ETV Bharat / bharat

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି, ତଥାପି ରହିଛି ସରକାର ଗଠନ ସମ୍ଭାବନା... - ରାଷ୍ଟ୍ରପତି ଶାସନ ଜାରି ପରେ ସରକାର ଗଠନ

ସମ୍ପୂର୍ଣ୍ଣ ରୂପରେ ସରକାର ଗଠନ ରାସ୍ତା ବନ୍ଦ ହୋଇନାହିଁ । ରାଷ୍ଟ୍ରପତି ଶାସନ ଜରିଆରେ କେବଳ ରାଜ୍ୟ ବିଧାନସଭାକୁ ନିଲମ୍ବନ ଅବସ୍ଥାରେ ରଖାଯାଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏହି ବିକଳ୍ପ ରହିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 12, 2019, 11:41 PM IST

Updated : Nov 13, 2019, 9:07 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏହିଭଳି ସମୟରେ ରାଜ୍ୟରେ ଏକ ପ୍ରକାର ସରକାର ଗଠନ ନେଇ ପୂର୍ଣ୍ଣଚ୍ଛେଦ ପଡିବା ଭଳି ସ୍ଥିତି ଉପୁଜିଛି । ମାତ୍ର ସମ୍ପୂର୍ଣ୍ଣ ରୂପରେ ସରକାର ଗଠନ ରାସ୍ତା ବନ୍ଦ ହୋଇନାହିଁ । ରାଷ୍ଟ୍ରପତି ଶାସନ ଜରିଆରେ କେବଳ ରାଜ୍ୟ ବିଧାନସଭାକୁ ନିଲମ୍ବନ ଅବସ୍ଥାରେ ରଖାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏହି ବିକଳ୍ପ ରହିଛି।

ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ କେବଳ ରାଜ୍ୟ ବିଧାନସଭାରୁ ନିଲମ୍ବନ କରାଯାଇଥାଏ। ବିଧାନସଭା ନିଷ୍କ୍ରିୟ ହୋଇ ରହିଥାଏ । ଏହାସହ 6 ମାସ ଅବଧି ପରେ ପୁଣି ଥରେ ସରକାର ଗଠନ ପାଇଁ ନିର୍ବାଚନ କରାଯାଇଥାଏ। ଏହାପରେ ଯଦି ରାଜ୍ୟପାଳ ଅନୁଭବ କରନ୍ତି ଯେ, କୌଣସି ଦଳ ପାଖରେ ସରକାର ଗଠନ ସମ୍ଭାବନା ସୃଷ୍ଟି ହୋଇଛି ଓ ଏଭଳି ପରିସ୍ଥିତିରେ ରାଜ୍ୟପାଳ ରାଜ୍ୟରେ ବିଧାନସଭାକୁ ନିଲମ୍ବିତ କରି ରଖିଛନ୍ତି। ଏଣୁ ଆଗକୁ ସରକାର ଗଠନ ଲାଗି ସମସ୍ତ ସମ୍ଭାବନା ଅଛି।

ଏବେ ଯେଉଁ ଦଳ ବହୁମତ ସାବ୍ୟସ୍ତ କରି ରାଜ୍ୟପାଳଙ୍କ ନିକଟରେ ସମ୍ପୂର୍ଣ୍ଣ ତାଲିକା ଉପସ୍ଥାପନ କରେ ତେବେ ସେହି ଦଳକୁ ସରକାର ଗଠନ ପାଇଁ ସୁଯୋଗ ଦିଆଯିବ।

ଏହାକୁ ଆଖି ଆଗରେ ରଖି ଏନସିପି ଓ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି। ଏହାସହ ଶିବସେନାକୁ ସମର୍ଥନ ନେଇ ଉଭୟ ଦଳର ନିଷ୍ପତ୍ତି ପରେ ପୁଣି ଥରେ ସରକାର ଗଠନ ସମ୍ଭବ ହେବ।

ଏଠାରେ ସୂଚନାଯୋଗ୍ୟଯେ ଅକ୍ଟୋବର 24 ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ବିଜେପିକୁ ୧୦୫ଟି ଆସନ ମିଳିଥିବା ବେଳେ ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ଓ ବାକି ୨୯ଟି ଆସନରେ ଆଞ୍ଚଳିକ ଓ ସ୍ୱାଧୀନ ବିଧାୟକ ବିଜୟୀ ହୋଇଥିଲେ । ଏବେ ଫଳାଫଳ ଘୋଷଣାର 20 ଦିନ ପରେ କୌଣସି ଦଳ ବହୁମତ ସାବ୍ୟସ୍ତ କରିପାରି ନଥିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

Intro:Body:

BLANK FOR LINK 

Conclusion:
Last Updated : Nov 13, 2019, 9:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.