । ଏହାସହ ସଞ୍ଜୟ ଆହୁରି କହିଛନ୍ତି ବିଜେପି ବିରୋଧୀ ଭୂମିକା ତୁଳାଇବାକୁ ପ୍ରସ୍ତୁତ କିନ୍ତୁ ସରକାର କରିବାକୁ ପ୍ରସ୍ତୁତ ନୁହେଁ ।

13.20PM

ଅନ୍ୟ ଏକ ଘଟଣା କ୍ରମେ ଶିବସେନା ମୁଖ୍ୟ ଆଉ କିଛି ସମୟ ପରେ ଏସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନକୁ ଯିବେ । ଏହାପରେ ଦଳ ଅପରାହ୍ନ 4ଟାରେ ସମସ୍ତ ବିଧାୟକଙ୍କ ବୈଠକ ଡାକିଛି । ସମାନ ଠିକ ଏହି ସମୟରେ ପୁନର୍ବାର ନିଜ ଦଳୀୟ ବିଧାୟକଙ୍କ ବୈଠକ ଡାକିଛି ଏନସିପି । ମୋଟା ମୋଟି ଭାବେ ଏବେ ଶିବସେନା-ଏନସିପିର ସରକାର ଗଠନ ସଂପୂର୍ଣ୍ଣ ରୂପେ କଂଗ୍ରେସ ଉପରେ ନିର୍ଭର କରୁଛି ।

Intro:Body:

TEST

Conclusion:
Last Updated : Nov 11, 2019, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.