ETV Bharat / bharat

ବିଜେପିକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ, 'ସାହସ ଅଛି ଯଦି ସରକାର ଭାଙ୍ଗିକି ଦେଖାଅ' - ଉଦ୍ଧବ ଠଆକରେ

ମୁମ୍ବାଇର ଦାଦରସ୍ଥିତ ସାବରକର ଅଡିଟୋରିୟମରେ ଆୟୋଜିତ ଶିବସେନାର ବାର୍ଷିକ ଦଶହରା ରାଲିରେ ତାଙ୍କର 11 ମାସ ପୁରୁଣା ସରକାର ଭାଙ୍ଗିବାକୁ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି । ଅଧିକ ପଢନ୍ତୁ...

ବିଜେପିକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ, 'ସାହସ ଅଛି ଯଦି ସରକାର ଭାଙ୍ଗିକି ଦେଖାଅ'

author img

By

Published : Oct 25, 2020, 9:56 PM IST

ମୁମ୍ବାଇ: ଦୁଇଟି ଡଙ୍ଗାରେ ଗୋଡ ଦେଇ ସରକାର ଚଳାଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିରୋଧୀଙ୍କୁ କରିଛନ୍ତି ଚ୍ୟାଲେଞ୍ଜ । ମୁମ୍ବାଇର ଦାଦର ସ୍ଥିତ ସାବରକର ଅଡିଟୋରିୟମରେ ଆୟୋଜିତ ଶିବସେନାର ବାର୍ଷିକ ଦଶହରା ରାଲିରେ ତାଙ୍କର 11 ମାସ ପୁରୁଣା ସରକାର ଭାଙ୍ଗିବାକୁ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ।

ବିଜେପି ଦେଶ ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ଉଦ୍ଧବ ଠାକରେ କହିଛନ୍ତି। ସେ କହିଛନ୍ତି, ଯଦି ଆପଣ ବିହାରରେ ମାଗଣା କୋଭିଡ ଟିକା ଦାବି କରିଛନ୍ତି, ବାକି ରାଜ୍ୟର ଲୋକେ କଣ ବାଂଲାଦେଶ ଓ କାଜାକିସ୍ତାନରୁ ଆସିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ | ଏପରି କାର୍ଯ୍ୟ କରୁଥିବା ଲୋକମାନେ ନିଜ ପାଇଁ ଲଜ୍ଜିତ ହେବା ଉଚିତ ବୋଲି ସେ ନିଜ ସମ୍ବୋଧନରେ କହିଛନ୍ତି ।

ପରୋକ୍ଷରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଛି ଲୋକ ଜୀବିକା ନିର୍ବାହ ପାଇଁ ମୁମ୍ବାଇ ଆସି ସହରକୁ ପିଓକେ ସହ ତୁଳନା କରୁଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ନୀରବତା ଭାଙ୍ଗି ଠାକରେ କହିଛନ୍ତି, ବିହାରର ପୁଅକୁ ନ୍ୟାୟ ଦେବା ପାଇଁ କିଛି ଜଣ ମହାରାଷ୍ଟ୍ରର ପୁଅର ଛବି ନଷ୍ଟ କରିବାରେ ଲାଗିଛନ୍ତି ।

ଉଦ୍ଧବ କହିଛନ୍ତି, ଜିଏସଟି ବ୍ୟବସ୍ଥାର ପୁନର୍ବିଚାର କରିବାର ସମୟ ଆସିଛି । ଆବଶ୍ୟକ ସ୍ଥଳେ ଏହାକୁ ପରିବର୍ତ୍ତନ କରାଯିବା ଉଚିତ କାରଣ ରାଜ୍ୟମାନେ ଏଥିରୁ ଉପକୃତ ହେଉନାହାଁନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ଭାରତରେ କେଉଁଠି ପିଓକେ ରହିଛି ତେବେ ଏହା ପ୍ରଧାନମନ୍ତ୍ରୀଙ୍କ ବିଫଳତା। ଏଥିସହିତ ଉଦ୍ଧବ ରାଜ୍ୟପାଳଙ୍କୁ ଟାର୍ଗେଟ କରି ତାଙ୍କୁ 'କଳା ଟୋପି' ପିନ୍ଧିଥିବା ବ୍ୟକ୍ତି ବୋଲି କହିଥିଲେ ।

ସେହିପରି ବିଜେପିକୁ ମଧ୍ୟ ଟାର୍ଗେଟ କରି ଉଦ୍ଧବ ଠାକରେ କହିଛନ୍ତି, ସେମାନେ ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି । ହେଲେ ଜଣାଇବାକୁ ପଡିବ ଯେ ସେମାନେ ପ୍ରଥମେ ନିଜ ସରକାରକୁ ବଞ୍ଚାଇବା ଉଚିତ। ବିହାରବାସୀଙ୍କୁ ଆଖି ଖୋଲି ଭୋଟ ଦେବାକୁ ନିବେଦନ କରିବେ ବୋଲି ନିଜ ସମ୍ବୋଧନରେ କହିଛନ୍ତି ଉଦ୍ଧବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.