ନୂଆଦିଲ୍ଲୀ: ଏକଜିଟ୍ ପୋଲର ଅନୁମାନକୁ ନେଇ ବିଜେପି ପକ୍ଷରୁ ଉତ୍ସୋବ ମନାଯାଉଥିବା ବେଳେ ବିରୋଧୀ ଦଳ ଏହାକୁ ଭୁଲ ତଥ୍ୟ ବୋଲି କହୁଛି । ତେବେ ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏନେଇ ପ୍ରଥମ ଥର ପାଇଁ ଏକ ବୟାନ ଜାରି କରିଛନ୍ତି । ସେ ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କହିଛନ୍ତି । ନିଜ ଟ୍ବିଟ ଜରିଆରେ ନିଜ କାର୍ଯ୍ଯକର୍ତ୍ତାଙ୍କୁ ସେ ଏଭଳି ବାର୍ତ୍ତା ଦେଇଛନ୍ତି ।
କଂଗ୍ରେସର ପ୍ରିୟ କାର୍ଯ୍ୟକର୍ତ୍ତା, ଆସନ୍ତା 24 ଘଣ୍ଟା ଖୁବ୍ ଗୁରୁତ୍ବପୂର୍ଣ୍ଣ ଅଟେ । ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ । ଡରନ୍ତୁ ନାହିଁ ଆମେ ସତ୍ୟ ପାଇଁ ଲଢୁଛୁ । ମିଥ୍ୟା ଏକଜିଟ୍ ପୋଲ୍ ପ୍ରଚାରରୁ ନିରାଶ ନ ହୋଇ ନିଜ ଉପରେ ଏବଂ କଂଗ୍ରେସ ଦଳ ଉପରେ ବିଶ୍ବାସ ରଖନ୍ତୁ ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଜାରି ହୋଇଥିବା ଏକଜିଟ୍ ପୋଲର ଫଳାଫଳରେ ବିଜେପିକୁ ମହୁମତ ମିଳିଥିବା ଦର୍ଶାଯାଇଛି ।