ETV Bharat / bharat

ରୟାଲ ଏନଫିଲ୍ଡ ଚଲାଇଲେ ୟୁକେଜି ଛାତ୍ର - କ୍ଷୁଦ୍ର ରୋୟଲ ଏନଫିଲ୍ଡ ନିର୍ମାଣ କଲେ କେରଳ ବ୍ୟକ୍ତି

ନିଜର କୁନି ପୁଅ ପାଇଁ ଛୋଟିଆ ରୟାଲ ଏନଫିଲ୍ଡ ବାଇକଟିଏ ନିର୍ମାଣ କରିଛନ୍ତି କେରଳ ପଠାନପୁରମର ଜଣେ ବ୍ୟକ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 13, 2019, 12:13 PM IST

ଥିରୁଅନନ୍ତପୁରମ: ନିଜ ସନ୍ତାନର ସ୍ବପ୍ନକୁ ସାକାର କରିବା ପାଇଁ କିଛି ବି କରି ପାରନ୍ତି ବାପା-ମା । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ୟୁକେଜି ଶ୍ରେଣୀରେ ପଢୁଥିବା ଅଧୱେତଙ୍କର ସ୍ବପ୍ନ ଥିଲା ବୁଲେଟ ଚଢିବା । କମ୍‌ ବୟସରୁ ହିଁ ବୁଲେଟ ଚଳାଇବାର ସ୍ବପ୍ନ ଦେଖିଥିଲେ ସେ । ଯାହାକୁ ପୂରଣ କରିଛନ୍ତି ତାଙ୍କ ବାପା ଅନୁପ ସଦାନନ୍ଦନ । ସେ ନିଜ ପୁଅ ପାଇଁ ପ୍ରସ୍ତୁତ କରିଛନ୍ତି ଏକ କ୍ଷୁଦ୍ର ରୟାଲ ଏନଫିଲ୍ଡ ବାଇକ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହି ଦୃଶ୍ୟ ଦେଖିବାକୁ ମିଳିଛି କେରଳର ପଠାନପୁରମ ଅଞ୍ଚଳରେ । ଅନୁପଙ୍କର ଡିଜାଇନ ଏବଂ ଇଞ୍ଜିନିୟରିଂ ବେଶ ରୁଚି ରହିଛି । ତେବେ ତାଙ୍କର ଏହି ରୁଚି ପୁଅ ପାଇଁ ରୟାଲ ଏନଫିଲ୍ଡ ବାଇକ ପ୍ରସ୍ତୁତ କରିବାକୁ ପ୍ରେରିତ କରିପାରିଛି ।

ଅନୁପଙ୍କ ଦ୍ବାରା ପ୍ରସ୍ତୁତ ବାଇକ 112 ସେଣ୍ଟିମିଟର ଲମ୍ବା ଏବଂ 60 ସେଣ୍ଟିମିଟର ଚଉଡା ବିଶିଷ୍ଟ । ଫାଇବର ଏବଂ ଧାତୁର ବ୍ୟବହାର କରି ଏହି କ୍ଷୁଦ୍ର ବାଇକ ନିର୍ମାଣ କରିଛନ୍ତି ଅନୁପ । ତେବେ ଏହାକୁ ଚଳାଇବା ପାଇଁ ମୋଟର ସାଇକଲ କିକ ଏବଂ 12 ଭୋଲ୍ଟର ବ୍ୟାଟେରୀକୁ ବ୍ୟବହାର କରିଛନ୍ତି। ଏହାକୁ ଥରେ ଚାର୍ଜ କଲେ ବାଇକ ଲଗାତାର 2 ରୁ 3 ଘଣ୍ଟା ଚାଲିପାରିବ ବୋଲି ସେ କୁହନ୍ତି । ତେବେ ଏହି ବାଇକ ବ୍ୟତିତ ଅନୁପ ଅନେକ କ୍ଷୁଦ୍ର ବସ୍ତୁ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.