ETV Bharat / bharat

ମହାରାଷ୍ଟ୍ରରେ ଅଣାୟତଃ ମହାମାରୀ, ଆରମ୍ଭ ହେବ 'ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ

author img

By

Published : Sep 13, 2020, 6:21 PM IST

ମହାମାରୀ ବିରୋଧରେ ଯୁଦ୍ଧ ଲଢିବାକୁ 'ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଅଣାୟତ ମହାମାରୀ, ଆରମ୍ଭ ହେବ 'ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ

ମୁମ୍ବାଇ: ମହାରାଷ୍ଟ୍ରରେ ଅଣାୟତଃ ହୋଇଛି ମହାମାରୀ କୋରୋନା । ଏ ପରିସ୍ଥିତିରେ ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ସେପ୍ଟେମ୍ବର 15ରୁ ଉଦ୍ଧବ ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ । ମହାମାରୀ ବିରୋଧରେ ଯୁଦ୍ଧ ଲଢିବାକୁ ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଏହି ଅଭିଯାନର ଏକ ଅଂଶ ଭାବରେ ବିଏମସି ମୁମ୍ବାଇର ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବ । ରାଜ୍ୟର ପ୍ରତ୍ୟେକ ଘରେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ସ୍ଥଳେ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ବ୍ୟାପକ ପ୍ରୟାସ ଆରମ୍ଭ ହେବ ବୋଲି ଜଣାପଡିଛି ।

ଶନିବାର ମହାରାଷ୍ଟ୍ରରେ 22,084ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ମାମଲା 10,37,765ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷେ ରାଜ୍ୟରେ ଏବେସୁଦ୍ଧା 2,79,768ଟି ସକ୍ରିୟ ମାମଲା ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.