ETV Bharat / bharat

ଅମାନିଆଙ୍କୁ ଉଚିତ ଶିକ୍ଷା, ଲକଡାଉନ ନିୟମ ଭାଙ୍ଗି ସର୍ବସମ୍ମୁଖରେ ହେଲେ ବସଉଠ

ମଧ୍ୟପ୍ରଦେଶରେ କୋରନାର ପ୍ରକୋପ ଜାରି । ଏପରି ସମୟରେ ବୋଲୋ ମାନୁ ନାହାଁନ୍ତି ଲୋକେ । ଭାଙ୍ଗୁଛନ୍ତି ଲକଡାଉନ ନିୟମ । ଅଧିକ ପଢନ୍ତୁ...

author img

By

Published : May 30, 2020, 3:25 PM IST

ଅମାନିଆଙ୍କୁ ଉଚିତ ଶିକ୍ଷା, ଲକଡାଉନ ନିୟମ ଭାଙ୍ଗି ସର୍ବସମ୍ମୁଖରେ ହେଲେ ବସଉଠ
ଅମାନିଆଙ୍କୁ ଉଚିତ ଶିକ୍ଷା, ଲକଡାଉନ ନିୟମ ଭାଙ୍ଗି ସର୍ବସମ୍ମୁଖରେ ହେଲେ ବସଉଠ

ଭୋପାଳ: ଦେଶରେ କୋରୋନା ସଂକ୍ରମଣକୁ ରୋକିବାକୁ ଲାଗୁ ହୋଇଥିବା 4ର୍ଥ ପର୍ଯ୍ୟାୟ ଲକଡାଉନ ଏବେ ଶେଷ ହେବାକୁ ଯାଉଛି । ସରକରାଙ୍କ ଗାଇଡଲାଇନ ଅନୁସାରେ ଆବଶ୍ୟକତା ନଥିଲେ ଏହି ସମୟରେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏପରି ସମୟରେ ମଧ୍ୟପ୍ରଦେଶର ଇନ୍ଦୋରରେ କିଛି ଲୋକ ବିନା କାରଣରୁ ରାସ୍ତାରେ ବୁଲୁଥିବା ଦେଖି ପୋଲିସ ସେମାନଙ୍କୁ ଧରି ଦଣ୍ଡ ଦେବା ପାଇଁ ସର୍ବସାଧାରଣଙ୍କ ଆଗରେ ବସଉଠ କରାଇଛି ।

ସୂଚନାମୁତାବକ, ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ପାଉଛି । ଅନ୍ୟ ଜିଲ୍ଲା ଅପେକ୍ଷା ଇନ୍ଦୋରରେ ଅତ୍ୟଧିକ ସଂକ୍ରମଣ ମାମଲା ରହିଛି । ତେବେ ଶୁକ୍ରବାର ଇନ୍ଦୋରରେ 87ଟି ନୂଆ କୋଭିଡ-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । ଜିଲ୍ଲାରେ ମୋଟ ମାମଲା 3 ହଜାର 431କୁ ବୃଦ୍ଧି ପାଇଛି, ଯେଉଁଥିରେ 1,775 ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ଆଉ 3ଟି ମୃତ୍ୟୁ ପରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 129ରେ ପହଞ୍ଚିଛି।

କୋଭିଡ-19ର ପ୍ରସାରକୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ରବିବାର ଦିନ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.