ETV Bharat / bharat

ଦେଶରେ କୋରୋନା ବିରୋଧରେ ମହାଯଜ୍ଞ ଚାଲିଥିବା କହିଲେ ମୋଦି - ଦେଶରେ କୋରୋନା ବିରୋଧରେ ମହାଯଜ୍ଞ

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କି ବାତ' । ଥାଳି, ଥାଳି, ଦୀପ ମହମବତୀ ଦ୍ବାରା ଜନସାଧାରଣଙ୍କ ଭାବନା ଜାଗ୍ରତ ହୋଇଥଇବା ବେଳେ ସହର ହେଉ ଦେଶ, ଚାରିଆଡେ କୋରୋନା ବିରୋଧରେ ମହାଯଜ୍ଞ ଚାଲିଛି ବୋଲି କହିଛନ୍ତି ପ୍ରଧଆନମନ୍ତ୍ରୀ । ଅଧିକ ପଢନ୍ତୁ...

ଦେଶରେ କୋରୋନା ବିରୋଧରେ ମହାଯଜ୍ଞ ଚାଲିଥିବା କହିଲେ ମୋଦି

author img

By

Published : Apr 26, 2020, 2:29 PM IST

ହାଇଦ୍ରାବାଦ: କୋରୋନା ସଙ୍କଟ ମଧ୍ୟରେ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ଦେଶରେ କୋରୋନା ବିରୋଧରେ ମହାଯଜ୍ଞ ଚାଲିଥିବା କହିଛନ୍ତି ପ୍ରାଧନମନ୍ତ୍ରୀ । ମନ କି ବାତରେ ମୋଦି କହିଛିନ୍ତି ଯେ କୋରୋନା ବିରୋଧରେ ଜାରି ଲଢେଇ ଜନତାଙ୍କ ଦ୍ବାରା ପ୍ରେରିତ ଲଢେଇ । ସମସ୍ତ ଜନସାଧାରଣ ଏହି ଯୁଦ୍ଧରେ ସିପାହୀ ସାଜିଥିବାରୁ ଆମେ ଭାଗ୍ୟଶାଳୀ । ତାଳି ଥାଳି ଦୀପ ମହମବତୀ ଦ୍ବାରା ଜନସାଧାରଣଙ୍କ ଭାବନା ଜାଗ୍ରତ ହୋଇଛି । ସହର ହେଉ କି ଗାଁ, ଏପରି ଲାଗୁଛି ଯେମିତି ଦେଶରେ କୋରୋନା ବିରୋଧରେ ମହାଯଜ୍ଞ ଚାଲିଛି, ଯେଉଁଥିରେ ସମସ୍ତ ଯୋଗଦାନ ଦେବାକୁ ବ୍ୟଗ୍ର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବ୍ୟବସାୟ ହେଉ, ଅଫିସ୍, ସଂସ୍କୃତି, ଶିକ୍ଷା କିମ୍ବା ଡାକ୍ତରୀ କ୍ଷେତ୍ର, ସମସ୍ତେ କରୋନା ଭୂତାଣୁ ଦ୍ବାରା ଆସିଥିବା ପରିବର୍ତ୍ତନ ଅନୁଯାୟୀ ନିଜକୁ ଖାପ ଖୁଆଉଛନ୍ତି। କୋଟି କୋଟି ଲୋକଙ୍କ ଗ୍ୟାସ ସବସିଡି ଛାଡିବା ହେଉ କି ଲକ୍ଷ ଲକ୍ଷ ବରିଷ୍ଠ ନାଗରିକଙ୍କ ରେଳ ସବସିଡି ଛାଡିବା, କିମ୍ବା ସ୍ବଚ୍ଛ ଭାରତ ଅଭିଯାନର ନେତୃତ୍ବ ନେବା, ଏହି ସମସ୍ତ ବିଷୟ ଦର୍ଶାଉଛି ଯେ ଆମେ ସମସ୍ତେ ଗୋଟିଏ ଏକତାର ସୂତ୍ରରେ ହୋଇ ବାନ୍ଧି ହୋଇ ରହିଛୁ | ଏମାନେ ସମସ୍ତେ ଆମକୁ ଦେଶ ପାଇଁ କିଛି କରିବାର ପ୍ରେରଣା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ କଷ୍ଟଦାୟକ ପରିସ୍ଥିତି, ପ୍ରତ୍ୟେକ ଲଢେଇ କିଛି ନା କିଛି ଶିକ୍ଷା ଦେଇଥାଏ । ସମସ୍ତ ଦେଶବାସୀଙ୍କ ଦ୍ବାରା ପ୍ରଦର୍ଶିତ ନିଷ୍ଠା ଓ ଶକ୍ତି ସହିତ ଭାରତରେ ମଧ୍ୟ ଏକ ନୂତନ ପରିବର୍ତ୍ତନ ଆରମ୍ଭ ହୋଇଛି | ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଚିକିତ୍ସା କ୍ଷେତ୍ର, ସମସ୍ତେ ଏକ ନୂତନ ବୈଶ୍ବୟିକ ପରିବର୍ତ୍ତନ ଆଡକୁ ଗତି କରୁଛନ୍ତି |

