ETV Bharat / bharat

ଆସନ୍ତାକାଲି ଗଣତି, ଆଜି ଚାଲିଛି ମତଦାନ

ମେ' 19ରୁ ସରିଛି ମତଦାନ । ମାତ୍ର ଏବେ ଭୋଟ ଗଣତିର ଦିନକ ପୂର୍ବରୁ ଦେଶର ଦୁଇଟି ସ୍ଥାନରେ ଭୋଟ ଗ୍ରହଣ ଚାଲୁ ରହିଛି । ଅମୃତସର ଓ 24-କୋଲକାତାର ଉତ୍ତର ଲୋକସଭା ସିଟ୍‌ର ଗୋଟିଏ ଲେଖାଏଁ ବୁଥ୍‌ରେ ବୁଧବାର ପୁନଃମତଦାନ ଅନୁଷ୍ଠିତ ହେଉଛି ।

author img

By

Published : May 22, 2019, 11:46 AM IST

ଫଟୋ ସୌଜନ୍ୟ: ଏନଆଇ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ଶେଷ ହୋଇଛି । ଦେଶରେ 7ଟି ଚରଣରେ ଅନୁଷ୍ଠିତ ହୋଇଥିଲା ଚଳିତ ନିର୍ବାଚନ । ମେ' 19ରେ ହୋଇଥିଲା ଶେଷ ପର୍ଯ୍ୟାୟ ମତଦାନ । ଏବେ ସମସ୍ତଙ୍କ ଅପେକ୍ଷା ମେ' 23 (ଗୁରୁବାର) ଭୋଟ ଗଣତିକୁ । ଅନେକ ସ୍ଥାନରେ ବିଭିନ୍ନ ତ୍ରୁଟି, ହିଂସା ଫଳରେ ସାନି ମତଦାନ ବି କରାଯାଇଥିଲା । ମାତ୍ର ଏବେ ଭୋଟ ଗଣତିର ଦିନକ ପୂର୍ବରୁ ଦେଶର ଦୁଇଟି ସ୍ଥାନରେ ଭୋଟ ଗ୍ରହଣ ଚାଲୁ ରହିଛି । ଅମୃତସର ଓ 24-କୋଲକାତାର ଉତ୍ତର ଲୋକସଭା ସିଟ୍‌ର ଗୋଟିଏ ଲେଖାଏଁ ବୁଥ୍‌ରେ ବୁଧବାର ପୁନଃମତଦାନ ଅନୁଷ୍ଠିତ ହେଉଛି ।

ସୂଚନା ଅନୁସାରେ ସାରା ଦେଶରେ ୫୪୨ ସଂସଦୀୟ ଆସନ ପାଇଁ ନିର୍ବାଚନ ପୂରା ହୋଇଥିବା ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ମାତ୍ର ପଞ୍ଜାବର ଅମୃତସର ଓ କୋଲକାତା ଉତ୍ତର ଲୋକସଭା ଆସନରେ ଗୋଟିଏ ଲେଖାଏଁ ବୁଥରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସାନି ମତଦାନ କରାଯାଉଛି । ଅମୃତସର ଲୋକସଭା ଆସନର ପୋଲିଂ ବୁଥ୍‌ ନମ୍ବର 123 ଓ କୋଲକାତା ପୋଲିଂ ବୁଥ୍‌ ନମ୍ବର 200ରେ ସାନି ମତଦାନ ଚାଲୁ ରହିଛି । ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସଂଧ୍ୟା 6ଟାରେ ସମାପ୍ତ ହେବ ବୋଲି ସୂଚନା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ମେ' 19ରେ ଶେଷ ପର୍ଯ୍ୟାୟ ମତଦାନ ସମୟରେ ଏହି ବୁଥ୍‌ରେ ମତଦାନକୁ ରଦ୍ଦ କରାଯାଇଥିଲା । ରିଟର୍ଣ୍ଣିଂ ଅଫିସର ଓ ଜେନେରାଲ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଓ ବିଭିନ୍ନ ତଥ୍ୟକୁ ଆଧାର କରି ଏହି ଦୁଇଟି ଆସନରେ ମତଦାନକୁ ରଦ୍ଦ କରିଥିଲେ ନିର୍ବାଚନ ଆୟୋଗ ।

Intro:Body:

sgdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.