ETV Bharat / bharat

ରିଜରଭେସନ ଟିକେଟ୍ ପାଇଁ ନୂଆ ନିୟମ ଜାରି କଲା ରେଲୱେ - ରେଳୱେ

ଭାରତୀୟ ରେଳ ମଧ୍ୟ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହି ଟ୍ରେନ୍ ଗୁଡିକ ସାମାଜିକ ଦୂରତା, ମାସ୍କ ଏବଂ ପରିମଳ ନିୟମକୁ ପାଳନ କରିବାକୁ ଆଦେଶ ଦିଆଯାଇଛି । ଏହାଛଡା ରେଲୱେ ଯାତ୍ରୀଙ୍କ ରିଜରଭେସନ ଟିକେଟ୍ ପାଇଁ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି ।

railway
ରିଜରଭେସନ ଟିକେଟ୍ ପାଇଁ ନୂଆ ନିୟମ ଜାରି କଲା ରେଳୱେ
author img

By

Published : Jun 6, 2020, 2:11 PM IST

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ଲକଡାଉନ ଶେଷ ହେବା ପରେ ବର୍ତ୍ତମାନ ଦେଶରେ ଅନଲକ 1.0 ଲାଗୁ ହୋଇଛି । ଏହି ଅଧିନରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଧୀରେ ଧୀରେ ଅନେକ କ୍ଷେତ୍ରରେ ସାମାନ୍ୟ ଛାଡ କରିଛନ୍ତି । ଏହି କ୍ରମରେ ଭାରତୀୟ ରେଳ ମଧ୍ୟ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହି ଟ୍ରେନ୍ ଗୁଡିକ ସାମାଜିକ ଦୂରତା, ମାସ୍କ ଏବଂ ପରିମଳ ନିୟମକୁ ପାଳନ କରିବାକୁ ଆଦେଶ ଦିଆଯାଇଛି । ଏହାଛଡା ରେଲୱେ ଯାତ୍ରୀଙ୍କ ରିଜରଭେସନ ଟିକେଟ୍ ପାଇଁ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି।

ନୂଆ ଆଦେଶ ଅନୁଯାୟୀ, ପ୍ରତ୍ୟେକ ଯାତ୍ରୀଙ୍କ ଟିକେଟ୍ ବୁକିଂ ସମୟରେ ରିଜରଭେସନ ଫର୍ମ ଉପରେ ଅଧିକ ସୂଚନା ଦେବା ବାଧ୍ୟତାମୂଳକ ହେବ । ଏହା ବିନା ଟିକେଟ ମିଳିବ ନାହିଁ । ଏହି ସୂଚନାରେ ଆପଣ କେଉଁଠାକୁ ଯାତ୍ରା କରିବାକୁ ଯାଉଛନ୍ତି ତାହାର ସମ୍ପୂର୍ଣ୍ଣ ଠିକଣା ଦେବାକୁ ପଡିବ। କେବଳ ସହର ଲେଖିବା ଦ୍ବାରା କିଛି ହେବ ନାହିଁ, ଏହା ବ୍ୟତୀତ ସେହି ସ୍ଥାନର ସମ୍ପୃକ୍ତ ପିନକୋଡ ମଧ୍ୟ ଦେବାକୁ ପଡିବ ।

ରେଲୱେ କୋରୋନା ସଂକ୍ରମଣ ପରିସ୍ଥିତିକୁ ଦେଖି ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥଳ ସହିତ ସୂଚନା ଦେବାକୁ ବାଧ୍ୟତାମୂଳକ କରିଛି। ଯଦି ଆପଣ ରିଜରଭେସନ ଫର୍ମ ଉପରେ ଏହି ସୂଚନା ପ୍ରଦାନ କରନ୍ତି ନାହିଁ ତେବେ ଟିକେଟ୍ ବୁକ୍ ହେବ ନାହିଁ | କମ୍ପ୍ୟୁଟରୀକରଣ ସିଷ୍ଟମ ଅଧୀନରେ କେବଳ ଏହି ସୂଚନା ପରେ ମେସିନରୁ ଟିକେଟ ବାହାରିବ ।

ଏହି ସମସ୍ତ ସୂଚନା ଏଥିପାଇଁ ଦିଆଯାଉଛି ଯାହା ଦ୍ବାରା ଯଦି ଟ୍ରେନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ କିମ୍ବା ତାଙ୍କ ସହଯାତ୍ରୀଙ୍କୁ କୋରୋନା ସଂକ୍ରମଣ କରିଥାଏ, ତେବେ ଗନ୍ତବ୍ୟ ସ୍ଥଳରେ ଟ୍ରେସିଙ୍ଗ କରାଯାଇପାରିବ ।

ପ୍ରକାଶ ଥାଉକି, ଏହା ପୂର୍ବରୁ ରେଲୱେ ରିଜରଭେସନ ପାଇଁ ଯାତ୍ରୀଙ୍କୁ କେବଳ ରିଜରଭେସନ ଫର୍ମରେ ସେମାନଙ୍କ ଆବାସିକ ଠିକଣା ପୂରଣ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଯାତ୍ରୀଙ୍କୁ ଠିକଣା ସହିତ ପୋଷ୍ଟ ଅଫିସର ପିନ କୋର୍ଡ ଦେବା ମଧ୍ଯ ବାଧ୍ୟତାମୂଳକ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.