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଲୋକମାନେ ରାସ୍ତାକୁ ଓହ୍ଲାଇ ପରସ୍ପରକୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି। ଗରିବଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ରାସନ ବ୍ୟବସ୍ଥା, ଲକଡାଉନକୁ ପାଳନ କରିବା ଡାକ୍ତରଖାନା ଯୋଗାଣ, ଦେଶରେ ଚିକିତ୍ସା ଉପକରଣ ନିର୍ମାଣ ଏସବୁ କ୍ଷେତ୍ରରେ ଆଜି ସମଗ୍ର ଦେଶ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢୁଛି ।

ଯେତେବେଳେ ଦେଶ ଏକ ହୋଇ କାର୍ଯ୍ୟ କରେ, ସେତେବେଳେ କଣ ହୁଏ ଆମେ ଏହା ଅନୁଭବ କରୁଛୁ। ଆଜି କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ପ୍ରତ୍ୟେକ ବିଭାଗ ଏବଂ ଅନୁଷ୍ଠାନ ସମ୍ପୂର୍ଣ୍ଣ ଜୋର ଦେଇ କାର୍ୟ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଶ୍ବ ତଥା ଅନେକ ବିକଶିତ ଦେଶରେ ଔଷଧର ସଙ୍କଟ ଦେଖାଦେଇଛି । ଯଦି ଭାରତ ବିଶ୍ବକୁ ଔଷଧ ନ ଦିଏ, ତେବେ ଭାରତକୁ କେହି ବି ଦୋଷ ଦେବେ ନାହିଁ। ପ୍ରତ୍ୟେକ ଦେଶବାସୀ ବୁଝନ୍ତି ନିଜ ନାଗରିକଙ୍କୁ ବଞ୍ଚାଇବା ହେଉଛି ଭାରତର ପ୍ରାଥମିକତା, କିନ୍ତୁ ଭାରତ ଏହାର ସଂସ୍କୃତି ଅନୁଯାୟୀ ନିଷ୍ପତ୍ତି ନେଇଛି। ମାନବତାର ପରିଚୟ ଦେଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି କି ଡାକ୍ତର ହୁଅନ୍ତୁ କିମ୍ବା ଆମ ପୋଲିସ ବ୍ୟବସ୍ଥା ବିଷୟରେ ସାଧାରଣ ଲୋକଙ୍କ ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ଆସିଛି | ଆମର ପୋଲିସ କର୍ମଚାରୀ ଗରିବ, ଅଭାବୀ ଲୋକଙ୍କୁ ଔଷଧ ଓ ଖାଦ୍ୟ ଯୋଗାଉଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ -19 ବିଶ୍ବ ମହାମାରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ରାଜ୍ୟ ସରକାରଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ ପ୍ରତ୍ୟତ ରାଜ୍ୟ ସରକାର ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି।

ସ୍ବାସ୍ଥ୍ୟ ସେବା ସହ ଜଡିତ କୋରୋନା ଯୋଦ୍ଧାଙ୍କ ବିରୋଧରେ ହେଉଥିବା ହିଂସାକୁ ନେଇ କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି ଏହାକୁ ନେଇ ସ୍ବାସ୍ଥ୍ୟକର୍ମୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା କହିଛନ୍ତି ମୋଦି ।

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ, ଆମ ପୃଥିବୀକୁ ନବୀକରଣ କରିବାକୁ ପ୍ରତିଶୃତି ଦେବା ଉଚିତ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରମଜାନ କଥା କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ରମଜାନ ପାଳନ କରୁଥିବାବେଳେ କିଏ ଭାବିଥିଲେ ଆସନ୍ତା ବର୍ଷ ପବିତ୍ର ରମଜାନ ମାସରେ ଆମେ କରୋନା ଭଳି ମହାମାରୀର ସମ୍ମୁଖୀନ ହେବୁ। ତେଣୁ ଚଳିତ ତଥ ରମଜାନରେ ଅଧିକ ପ୍ରାର୍ଥନା କରନ୍ତୁ କି ଇଦ୍‌ ପୂର୍ବରୁ କୋରୋନା ସମାପ୍ତ ହେଉ । ତେବେ ଶେଷରେ ଲକଡାଉନ ନିୟମକୁ କଡାକଡି ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.