ETV Bharat / bharat

ଅକ୍ଟୋବର 1 ପୂର୍ବରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

author img

By

Published : Sep 20, 2020, 7:03 AM IST

ମୌସୁମୀ ଅଧିବେଶନ ଉପରେ କୋରୋନାର କଳା ନଜର । ଅକ୍ଟୋବର 1 ପୂର୍ବରୁ ଆଗୁଆ ଶେଷ ହୋଇପାରେ ଅଧିବେଶନ । ଏନେଇ ଅଧିକ ପଢନ୍ତୁ...

ଅକ୍ଟୋବର 1 ପୂର୍ବରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ
ଅକ୍ଟୋବର 1 ପୂର୍ବରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: କୋରୋନା ପାଇଁ ଆଗୁଆ ବନ୍ଦ ହୋଇପାରେ ଚଳିତ ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ 30 ଜଣ କୋରୋନା ପଜିଟିଭ ଓ ପରେ 3 ଜଣ ସାଂସଦ ସଂକ୍ରମିତ ହେବା ପରେ ସରକାର ସୁରକ୍ଷା ଚିନ୍ତା ପ୍ରକଟ କରି ଏପରି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଗୃହକାର୍ଯ୍ୟ ପରିଚାଳନା ପରାମର୍ଶଦାତା କମିଟି ବୈଠକରେ ବିରୋଧୀ ଦଳ ସହ ମଧ୍ୟ ଏନେଇ ପରାମର୍ଶ କରାଯାଇଛି। ସେପ୍ଟେମ୍ବର 14ରୁ ଆରମ୍ଭ ହୋଇଥିବା ଅଧିବେଶନ ଅକ୍ଟୋବର 1ରେ ଶେଷ ହୋଇଥାନ୍ତା । ଏଥର 18 ଟି କାର୍ଯ୍ୟ ଦିବସ ରଖାଯାଇଥିଲା ।

ଅଧିବେଶନକୁ ଆଗୁଆ ବନ୍ଦ କରିବା ସପକ୍ଷରେ ଅଧିକାଂଶ ନେତା ରହିଥିବା ଜଣାପଡିଛି । ଲୋକସଭା ଅଧିବେଶନ ଆସନ୍ତା ବୁଧବାର ଶେଷ ହେବ ବୋଲି ଆଶା କରାଯାଉଛି ।ସେହିପରି ରାଜ୍ୟସଭା ମଧ୍ୟ ବନ୍ଦ ହୋଇପାରେ ।

ସୂଚନାଯୋଗ୍ୟ, ଅଧିବେଶନ ଆରମ୍ଭ ପରେ ଚଳିତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକର, ପ୍ରହ୍ଲାଦ ପଟେଲ ଏବଂ ବିଜେପିର ରାଜ୍ୟ ସଭା ସଦସ୍ୟ ବିଜୟ ସହସ୍ରବୁଦ୍ଧେ । ଏଥର ଅଧିବେଶ ସାରିବା ପୂର୍ବରୁ ସରକାର 11ଟି ବିଲ ଗୃହୀତ କରିବାକୁ ଚାହିଁଛନ୍ତି । ବର୍ତ୍ତମାନ କେବଳ ସଂସଦରେ 30 ପ୍ରତିଶତ ଦରମା କାଟ ଉଭୟ ଗୃହରେ ପାରିତ ହୋଇଛି । କୃଷି ସଂକ୍ରାନ୍ତ 3 ବିଲ କେବଳ ଲୋକସଭାରେ ପାରିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.