ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ 50 ଲକ୍ଷ ଆର୍ଥିକ ସହାୟତା ରାଶି: ଯୋଗୀ ଆଦିତ୍ୟନାଥ

author img

By

Published : Apr 12, 2020, 1:40 PM IST

କୋରୋନା ରୋଗର ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।

corona
ସ୍ବାସ୍ଥ୍ୟକର୍ମୀଙ୍କୁ 50 ଲକ୍ଷ ଆର୍ଥିକ ସହାୟତା ରାଶି

ଲକ୍ଷ୍ନୌ: ଦେଶରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ କୋରୋନା ରୋଗର ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।

କୋରୋନା ଚିକିତ୍ସା ଏବଂ ପ୍ରତିରୋଧରେ ନିୟୋଜିତ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସୁବିଧା ଯୋଗାଇବାକୁ ୟୁପି ସରକାର ଘୋଷଣା କରିଛନ୍ତି। ତେବେ କରୋନା ଚିକିତ୍ସା ଏବଂ ପ୍ରତିରୋଧରେ ନିୟୋଜିତ ଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଡ୍ୟୁଟି ସମୟରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ 50 ଲକ୍ଷ ଆର୍ଥିକ ସହାୟତା ରାଶି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ବିଭାଗର ମୁଖ୍ୟ ରେଣୁକା କୁମାର ।

ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ବିଭାଗର ସରକାରୀ, ଅର୍ଦ୍ଧ ସରକାରୀ ଏବଂ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ଲୋକ ଏହି ସୁବିଧା ପାଇ ପାରିବେ । ପ୍ରକାଶ ଥାଉକି, ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା 452 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 5 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 45 ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.