ETV Bharat / bharat

ମଧ୍ୟପ୍ରଦେଶ: ଦଳ ବଦଳ ନିରୋଧୀ ଆଇନକୁ ଉପେକ୍ଷା - ବିଜେପି ସରକାର

ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ସଦ୍ୟ ଗଠିତ ହୋଇଛି ବିଜେପି ସରକାର । ତେବେ ଏହି ସରକାର ଗଠନ ସମୟରେ ଦଳବଦଳ ନିରୋଧୀ ଆଇନକୁ ଉପେକ୍ଷା କରାଯାଇଥିବା କୁହାଯାଉଛି ।

Ignoring anti-party law
ମଧ୍ୟପ୍ରଦେଶ: ଦଳବଦଳ ନିରୋଧୀ ଆଇନକୁ ଉପେକ୍ଷା
author img

By

Published : Mar 29, 2020, 4:27 PM IST

ମାର୍ଚ୍ଚ 23, 2020। ସାରା ଦେଶରେ କୋଭିଡ୍‌-19 କୋରୋନା ଭୂତାଣୁ ସଂକ୍ରମଣର ଆତଙ୍କ ସୃଷ୍ଟି କରୁଥାଏ। ଦେଶର ବିଭିନ୍ନ ସହରକୁ ଗୋଟିଏ ପରେ ଗୋଟିଏ ଲକ୍‌ଡାଉନ୍‌ ଘୋଷଣା କରୁଥାଆନ୍ତି ବିଭିନ୍ନ ରାଜ୍ୟ ସରକାର। ଏତିକିବେଳେ ମଧ୍ୟପ୍ରଦେଶରେ ରାଜନୀତିକ ସଙ୍କଟକୁ ଏଡାଇ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ରାଜ୍ୟପାଳ ଲାଲଜୀ ଟଣ୍ଡନ ରାଜଭବନରେ ଏକ ନିରାଡମ୍ବର ଉତ୍ସବ ମାଧ୍ୟମରେ ବିଜେପି ନେତା ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବା ପରେ ତାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ନିର୍ଦ୍ଦେଶ ଦେଲେ।

ଏହା ପରଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କଲେ। ଏହି ସମୟରେ କଂଗ୍ରେସର ବିଧାୟକମାନେ ବୟକଟ୍‌ ଘୋଷଣା କରି ଗୃହରେ ଉପସ୍ଥିତ ରହି ନଥିଲେ। ଏସବୁ ସାମ୍ବିଧାନିକ ପ୍ରକ୍ରିୟା ପରେ ଶିବରାଜ ପୁଣିଥରେ ମଧ୍ୟ ପ୍ରଦେଶର ଶାସନ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ପଦକୁ 15ମାସର ବ୍ୟବଧାନରେ ଫେରିଛନ୍ତି ଆଉ ବିଜେପି ଯେଉଁ ରାଜ୍ୟକୁ ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ହାରିଥିଲା ପୁଣିଥରେ ସେଠାରେ କ୍ଷମତା ଅକ୍ତିଆର କରିବାରେ ସକ୍ଷମ ହୋଇଛି।

ମଧ୍ୟପ୍ରଦେଶରେ ଏହି ରାଜନୀତିକ ସଙ୍କଟ ସୃଷ୍ଟି ହେଲା ମାର୍ଚ୍ଚ 10 ତାରିଖ ଦିନ। ଏହିଦିନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଲେ। ତାଙ୍କ ସହ ମଧ୍ୟପ୍ରଦେଶ ସରକାରଙ୍କ 6 ଜଣ ମନ୍ତ୍ରୀଙ୍କ ସମେତ 22 ଜଣ ବିଧାୟକ ଇସ୍ତଫା ଦେଲେ। ଏମାନେ ଜ୍ୟୋତିରାଦିତ୍ୟଙ୍କ ଆନୁଗତ୍ୟ ଥିଲେ। ମନ୍ତ୍ରୀମାନଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ଗ୍ରହଣ କଲେ କିନ୍ତୁ ବିଧାୟକଙ୍କ ନୁହେଁ। ଏହାଫଳରେ ରାଜ୍ୟରେ ରାଜନୀତିକ ଡ୍ରାମା ଆରମ୍ଭ ହେଲା।

