ETV Bharat / bharat

ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ: ‘କମ ସମୟରେ ଦିଅ ଉପଯୁକ୍ତ ଉତ୍ତର’

author img

By

Published : Jul 17, 2019, 4:49 PM IST

Updated : Jul 17, 2019, 5:15 PM IST

ସଂସଦର ମୌସୁମୀ ଅଧିବେସନରେ ଜାରି ରହିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ସଂସଦର ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି ଅବସରରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ମନ୍ତ୍ରୀ ଓ ସାଂସଦଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ, ଅଙ୍ଗାଡି ସୁରେଶ ଚନ୍ନବସପ୍ପା

ନୂଆଦିଲ୍ଲୀ: ସଂସଦରେ ଜାରି ରହିଛି ମୌସୁମୀ ଅଧିବେସନର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ସାଂସଦ । ସେମାନଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଏହି ଅବସରରେ ଲୋକସଭାର ବାଚସ୍ପତି ଓମ ବିର୍ଲା କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

ସାଧାରଣତଃ ଦେଖାଯାଇଥାଏ କୌଣସି ପ୍ରଶ୍ନର ଉତ୍ତର ରଖିବାବେଳେ ଅଧିକାଂଶ ମନ୍ତ୍ରୀ ଏହାର ଆମୂଳଚୂଳ ବର୍ଣ୍ଣନା କରିଥାନ୍ତି । ଉକ୍ତ ପ୍ରସଙ୍ଗର ଅତୀତକୁ ଯାଇ ତାହାର ବିସ୍ତୃତ ବିବରଣୀ ଗୃହରେ ଉପସ୍ଥାପନ କରିଥାନ୍ତି । ଏପରିକି କେତେକ ବିଷୟରେ ସେମାନେ ପ୍ରଶ୍ନର ସଠିକ ଉତ୍ତର ଦେବା ବଦଳରେ ତାହାର ଇତିହାସ ଉପସ୍ଥାପନା କରନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରୀ ଓ ସାଂସଦଙ୍କୁ କମ ସମୟରେ ଉପଯୁକ୍ତ ଉତ୍ତର ଦେବା ପାଇଁ ପରାମର୍ଶ ଦେଇଛନ୍ତି ଲୋକସଭା ବାଚସ୍ପତି ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ବୁଧବାର ଅଧିବେସନ ଚାଲିଥିବା ସମୟରେ ତାମିଲନାଡୁର ଏଆଇଏଡିଏମକେ ସାଂସଦ ପି.ରବୀନ୍ଦ୍ରନାଥ କୁମାର ରେଳ ମନ୍ତ୍ରଣାଳୟକୁ ଏକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଅଙ୍ଗାଡି ସୁରେଶ ଚନ୍ନବସପ୍ପା ସ୍ବଳ୍ପ ସମୟ ମଧ୍ୟରେ ଉତ୍ତର ଦେଇଥିଲେ । ସାଂସଦଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସଠିକ ଓ ଉପଯୁକ୍ତ ଉତ୍ତର ଦେବା ସହ ପ୍ରକୃତ ସମସ୍ୟା କେଉଁଠି ଅଟକିଛି ବୋଲି ଜଣାଇଥିଲେ । ଏହାସହ ଯେଉଁ ଅସୁବିଧା ରହିଛି ତାହାର ଯଥାଶିଘ୍ର ସମାଧାନ କରାଯିବ ବୋଲି ଉତ୍ତର ରଖିଥିଲେ ।

ଲୋକସଭା ବାଚସ୍ପତି ବିର୍ଲା ତାଙ୍କର ଖୁବ ପ୍ରଶଂସା କରିଥିଲେ । କମ ସମୟରେ ଉପଯୁକ୍ତ ଉତ୍ତର ଦେଇଥିବାରୁ ସେ ତାଙ୍କୁ ତାରିଫ କରିଥିଲେ । ଏହାସହ ସମସ୍ତ ମନ୍ତ୍ରୀଙ୍କୁ ଏପରି ଭାବେ ଉତ୍ତର ରଖିବାକୁ ସେ କହିଥିଲେ । ଫଳରେ ଅନେକ ପ୍ରସଙ୍ଗରେ ଆଲୋଚନା କରିହେବ । ଅଳ୍ପ ଓ ସଠିକ ଉତ୍ତର ରଖିଲେ ସମସ୍ତେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିପାରିବେ ବୋଲି ବାଚସ୍ପତି କହିଥିଲେ ।

Intro:Body:Conclusion:
Last Updated : Jul 17, 2019, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.