ETV Bharat / bharat

ଆସୁ ଆସୁ ଛକା ମାରିଲେ ନବାଗତ - newdelhi

ଆରମ୍ଭ ସଫଳତାର ସ୍ବାଦ ଚାଖିଛନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିବା ପ୍ରାର୍ଥୀ । 2019 ଲୋକସଭା ନିର୍ବାଚନରେ ମଧ୍ୟ ହିଟ ସାବ୍ୟସ୍ତ ହୋଇଛନ୍ତି ନବାଗତ ।

ଡିଜାଇନ ଫଟୋ
author img

By

Published : May 24, 2019, 1:16 PM IST

ନୂଆଦିଲ୍ଲୀ: ଆଶା, ଆଶଙ୍କାରେ ଥିଲା ରାଜନୀତି କ୍ୟାରିଅର । ଏଥର ନିର୍ବାଚନୀ ରଣାଙ୍ଗନରେ ପାଦ ଥାପିଥିଲେ କେତେକ ନବାଗତ । ଜିତିବା ଆଶା ନେଇ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ପ୍ରତିଦ୍ବନ୍ଦ୍ବୀଙ୍କ ସହ ହୋଇଥିଲା ଘମା ଘୋଟ ଲଢେଇ । ଶେଷରେ ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ପ୍ରଥମରୁ ଛକା ମାରିଛନ୍ତି ପ୍ରଥମ ଥର ନିର୍ବାଚନ ଲଢିଥିବା ପ୍ରାର୍ଥୀ । କ୍ରିକେଟର ଗୌତମ ଗମ୍ଭୀର, ବିଜେପି ନେତା ରବି ଶଙ୍କର ପ୍ରସାଦ, ପଶ୍ଚିମବଙ୍ଗ ଅଭିନେତ୍ରୀ ଲିଲି ଚକ୍ରବର୍ତ୍ତୀ ଭଳି କେତେକ ନବାଗତ ଆରମ୍ଭରୁ ସଫଳତା ସାଉଣ୍ଟିଛନ୍ତି ।

ଆରମ୍ଭରୁ ହିଁ ସଫଳତା । ରାଜନୀତି ଜଣିନଥିବା ସତ୍ତ୍ବେ ପାଦଥାପିଥିଲେ ରାଜନୀତିରେ । ଜିତିବା ଅପେକ୍ଷା ଲଢିବାର ଆଶା ଆଜି ତାଙ୍କୁ ରାଜନେତା ବନାଇଦେଇଛି । କିଏ କ୍ରିକେଟ ପଡିଆରୁ ରାଜନୀତିକୁ ଫୁଲ ଟାଇମ୍ ଏଣ୍ଟ୍ରି ମାରିଥଲା ତ କିଏ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ରାଜନୀତିରେ ପ୍ରବେଶ କରିଥିଲେ । ତେବେ ରାଜନୈତିକ ପିଚରେ ସଫଳତା ପାଇଛନ୍ତି କ୍ରିକେଟର ଗୌତମ ଗମ୍ଭୀର । ପୂର୍ବ ଦିଲ୍ଲୀରୁ ପ୍ରଥମ ଥର ଲାଗି ନିର୍ବାଚନ ଲଢୁଥିବା ଗମ୍ଭୀର କଂଗ୍ରେସର ଅରବିନ୍ଦର ସିଂ ଲଭଲିଙ୍କ ବିପକ୍ଷରେ 3.91 ଲକ୍ଷ ଭୋଟ ବ୍ୟବଧାନରେ ବାଜିମାତି କରିଛନ୍ତି ।

ସେହିପରି ରାଜ୍ୟସଭା ସାଂସଦ ରବି ଶଙ୍କର ପ୍ରସାଦ ପ୍ରଥମ ଲାଗି ପାଟଣା ସାହିବାରୁ ନିର୍ବାଚନ ଲଢି ସଫଳତା ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ଲଢି 2.84 ଲକ୍ଷ ଭୋଟରେ ବିଜୟୀ ହୋଇ ବିଜେପି ବାନା ଉଡାଇଛନ୍ତି ରବି ଶଙ୍କର ।

ଏପରିକି ଏଥର ଦିଲ୍ଲୀରେ କ୍ଲିନ ସ୍ବିପ କରିଛି ବିଜେପି । 7ଟି ଆସନରୁ ବିଜେପି ବିଜୟ ହାସଲ କରିଛି । ପ୍ରଥମ ଥର ବିଜେପି ପକ୍ଷରୁ ହଂସ ରାଜ ହଂସ ନିର୍ବାଚନ ଲଢୁଥିବା ବେଳେ ଆପର ଗୁଗାନ ସିଂଙ୍କୁ 5.55 ଲକ୍ଷ ଭୋଟରେ ହରାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ।

ବିଜେପିର ରିତା ବହୁଗୁନା ଜୋଶୀ ଓ କେଶରୀ ଦେବୀ ପଟେଲ ଆହ୍ଲାବାଦ ଓ ଫୁଲପୁର ଲୋକସଭା ଆସନରୁ ନିର୍ବାଚନ ଜିତିଛନ୍ତି । ପଶ୍ଚିମବଙ୍ଗରେ ଅଭିନେତ୍ରୀ ମିନି ଚକ୍ରବର୍ତ୍ତୀ ଟିଏମସିରୁ ଟିକେଟ ପାଇ ଅଭିନେତ୍ରୀରୁ ନେତ୍ରୀ ହୋଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.