କଂଗ୍ରେସର ଏହି ଅସନ୍ତୋଷ ବିଧାୟକମାନେ ବେଙ୍ଗାଲୁରୁ ଯାତ୍ରା କଲେ। କଂଗ୍ରେସ ଅଭିଯୋଗ କଲା ଯେ, ତାଙ୍କ ଦଳର ବିଧାୟକମାନେ ପ୍ରବଳ ଚାପରେ ଅଛନ୍ତି। ସେମାନଙ୍କୁ ବିଜେପି ବନ୍ଦୀ କରି ରଖିଛି। ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ମଧ୍ୟପ୍ରଦେଶ ସରକାର ସଂଖ୍ୟାହୀନ ହୋଇଥିବା ଅଭିଯୋଗ କରି ଗୃହରେ ବହୁମତ ପରୀକ୍ଷା ପାଇଁ ଦାବି କଲେ। ରାଜ୍ୟପାଳ ଏଥିଲାଗି ବାଚସ୍ପତିଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ବାଚସ୍ପତି ଏଥିରେ ବିଳମ୍ବ କରିବାରୁ ବିଜେପି ନେତାମାନେ ସୁପ୍ରିମ୍‌କୋର୍ଟଙ୍କ ପାଖରେ ଆବେଦନ କରିଥିଲେ।

ମାର୍ଚ୍ଚ 19 ତାରିଖରେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମ୍‌କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କଲେ। ଦୁଇଦିନର ଶୁଣାଣି ପରେ ଖଣ୍ଡପୀଠ ବାଚସ୍ପତିଙ୍କୁ ତତ୍‌କ୍ଷଣାତ୍‌ ବହୁମତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ। ଆଦେଶର ପରଦିନ ଏଥିଲାଗି ପ୍ରସ୍ତୁତି ହେଲା। ମାତ୍ର ବହୁମତ ସାବ୍ୟସ୍ତ କରିବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲ ନାଥ ନିଜ ପଦବୀରୁ ଇସ୍ତଫା ଦେଲେ।

ଯେହେତୁ 22 ଜଣ ବିଧାୟକ ତାଙ୍କ ଦଳରୁ ଇସ୍ତଫା ଦେଇ ବିଜେପି ସାଙ୍ଗରେ ରହିଥିଲେ, ଏଣୁ ତାଙ୍କ ପାଖରେ ଥିବା ସଂଖ୍ୟା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ସକ୍ଷମ ହୋଇ ପାରିବ ନାହିଁ ବୋଲି ସେ ପୂର୍ବରୁ ନିଶ୍ଚିତ ହୋଇଥିଲେ। କାରଣ 230 ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବହୁମତ ପାଇଁ 116 ବିଧାୟକଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ। ଯେହେତୁ ଦୁଇଜଣ ବିଧାୟକଙ୍କ ମୃତ୍ୟୁ ପରେ ସେହି ପଦବୀଲାଗି ଭୋଟ୍‌ ହୋଇ ନାହିଁ ଏଣୁ ବହୁମତ ପାଇଁ 114 ମତ ଆବଶ୍ୟକ ଥିଲା।

କଂଗ୍ରେସ ପାଖରେ 114 ଜଣ ବିଧାୟକଙ୍କ ସମର୍ଥନ ଥିଲା। ଏଥିରେ 7 ଜଣ ସଦସ୍ୟ ବିଏସ୍‌ବି, ଏସ୍‌ପି ଏବଂ ସ୍ଵାଧୀନ ବିଧାୟକ ରହିଥିଲେ। ବିଜେପି ପାଖରେ ମାତ୍ର 107 ଜଣ ବିଧାୟକଙ୍କ ସମର୍ଥନ ଥିଲା। କିନ୍ତୁ ଯେତେବେଳ 22 ଜଣ କଂଗ୍ରେସ ବିଧାୟକ ପଦବୀରୁ ଇସ୍ତଫା ଦେଲେ ସେତେବେଳେ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା 208କୁ ଖସି ଆସିଥିଲା ଏବଂ ଏହି ସମୟରେ ସଂଖ୍ୟା ଗରିଷ୍ଠ ସାବ୍ୟସ୍ତ କରିବା ଲାଗି 104ରୁ ଅଧିକ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। କଂଗ୍ରେସ ପାଖରେ ଆଉ ଏହି ସଂଖ୍ୟା ରହିଲା ନାହିଁ। ଯାହାଦ୍ଵାରା ବିଜେପିକୁ ସରକାର ଗଠନ କରିବା ପାଇଁ ଆଉଥରେ ସୁଯୋଗ ମିଳିଥିଲା।

