ନୂଆଦିଲ୍ଲୀ: ଲୋକସଭାରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଶେଷ । ଗୃହ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ମୁଲତବୀ । ମାର୍ଚ୍ଚ 2 ତାରିଖ ସକାଳ 11ଟାରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ।
ଲୋକସଭା ସଦସ୍ୟଙ୍କ ଦ୍ବାରା ରାଷ୍ଟ୍ରପତି ଅଭିଭାଷଣ ଉପରେ ଦିଆଯାଇଥିବା ଧନ୍ୟବାଦ ପ୍ରସ୍ତାବକୁ ପଢି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ 31ରୁ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟଦିବସ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ 2020-21 ଗୃହରେ ଉପସ୍ଥାପନ କରିଥିଲେ ।
ସୌଜନ୍ୟ: ଲୋକସଭା ଟିଭି