ETV Bharat / bharat

ଲକ୍ଷ୍ନୌ, ଆଗ୍ରା ଏୟାରପୋର୍ଟରେ ସମସ୍ତ ବିଦେଶୀ ଯାତ୍ରୀଙ୍କ ହେବ ମେଡିକାଲ ସ୍କ୍ରିନିଂ - କୋରୋନା ଭାଇରସ

ଲକ୍ଷ୍ନୌ ବିମାନବନ୍ଦରରେ 3 ଜଣ ଯାତ୍ରୀଙ୍କ ନିକଟରେ କୋରୋନାର ପ୍ରାଥମିକ ଲକ୍ଷଣ ଦେଖାଯାଇଛି । ଯାହାକୁ ନେଇ ତତ୍ପର ହୋଇଉଠିଛି ୟୁପି ସରକାର । ଅଧିକ ପଢନ୍ତୁ...

Lucknow
ଆଗ୍ରା ଏୟାରପୋର୍ଟରେ ସମସ୍ତ ବିଦେଶୀ ଯାତ୍ରୀଙ୍କ ହେବ ମେଡିକାଲ ସ୍କ୍ରିନିଂ
author img

By

Published : Mar 5, 2020, 11:36 PM IST

ଲକ୍ଷ୍ନୌ: କୋରୋନା ଭାଇରସକୁ ନେଇ ଆତଙ୍କିତ ୟୁପି ସରକାର । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ନୌ ଓ ଆଗ୍ରା ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏୟାରପୋର୍ଟରେ ମେଡିକାଲ ସ୍କ୍ରିନିଂର ବନ୍ଦୋବସ୍ତ କରାଯାଇଛି । ଲକ୍ଷ୍ନୌ ବିମାନବନ୍ଦରରେ 3 ଜଣ ଯାତ୍ରୀଙ୍କ ନିକଟରେ କୋରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବାରୁ ସେମାନଙ୍କୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି ।

ଜଣେ ଅଧିକାରୀଙ୍କ କହିବାନୂସାରେ, ଉକ୍ତ 3 ଜଣ ଯାତ୍ରୀଙ୍କୁ ସେପର୍ଯ୍ୟନ୍ତ ଆଇସୋଲେସନ ଓ୍ବାର୍ଡରେ ରଖାଯିବ ଯେପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ନେଗେଟିଭ ନଆସିଛି । ସେହିପରି ପଶୁ ପକ୍ଷୀଙ୍କ ମଧ୍ୟରେ ମଧ୍ୟ ଭାଇରସ ହେବାର ଆଶଙ୍କା ଥିବା ନେଇ ରାଜ୍ୟ ସରକାର ସମସ୍ତ ଗୋଶାଳାରେ ସଫେଇ କରିବା ନେଇ ଆଦେଶ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାଧିକାରୀ ଅଭିଷେକ ପ୍ରକାଶ ଖୋଲାରେ ଓ ଅଧା ରୋଷେଇ ହୋଇଥିବା ମାଂସକୁ ବିକ୍ରି କରିବା ନେଇ ରୋକ ଲଗାଇଛନ୍ତି । ସମସ୍ତ ହୋଟେଲ ଓ ରେସ୍ତୋରାଁକୁ ସଫା ରଖିବା ପାଇଁ ମଧ୍ୟ କୁହାଯାଇଛି । ଏହାପୂର୍ବରୁ କିଛି ହୋଟେଲ ମାନଙ୍କରେ ମାଂସାହାରୀ ଖାଦ୍ୟ ନ ରଖିବା ପାଇଁ ମଧ୍ୟ ନୋଟିସ ଦିଆଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.