କମଲ୍‌ ନାଥ ସରକାରଙ୍କୁ ଭାଙ୍ଗିବା ଏବଂ ବିଜେପି ପୁଣିଥରେ ସରକାରକୁ ଫେରିବା ପାଇଁ ମଧ୍ୟପ୍ରଦେଶରେ ଯେଉଁ ରାଜନୀତିକ ଛନ୍ଦକପଟ ଚାଲିଲା ସେଥିରେ ଅନୁଧ୍ୟାନ କଲେ ଜଣାଯାଏ ଯେ, ସମ୍ବିଧାନ ପ୍ରଦତ୍ତ ଦଳବଦଳ ନିରୋଧ ବିଧିକୁ ଉଲ୍ଲଙ୍ଘନ ବା ଉପେକ୍ଷା କରିବା ପାଇଁ ନୂଆ କୌଶଳକୁ ବ୍ୟବହାର କରାଯାଇଛି। ସମ୍ବିଧାନର 10ମ ଅନୁଛେଦ ଏହି ଦଳ ବଦଳ ପ୍ରସଙ୍ଗରେ ବିଧି ପ୍ରଦତ୍ତ କରିଛି।

ଏହି ଅନୁଚ୍ଛେଦକୁ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ 1985 ମସିହାରେ ସମ୍ବିଧାନରେ ଯୋଡା ଯାଇଥିଲା। ଉଦ୍ଦେଶ୍ୟ ଥିଲା 80 ଦଶକର ‘ଆୟାରାମ ଗ୍ରାରାମ ରାଜନୀତି’ରେ ପୂଣ୍ଣଚ୍ଛେଦ ଟାଣିବା। ସେତେବେଳ ଯାଏ ବିଧାୟକ ମାନେ ରାତା ରାତି ଗୋଟିଏ ପରେ ଗୋଟିଏ ଦଳ ପରିବର୍ତ୍ତନ କରୁଥିଲେ। ବିଶେଷକରି ହରିୟାଣାର ବିଧାୟକ ଗୟା ଲାଲଙ୍କ ନାମ ଅନୁସାରେ ଏହି ନୀତି ରାଜନୀତିରେ ପରିଚିତ ଥିଲା। 1967 ମସିହାରେ ସେ ମାତ୍ର 15 ଦିନ ଭିତରେ ତିନିଥର ଦଳ ପରିବର୍ତ୍ତନ କରିଥିଲେ। କିନ୍ତୁ 1985ରେ ସମ୍ବିଧାନରେ ଏହି ଅନୁଚ୍ଛେଦ ଯୋଡାଯିବା ପରେ ବିଧାୟକ ଦଳ ପରିବର୍ତ୍ତନ କଲେ, ସେ ବିଧାୟକ ପଦ ପାଇଁ ଅସିଦ୍ଧ ଘୋଷଣା ହେଲେ। ଅର୍ଥାତ୍‌ ସମ୍ପୃକ୍ତ ଦଳବଦଳକାରୀ ବିଧାୟକଙ୍କ ପଦ ଚାଲିଯିବା ନେଇ ଆଇନ ହେଲା।

ଅନେକ ବର୍ଷ ଧରି ଏହି ଆଇନ ଭାରତରେ ବିଧାୟକଙ୍କ ଦଳ ପରିବର୍ତ୍ତନକୁ ରୋକିବାରେ ସହାୟକ ହୋଇଥିଲା। କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ଆଇନରେ ଗଳାବାଟକୁ ଛଳନା ପୂର୍ବକ ରାଜନେତାମାନେ ଖୋଜି ପାଇଛନ୍ତି। କୌଣସି ଏକ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିରୋଧୀ ଦଳ ଜଣେ ନୁହେଁ ନିର୍ଦ୍ଧାରିତ ସଂଖ୍ୟାର ବିଧାୟକଙ୍କୁ ନିଜ ପକ୍ଷକୁ ଟାଣିବାରେ ସକ୍ଷମ ହୋଇ ସରକାରକୁ ହାତଉଛି।

