ETV Bharat / bharat

ଗ୍ୟାସ ସିଲିଣ୍ଡର ଗୋଦାମରେ ଅଗ୍ନିକାଣ୍ଡ, 5 ମୃତ - ଲକ୍ଷ୍ନୌ

ଗ୍ୟାସ ଗୋଦାମରେ ନିଆଁ । ଶ୍ବାସ ରୁଦ୍ଧ ହୋଇ 5 ମୃତ । ଲକ୍ଷ୍ନୌ ଇନ୍ଦିରାନଗର ମାୟାବତୀ କଲୋନୀ ନିକଟ ରାମ ବିହାରର ଘଟଣା ।

ପ୍ରତିକାତ୍ମକ ଫଟୋ
author img

By

Published : May 1, 2019, 12:41 PM IST

ଲକ୍ଷ୍ନୌ: ଇନ୍ଦିରାନଗର ମାୟାବତୀ କଲୋନୀ ନିକଟ ରାମ ବିହାରରେ ଭୟାବହ ଅଗ୍ନିକାଣ୍ଡ । ଜଣେ ବ୍ୟକ୍ତିଙ୍କ ଘରେ ନିର୍ମିତ ହୋଇଥିବା ଗ୍ୟାସ ଗୋଦାମରେ ନିଆଁ ଲାଗିବା ଫଳରେ ଜଣେ ଶିଶୁ ସହିତ 5 ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ 15ଟି ଦମକଳ ଗାଡି ପହଞ୍ଚି ବହୁ ସମୟ ପରେ ନିଆଁକୁ କାବୁ କରିଥିଲେ ।

ଗୋଦାମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଘଟଣାରେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ନିଆଁ ଲାଗିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଏସିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ପରେ ଏହି ନିଆଁ ଚାହୁଁଚାହୁଁ ପୁରା ଘରକୁ ଗ୍ରାସି ଯାଇଥିଲା ।

ଘଟଣାର ଖବର ପଡୋଶୀ ପୋଲିସ ଓ ଦମକଳ ବିଭାଗକୁ ଦେଇଥିଲେ । ଯେତବେଳେ ପର୍ଯ୍ୟନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳକୁ ନିଆଁ ଭୀଷଣ ରୂପ ଧାରଣ କରି ଅଧାରୁ ଅଧିକାଂଶ ପୋଡିଯାଇଥିଲା । ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲା ଦମକଳ ବିଭାଗ ।

Intro:Body:

shreemayee

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.