ETV Bharat / bharat

ମହାରାଷ୍ଟ୍ର ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଶପଥ ନେଲେ 13 କ୍ୟାବିନେଟ ମନ୍ତ୍ରୀ - cm devendra dadnavis

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ମନ୍ତ୍ରିମଣ୍ଡଳରେ ଆଜି 8 କ୍ୟାବିନେଟ ମନ୍ତ୍ରୀ ଏବଂ 5 ରାଷ୍ଟ୍ରମନ୍ତ୍ରୀ ଶପଥ ନେଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 16, 2019, 8:27 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଆଜି ନିଜର ବହୁପ୍ରତିକ୍ଷିତ କ୍ୟାବିନେଟ ବିସ୍ତାର କରିଛନ୍ତି । ଏଥିରେ ସମୁଦାୟ 13 ନୂଆ ମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ 8 ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ଏବଂ 5 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଛି । ମନ୍ତ୍ରୀମଣ୍ଡଳରେ ରାଧାକୃଷ୍ଣ ୱିଖେ ପାଟିଲଙ୍କୁ ମଧ୍ୟ ସାମିଲ କରାଯାଇଛି ।

ରାଧାକୃଷ୍ଣ ୱିଖେ ପାଟିଲ କିଛିଦିନ ପୂର୍ବେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ୱେଖେ ପାଟିଲ ବିଧାନସଭାରେ ବିରୋଧୀ ନେତା ଥିଲେ । ଆଉ ଏବେ ସେ ବିଜେପିରେ ସାମିଲ ହେବା ପରେ ଏହି ପଦ ବର୍ତ୍ତମାନ ଖାଲି ରହିଛି । ତାଙ୍କ ପୁଅ ସୁଜୟ ୱିଖେ ପାଟିଲ ରାଜ୍ୟର ଅହମଦନଗର ଲୋକସଭା ଆସନର ବିଜେପି ସାଂସଦ ଅଟନ୍ତି ।

ସୂଚନା ଥାଉକି ମହାରାଷ୍ଟ୍ର ବିଧାନସଭାର ବର୍ଷାକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଆଉ ମନ୍ତ୍ରିମଣ୍ଡଳର ଏହି ବିସ୍ତାର ଏହାର ଠିକ ଦିନକ ପୂର୍ବରୁ ହୋଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବିଧାନସଭା ପାଇଁ ଶେଷ ଅଧିବେଶନ ହେବ ।

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.