ETV Bharat / bharat

ବନ୍ୟାରେ ମନ୍ତ୍ରୀଙ୍କ ସେଲଫି, ବିରୋଧୀ ମାଗିଲେ ଇସ୍ତଫା - maharastra flood

ବନ୍ୟା ଅଞ୍ଚଳ ପରିଦର୍ଶନରେ ଯାଇ ସେଲ୍ପି ନେବାରେ ବ୍ୟସ୍ତ ମହାରାଷ୍ଟ୍ର ଜଳ ସମ୍ବଳ ମନ୍ତ୍ରୀ ଗିରିଶ ମହାଜନ । ଏ ନେଇ ବିରୋଧୀ ଦଳର ନେତା ମହାଜନଙ୍କ ଇସ୍ତଫା ଦାବି କରିଛନ୍ତି ।

ଫଟୋ ସୌଜନ୍ୟ-ଟ୍ବିଟର@dhananjay_munde
author img

By

Published : Aug 9, 2019, 4:21 PM IST

Updated : Aug 9, 2019, 6:51 PM IST

ନୂଆଦିଲ୍ଲୀ: ବନ୍ୟା ଘେରରେ ମହାରାଷ୍ଟ୍ର । ଜଳ ଘେରରେ ଜନ, ଜୀବନ, ଜନ୍ତୁ, ଜୀବିକା । ଯାତାୟାତ ଠପ୍‌ । ବର୍ଷା, ବନ୍ୟା ଯନ୍ତ୍ରଣାରେ ଜର୍ଜରିତ ଲୋକେ । ସର୍ବାଧିକ ସାଙ୍ଗଲୀ ଓ କୋହ୍ଲାପୁର ଜିଲ୍ଲା ପ୍ରଭାବିତ ହୋଇଛି । ଏବେ ସୁଦ୍ଧା 2 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସାରିଲାଣି । ଏପରି ସମୟରେ ସ୍ଥିତି ପରିଖିବାକୁ ଆସିଥିବା ରାଜ୍ୟ ଜଳ ସମ୍ବଳ ମନ୍ତ୍ରୀ ଗିରିଶ ମହାଜନ ଲୋକଙ୍କ ହାନିଲାଭ ବୁଝିବା ବଦଳରେ ହସିଝୁମି ସେଲ୍ଫି ନେଉଥିବା ନଜର ଆସିଛନ୍ତି। ଯେଉଁଥିପାଇଁ ହୁଲସ୍ତୁଲ ରାଜ୍ୟ ରାଜନୀତି ।

ମନ୍ତ୍ରୀଙ୍କ 2ଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ବିରୋଧୀ ଦଳ ନେତା ତଥା ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ଧନଞ୍ଜୟ ମୁଣ୍ଡେ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଚନ୍ତି । ମହାଜନଙ୍କ ଏହି ଭିଡିଓକୁ ଅସ୍ତ୍ର କରି ବିରୋଧୀ ସରକାରଙ୍କ ଘେରିବା ଆରମ୍ଭ କରିଦେଇଛନ୍ତି ।

ମନ୍ତ୍ରୀ କଣ ବୁଲିବାକୁ ଯାଇଛନ୍ତି କି ? ଏ ନେଇ ପ୍ରଶ୍ନ କରି ଏନସିପି ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିଛି ।

Intro:Body:Conclusion:
Last Updated : Aug 9, 2019, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.