ETV Bharat / bharat

ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ: ‘ପଦ୍ମ’ ଘୁଞ୍ଚିଲା

author img

By

Published : Mar 16, 2020, 12:45 PM IST

Updated : Mar 16, 2020, 1:01 PM IST

ମଧ୍ୟପ୍ରଦେଶରେ ଘୁଞ୍ଚି ଘୁ଼ଞ୍ଚି ଯାଉଛି ‘ପଦ୍ମ’ । କ୍ଷମତାରୁ କମଲନାଥଙ୍କୁ ହଟାଇ ରାଜ୍ୟରେ ‘କମଲ’ ଖେଳାଇବାର ଚେଷ୍ଟା ମାର୍ଚ୍ଚ 26 ପର୍ଯ୍ୟନ୍ତ ଘୁଞ୍ଚିଯାଇଛି । ଅନ୍ୟପଟେ ଏପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବିଜେପି ।

'Padma' moved
ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ: ‘ପଦ୍ମ’ ଘୁଞ୍ଚିଲା

ଭୋପାଳ: ମଧ୍ୟପ୍ରଦେଶରେ ଘୁଞ୍ଚି ଘୁ଼ଞ୍ଚି ଯାଉଛି ‘ପଦ୍ମ’ । କ୍ଷମତାରୁ କମଲନାଥଙ୍କୁ ହଟାଇ ରାଜ୍ୟରେ ‘କମଲ’ ଖେଳାଇବାର ଚେଷ୍ଟା ମାର୍ଚ୍ଚ 26 ପର୍ଯ୍ୟନ୍ତ ଘୁଞ୍ଚିଯାଇଛି ।

ବିଗତ କିଛି ସପ୍ତାହ ଧରି ଲାଗି ରହିଥିବା ମହାଡ୍ରାମାର ଅନ୍ତ ଆଜି ହେବ ବୋଲି ଆଶା କରାଯାଉଥିବାବେଳେ ଏହା 26 ତାରିଖ ଯାଏଁ ଅନିଶ୍ଚିନ୍ତତା ଭିତରେ ରହିଛି । କ୍ଷମତାରେ ଥିବା କମଲନାଥ ସରକାରଙ୍କ କମର କସିବା ଲାଗି ଆଜି ବିଧାନସଭାରେ ଫ୍ଲୋରଟେଷ୍ଟ (ବହୁମତ ପରୀକ୍ଷା) ହେବାର ଥିଲା । ଅନ୍ୟପଟେ ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଛି ବିଜେପି ।

ତେବେ ଆଜି ବିଧାନସଭାରେ ହୋହଲ୍ଲା କାରଣ ସହ କୋରୋନା ଲାଗି ବାଚସ୍ପତି ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି । ସୋମବାର କମଲନାଥ ସରକାରଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ କହିଥିଲେ ।

ସୂଚନାଥାଉକି, କଂଗ୍ରେସର 22 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଫଳରେ ସରକାର ଏଠାରେ ସଂଖ୍ୟାଗରିଷ୍ଠତା ହରାଇଥିବା ଦାବି କରି ବହୁମତ ପରୀକ୍ଷା ଦାବି କରିଥିଲା ବିଜେପି ।

Last Updated : Mar 16, 2020, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.