ETV Bharat / bharat

କୋରୋନା କାଳରେ ଗଲା ସ୍ବାମୀଙ୍କ ଚାକିରୀ, ସ୍ତ୍ରୀ ହେଲେ ବସ୍‌ ଡ୍ରାଇଭର

author img

By

Published : Dec 27, 2020, 6:05 PM IST

ଲକଡାଉନ ସମୟରେ ସ୍ବାମୀ ଚାକିରୀ ହରାଇବା ପରେ ସ୍ତ୍ରୀ ବସ୍‌ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି । ଅଧିକ ପଢନ୍ତୁ...

Luckdown effect: Jammu woman turns into bus driver after husband lost job
ଲକଡାଉନ ପ୍ରଭାବ: ସ୍ବାମୀ ଚାକିରୀ ହରାଇବା ପରେ ସ୍ତ୍ରୀ ହେଲେ ବସ୍‌ ଡ୍ରାଇଭର

ନୂଆଦିଲ୍ଲୀ: ଲକଡାଉନ ବିଭିନ୍ନ ଲୋକଙ୍କର ଜୀବିକା ନେଇଥିବା ବେଳେ ଜୀବନ ଜୀଇଁବା ପ୍ରଣାଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ସ୍ବାମୀ ଚାକିରୀ ହରାଇବା ପରେ ସ୍ତ୍ରୀ ଘର ଚଳାଇବା ପାଇଁ ଶେଷରେ ବସ୍‌ ଡ୍ରାଇଭର ପାଲଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ପୂଜା ଦେବୀ ବିବାହ ପରେ ମଧ୍ୟ ଘରୋଇ ଗାଡିକୁ ଚଳାଉଥିଲେ । ତେବେ ସେ ମାଆ ହେବା ପରେ ଗାଡି ନ ଚଳାଇ ସ୍ଥାନୀୟ ଏକ ଡ୍ରାଇଭିଂ ଶିକ୍ଷା ଦିଆଯାଉଥିବା ଅନୁଷ୍ଠାନରେ ଚାକିରୀ କରିଥିଲେ । କିନ୍ତୁ ଲକଡାଉନ ପୁଣି ତାଙ୍କୁ ଡ୍ରାଇଭର ସିଟରେ ବସିବାକୁ ବାଧ୍ୟ କରିଛି । ଲକଡାଉନ ସମୟରେ ସ୍ବାମୀ ଚାକିରୀ ହରାଇବା ପରେ ପୂଜା ଜମ୍ମୁକାଶ୍ମୀର-କାଠୁଆକୁ ପ୍ରତିଦିନ ଯାଉଥିବା ଯାତ୍ରୀବାହୀ ବସ୍‌କୁ ଚଳାଉଛନ୍ତି । ଯାତ୍ରୀବାହୀ ବସ୍‌ ଚାଳନରେ ଜମ୍ମୁକାଶ୍ମୀରରେ ସେ ହେଉଛନ୍ତି ପ୍ରଥମ ମହିଳା ବୋଲି ଜଣାପଡିଛି ।

ସେ ଡ୍ରାଇଭିଂ ଶିକ୍ଷା ଦିଆଯାଉଥିବା ଅନୁଷ୍ଠାନରେ ଚାକିରୀ କରିବା ସମୟରେ ମାସକୁ 5 ହଜାର ଟଙ୍କା ରୋଜଗାର କରୁଥିବା ବେଳେ ସ୍ବାମୀ ରୋଜଗାର କରୁଥିବା ଅର୍ଥରେ ପରିବାର ଚଳୁଥିଲା । କିନ୍ତୁ ଲକଡାଉନରେ ସ୍ବାମୀଙ୍କ ଚାକିରୀ ଯିବା ପରେ ପୂଜା ପାଉଥିବା ସେହି ସ୍ବଳ୍ପ ଅର୍ଥରେ ସାନ୍ଧାର ଓ ବଲୋହଲିରେ ଥିବା 2ଟି ପରିବାରକୁ ଚଳାଇବା କଷ୍ଟ ହେବା ପରେ ସେ ବସ୍‌ ଚଲାଇଥିବା କହିଛନ୍ତି ।

ପୂଜାଙ୍କ ସ୍ବାମୀ ହାଇଦ୍ରାବାଦରେ ଚାକିରୀ କରୁଥିବା ବେଳେ ଲକଡାଉନ ଲାଗୁ ହେବା ପରେ ଚାକିରୀ ହରାଇଥିଲେ । ତେବେ ପୂଜାଙ୍କ 3ଟି ସନ୍ତାନ ଥିବା ବେଳେ ସବୁଠୁ ଛୋଟ 7 ବର୍ଷୀୟ ସନ୍ତାନ ପ୍ରତିଦିନ ତାଙ୍କ ସହ ଯାତ୍ରା କରିଥାଏ ବୋଲି ପୂଜା କହିଛନ୍ତି । ପୂଜାଙ୍କ ଫଟୋକୁ ଗତ ଶୁକ୍ରବାର ଜମ୍ମୁକାଶ୍ମୀରର କେନ୍ଦ୍ରମନ୍ତ୍ରୀ ଓ ଉଦ୍ଧମପୁର ବିଧାୟକ ଜିତେନ୍ଦ୍ର ସିଂ ଟ୍ବିଟର ପୋଷ୍ଟ କରିଥିଲେ । ତେବେ ମହିଳା ଜଣକ ପୂର୍ବରୁ ଘରୋଇ ଗାଡି ଚଳାଉଥିବା ସମୟରେ ଉତ୍ତରାଖଣ୍ଡ-ଦିଲ୍ଲୀ ଓ ପଞ୍ଜାବକୁ ଯାତ୍ରୀଙ୍କୁ ନେଇ ଯାଇଥିବା କହିଛନ୍ତି । ତେବେ କାଶ୍ମୀରକୁ ଯାତ୍ରା କରିବା ତାଙ୍କର ସ୍ବପ୍ନ ଥିବା ବେଳେ ଏଥିଲାଗି ସ୍ଥାନୀୟ ପ୍ରଶାସନର ସହାୟତା ଲୋଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.