ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପାଇଁ ତୁଷାର ମେହେଟ୍ଟାଙ୍କୁ ସଲିସେଟର ଜେନେରାଲ ଭାବେ ନିଯୁକ୍ତି କଲେ ଉପରାଜ୍ୟପାଳ । ଦିଲ୍ଲୀ ହିଂସାକୁ ନେଇ କୋର୍ଟରେ ଶୁକ୍ରବାର ହେବାକୁ ଥିବା ଶୁଣାଣି ପାଇଁ ଉପରାଜ୍ୟପାଳ ଅନୀଲ ବୈଜଲ ତୁଷାର ମେହେଟ୍ଟାଙ୍କୁ ସଲିସେଟର ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନଙ୍କ ପରାମର୍ଶ କ୍ରମେ ଉପରାଜ୍ୟପାଳ ଏହି ନିଯୁକ୍ତି କରିଛନ୍ତି । ସେହିପରି ମନିନ୍ଦର କୌର ଆଚାର୍ଯ୍ୟଙ୍କୁ ଆଡିସନାଲ ସଲିସେଟର ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି ଉପରାଜ୍ୟପାଳ ।
ସୂଚନାଥାଉକି, ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହିଂସା ଦେଖାଦେଇଥିଲା । ଯେଉଁଥିରେ 34 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ 18ଟି ମାମଲା ରୁଜୁ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