ETV Bharat / bharat

ଚନ୍ଦ୍ରଯାନ-3 ମିଶନ ପାଇଁ ନୂଆ ନିର୍ଦ୍ଦେଶକ ନିଯୁକ୍ତ

author img

By

Published : Dec 18, 2019, 4:45 PM IST

ଚନ୍ଦ୍ରଯାନ-3ର ନୂଆ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ନିଯୁକ୍ତ ପାଇଲେ ପି ବୀରାମୁତୁବେଲ । ଅଧିକ ପଢନ୍ତୁ...

M Vanita
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-3 ଟିମରେ କାମ କରିବେନି ବୈଜ୍ଞାନିକ ଏମ ବନିତା । ଏହିଭଳି ଏକ ବଡ ନିଷ୍ପତ୍ତି ନେଇଛି ଇସ୍ରୋ । ଏହା ପୂର୍ବରୁ ଚନ୍ଦ୍ରଯାନ-2 ମିଶନ ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ ବନିତା । ଇସ୍ରୋ ସାଇଣ୍ଟିଷ୍ଟ ଏମ ବନିତାଙ୍କ ବଦଳରେ ପି ବିରାମୁତୁବେଲଙ୍କୁ ଟିମର ଦାୟିତ୍ବ ଭାର ସମ୍ଭାଳିବା ନେଇ ନିଷ୍ପତ୍ତି ହୋଇଛି ।

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରଯାନ-3କୁ ରିତୁ କରିଧାଲ ଲିଡ କରିବେ । ଏହା ପୂର୍ବରୁ ଚନ୍ଦ୍ରଯାନ-2 ମିଶନକୁ ମଧ୍ୟ ଲିଡ କରିସାରିଛନ୍ତି । ତେବେ ଭାରତର ଚନ୍ଦ୍ରଯାନ-2 ମିଶନ ସଫଳ ହୋଇପାରିନଥିଲା । ଚନ୍ଦ୍ରଯାନ-2 ସହିତ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ସଫଳ ଲ୍ୟାଣ୍ଡିଂ ହୋଇପାରିନଥିଲା । ତେବେ ବନିତାଙ୍କ ବଦଳି ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ କାରଣ ଦର୍ଶାଯାଇନାହିଁ ।

ଇସ୍ରୋର ସୂଚନାନୂଯାୟୀ, ଏମ ବନିତାଙ୍କୁ ପେଲୋଡ ମ୍ୟାନେଜମେଣ୍ଟ ଆଣ୍ଡ ସ୍ପେସ ଏଷ୍ଟ୍ରୋନାମୀ ଏରିୟା (ପିଡିଏମଏସଏ)ର ଡେପୁଟି ଡାଇରେକ୍ଟର ପଦରେ ନିଯୁକ୍ତି କରାଯିବ । ସେହିପରି ପି ବୀରାମୁତୁବେଲଙ୍କୁ ଚନ୍ଦ୍ରଯାନ-3 ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ନିଯୁକ୍ତି କରାଯିବ । ବିରାମୁତୁବେଲଙ୍କ ବଦଳି ଇସ୍ରୋ ମୁଖ୍ୟାଳୟରୁ ଟ୍ରାନ୍ସଫର ଇସ୍ରୋ ମୁଖ୍ୟାଳୟକୁ କରାଯିବ ।

ଏହା ବ୍ୟତୀତ ଡେପୁଟି ପ୍ରୋଜେକ୍ଟ ଟିମରେ ମଧ୍ୟ ପରିବର୍ତ୍ତନ କରାଯିବ । ଚନ୍ଦ୍ରଯାନ-3 ମିଶନ ପାଇଁ ଇସ୍ରୋ 29 ଜଣ ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ନିଯୁକ୍ତି କରିଛି । ଯାହା ମିଶନ ସହିତ ଜଡିତ ଅଲଗା ଅଲଗା କାମ କରିବେ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.