ଏହି ପ୍ରକାର ଛଳନାତ୍ମକ ଭାବେ କୌଣସି ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିବାର ଯେଉଁ ଧାରା ଆରମ୍ଭ ହୋଇଛି ସେଥିଲାଗି ଆମେ ନିର୍ଦ୍ଦିଷ୍ଟ ଭାବେ ବିଜେପିକୁ ଦାୟୀ କରିପାରିବା। ବିଜେପି 2008 ମସିହାରେ କର୍ଣ୍ଣାଟକରେ ପ୍ରଥମେ ଏମିତି ଏକ ଅପରେସନ୍‌ ଆରମ୍ଭ କରିଥିଲା ଏବଂ ସେଥିରେ ବିଜୟୀ ହୋଇଥିଲା। ଏହି ଅପରେସନ୍‌ର ନଁ ଥିଲା ‘ଅପରେସନ୍‌ କମଲ’। ଯେଉଁଥିରେ ସରକାର ଭାଙ୍ଗିବା ଲାଗି ଆବଶ୍ୟକ ବିଧାୟକଙ୍କୁ ବିଜେପି ନିଜ ପକ୍ଷକୁ ଆଣିଥିଲା। ରାତାରାତି ସେମାନଙ୍କୁ ଚାର୍ଟଡ୍‌ ପ୍ଲେନ୍‌ରେ ଅଣାଯାଇ ପଞ୍ଚତାରକା ହୋଟେଲରେ ରାଜ୍ୟ ବାହାରେ ରଖାଯାଇଥିଲା। ସେହି ସ୍ଥାନରୁ ତାଙ୍କୁ ନିଜ ଦଳର ମୁଖ୍ୟଙ୍କ ସହ କଥା ହେବାରୁ ମଧ୍ୟ ବଞ୍ଚିତ କରାଯାଇଥିଲା। ଏହି ବିଧାୟକ ମାନେ ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ଫଳରେ ବିଧାନସଭାରେ ଆବଶ୍ୟକ ସଂଖ୍ୟା କମିଯିବାରୁ କଂଗ୍ରେସ ସରକାର ଭାଙ୍ଗିଥିଲା ଏବଂ ବିଜେପି ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି ଜଣାଇ ସେଥିରେ ସମର୍ଥ ହୋଇଥିଲା। ଉପ ନିର୍ବାଚନରେ ଯେଉଁ ବିଧାୟକମାନେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସେମାନଙ୍କୁ ବିଜେପି ପ୍ରାର୍ଥୀ କରି ଜିତାଇଥିଲା। ଗତବର୍ଷ ମଧ୍ୟ କର୍ଣ୍ଣାଟକରେ ସମାନ ପ୍ରକାର ଘଟଣା ଘଟିଲା। କଂଗ୍ରେସ-ଜେଡିଏସ୍‌ ସରକାରଙ୍କୁ ବିଜେପି ଭାଙ୍ଗି କ୍ଷମତା ଅକ୍ତିଆର କରିବା ଲାଗି ସମାନ ରାସ୍ତାକୁ ଆପଣାଇଥିଲା।

ଯେଉଁ ବିଧାୟକମାନେ କଂଗ୍ରେସରୁ ହଟିଥିଲେ ସେମାନଙ୍କୁ ବିଜେପି ଟିକେଟ୍‌ ଦେଇ ଉପ ନିର୍ବାଚନ ଜିତାଇଥିଲା। ଏବେ ସେମାନଙ୍କ ଭିତରୁ ଅନେକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କୁ ନିଜ ପକ୍ଷକୁ ଆଣି ଉପ ନିର୍ବାଚନ ଜିତିବାର ପ୍ରକ୍ରିୟା ମଧ୍ୟପ୍ରଦେଶରେ ପୁନରାବୃତ୍ତି ହେବାକୁ ଯାଉଛି। ଏକ ନିର୍ବାଚିତ ସରକାରଙ୍କୁ ଟାଳି ନିଜେ କ୍ଷମତା ଅକ୍ତିଆର କରିବାର ଏହା ଏକ ଗଭୀର ସମସ୍ୟା ଭିତ୍ତିକ କୌଶଳ। ଏହା ଜନସାଧାରଣଙ୍କ ଦ୍ଵାରା ଦିଆଯାଇଥିବା ମତକୁ ଅସମ୍ମାନିତ କରିବା ସହ ଦଳ ବଦଳ ଆଇନରେ ଗଳାବାଟ କାଢି ଏହାକୁ ଅପମାନିତ କରୁଛି।

