ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ପୋଲିସକୁ ମିଳିଛି ବଡ ସଫଳତା । ଲକ୍ଷ୍ନୌ ପୋଲିସ ଏକ ଗ୍ୟାଙ୍ଗକୁ କାବୁ କରିବା ସହିତ 6 ଜଣଙ୍କୁ ଗିରଫ କରିଛି । ତେବେ ଏହି ଗ୍ୟାଙ୍ଗ ସହରରେ ହେଉଥିବା ବିଭିନ୍ନ ଲୁଟ ଓ ଚୋରି ଘଟଣାରେ ସମ୍ପୃ୍କ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଗ୍ୟାଙ୍ଗ ନାଁରେ ଏକାଧିକ ମାମଲା ରହିଛି ।
ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ 7 ଲକ୍ଷ ଟଙ୍କା ଓ ବିଭିନ୍ନ ଅଳଙ୍କାର ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡେପୁଟି କମିଶନର ଶାଳିନୀ ।
ସୌଜନ୍ୟ @ANI