ETV Bharat / bharat

ମହାରାଷ୍ଟ୍ର ବନ୍ୟା: 43 ମୃତ, 3 ନିଖୋଜ

author img

By

Published : Aug 13, 2019, 7:48 PM IST

ମହାରାଷ୍ଟ୍ରରେ ମହାପ୍ରଳୟଙ୍କାରୀ ବନ୍ୟା ଜାରି ରହିଛି । ବନ୍ୟା ଯୋଗୁଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା 43କୁ ପହଞ୍ଚିଛି ଓ 3 ଜଣ ନିଖୋଜ ରହିଛନ୍ତି ।

ଫଟୋ ସୌଜନ୍ୟ- ଇଟିଭି ଭାରତ

ମୁମ୍ବାଇ: ଦେଶର ଚାରୋଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ମଧ୍ୟ ମହାପ୍ରଳୟଙ୍କାରୀ ବନ୍ୟା ଜାରି ରହିଛି । ତେବେ ବନ୍ୟା ଯୋଗୁଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା 43କୁ ପହଞ୍ଚିଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ 3 ଜଣ ନିଖୋଜ ରହିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ତେବେ ରାଜ୍ୟର ସଙ୍ଗଲୀ ଜିଲ୍ଲାର ହରିପୁର ରୋଡଠାରେ ଏନଡିଆରଅଫ ପକ୍ଷରୁ ଏକ ମେଡିକାଲ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । କ୍ୟାମ୍ପରେ ଦୁଇ ଜଣ ଡାକ୍ତରଙ୍କ ସହିତ କିଛି ସହକାରୀ କର୍ମିଙ୍କୁ ନିୟୋଜିତ କରାଯାଇଛି ।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନଭିସ ବନ୍ୟା ବିପନ୍ନଙ୍କୁ 6813 କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ଏଥିରୁ 4708କୋଟି ଟଙ୍କା କୋହ୍ଲାପୁର ଜିଲ୍ଲାକୁ ଦିଆଯାଇଥିବା ବେଳେ ବଳକା 2105 କୋଟି ଟଙ୍କାକୁ ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାକୁ ମିଳିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜର ଗୋଟିଏ ମାସର ଦରମା ମଧ୍ୟ ରିଲଫ୍‌ ଫଣ୍ଡକୁ ଦାନ କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.