ଭାରତର ଗଣତନ୍ତ୍ର ଉପରେ ଏହିପରି ସରକାର ଭାଙ୍ଗି କ୍ଷମତା ଅକ୍ତିଆର କରିବାର ପରମ୍ପରା ଅତ୍ୟନ୍ତ ଗମ୍ଭୀରଜନକ ବିଷୟ। ଅବଶ୍ୟ ଅନେକ ଏହା କହିବେ ଯେ, ଇସ୍ତଫା ଦେଇଥିବା ଏହି ବିଧାୟକମାନେ ପୁଣିଥରେ ନିର୍ବାଚନ ସମ୍ମୁଖୀନ ହେଉଛନ୍ତି ଏବଂ ବିଜୟୀ ହୋଇ ବିଧାୟକ ଭାବେ ଶପଥ ନେଉଛନ୍ତି ଏଣୁ ଏଥିରେ ଦଳ ବଦଳ ଆସିଲା କିପରି? କିନ୍ତୁ ଯେଉଁମାନେ ଏଭଳି ଯୁକ୍ତି ବାଢ଼ୁଛନ୍ତି ସେମାନେ ଏହା ଭୁଲିବା ଅନୁଚିତ ଯେ, ଏହି ଯେଉଁ ନିର୍ବାଚନ ହେଉଛି ସେହି ସମୟରେ ଏକ ସରକାର କ୍ଷମତାରେ ରହିଛି ଏବଂ ସେମାନେ ସରକାରୀ ଦଳର ବିଧାୟକ ହେବେ ବୋଲି ନିର୍ବାଚନ ଲଢ଼ୁଛନ୍ତି। ଏଣୁ ଏଥିରେ ସରକାରୀ ଦଳର ପ୍ରଭାବ ନିଶ୍ଚିତ ରହିବ। ଏହି ପ୍ରକାର କ୍ଷମତା ପାଇବାର ପ୍ରକ୍ରିୟା ଦଳ ବଦଳ ଆଇନର ପ୍ରକୃତ ରହସ୍ୟକୁ ପ୍ରଭାବହୀନ କରୁଛି।

ଯଦି ଆମେ ବାସ୍ତବରେ ଦଳ ବଦଳକୁ ବେଆଇନ କହି ତାହାକୁ ପ୍ରୋତ୍ସାହନ ଦେବାକୁ ଚାହୁଁ ନାହୁଁ ତେବେ ସମୟ ଆସିଛି ଏହି ଆଇନରେ ଆହୁରି ସଂଶୋଧନ ଆଣି ତାହାକୁ ଅଧିକ ଶକ୍ତ କରିବାକୁ ପଡ଼ିବ। ଏହାଦ୍ଵାରା ଏହିପରି ବିଧାୟକଙ୍କ ଗଣ ଇସ୍ତଫାକୁ ଆମେ ରୋକିପାରିବା। ଯେଉଁ ବିଧାୟକମାନେ ଏକା ସାଙ୍ଗରେ ଇସ୍ତଫା ଦେଉଛନ୍ତି ସେମାନଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବା ପାଇଁ ପ୍ରତିବନ୍ଧକ ଲଗାଇପାରିଲେ ଆମେ ଏହି ଆଇନକୁ ଶକ୍ତ କରିପାରିବା। ଏଣୁ ଏବେ ସମୟ ଆସିଛି ସଂସଦ ଆଇନ ବିଷୟରେ ଚିନ୍ତା କରୁ, ଏଥିଲାଗି ଆବଶ୍ୟକ ସଂଶୋଧନ ପ୍ରସ୍ତାବ ସଂସଦରେ ଆଗତ କରୁ। ଫଳରେ ଆଇନର ଏପରି ଅପବ୍ୟବହାରକୁ ରୋକାଯାଇପାରିବ।

ଲେଖକ-ମାଥ୍ୟୁ ଇଡିକୁଲା (ଜଣେ ଆଇନଜୀବୀ, ଗବେଷକ ଏବଂ ଲେଖକ। ସେ ବାଙ୍ଗାଲୋରରେ ରହନ୍ତି ଏବଂ ସେଣ୍ଟର ଫର ଲ ଆଣ୍ଠ ପଲିସି ରିସର୍ଚରେ କନ୍‌ସଲ୍‌ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.