ETV Bharat / bharat

NEET ଛାତ୍ରୀଙ୍କ ଆତ୍ମହତ୍ୟା - mp chindawada neet student commite sucide

ମଧ୍ୟପ୍ରଦେଶର ଛିନ୍ଦୱାଡାର ଜଣେ ନିଟ୍  ଛାତ୍ରୀ ପରୀକ୍ଷାରେ କମ୍ ମାର୍କ ରଖିଥିବା ଜାଣି ଆତ୍ମହତ୍ୟା କରିଥିବା ଜଣାପଡିଛି । କମ୍ପ୍ୟୁଟର ଟେକନିକ୍ ସମସ୍ୟା ଯୋଗୁ ଛାତ୍ରୀ ଜଣଙ୍କର ମାର୍କ ଏତେ କମ ଦେଖାଇଥିଲା । କିନ୍ତୁ ପ୍ରକୃତରେ ଛାତ୍ର ଜଣଙ୍କୁ ନିଟ୍ ପରୀକ୍ଷାରେ 590 ମାର୍କ ମିଳିଥିଲା ।

NEET  ଛାତ୍ରୀଙ୍କ ଆତ୍ମହତ୍ୟା
NEET ଛାତ୍ରୀଙ୍କ ଆତ୍ମହତ୍ୟା
author img

By

Published : Oct 24, 2020, 6:02 PM IST

Updated : Oct 24, 2020, 7:13 PM IST

ଭୋପାଳ: ନିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା । ମଧ୍ୟପ୍ରଦେଶର ଛିନ୍ଦୱାଡାର ଜଣେ ନିଟ୍ ଛାତ୍ରୀ ପରୀକ୍ଷାରେ କମ୍ ମାର୍କ ରଖିଥିବା ଜାଣି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବିଧୀ ସୂର୍ଯ୍ୟବଂଶୀ ନାମକ ଏହି ଛାତ୍ରୀ ଜଣଙ୍କ ପିଲା ବେଳୁ ହିଁ ଡାକ୍ତର ହେବା ପାଇଁ ସ୍ବପ୍ନ ଦେଖିଥିଲେ । ଏଥିପାଇଁ ସେ କଠିନ ପରିଶ୍ରମ କରୁଥିଲେ । ନିଟ୍ ପରୀକ୍ଷା ଦେଇସାରିବା ପରେ ସେ ରେଜଲ୍ଟକୁ ଅପେକ୍ଷା କରିଥିଲେ ।

ରେଜଲ୍ଟ ଆସିବା ପରେ ସେ ଅନଲାଇନରେ ରେଜଲ୍ଟ ଚେକ୍ କରିଥିଲେ । ଯେଉଁଥିରେ ତାଙ୍କୁ 6 ମାର୍କ ମିଳିଥିଲା । ଏହା ଦେଖି ସେ ବହୁତ ଦୁଃଖିତ ହୋଇଥିଲେ । ଶେଷରେ ସେ ଆତ୍ମହତ୍ୟା କରିଥିଲେ ।

ଏଠାରେ ସବୁଠାରୁ ଦୁଃଖଦ ଘଟଣା ଏହା ଯେ, ପ୍ରକୃତରେ କମ୍ପ୍ୟୁଟର ଟେକନିକ୍ ସମସ୍ୟା ଯୋଗୁ ଛାତ୍ରୀ ଜଣଙ୍କର ମାର୍କ ଏତେ କମ ଦେଖାଇଥିଲା । କିନ୍ତୁ ପ୍ରକୃତରେ ଛାତ୍ରୀ ଜଣଙ୍କୁ ନିଟ୍ ପରୀକ୍ଷାରେ 590 ମାର୍କ ମିଳିଥିଲା । ତେବେ ଟେକନିକ୍ ସମସ୍ୟା କାରଣରୁ 6 ମାର୍କ ଦେଖି ବିଧୀ ଆତ୍ମହତ୍ୟା କରିଥିଲେ । ଛାତ୍ରୀଙ୍କର ମୃତଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Last Updated : Oct 24, 2020, 7:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.