ETV Bharat / bharat

ଗୋରା ସରକାର ଅମଳରୁ ଚାଲି ଆସୁଛି ଲକଡାଉନ କଟକଣା

ଲକଡାଉନ ଓ ସଟଡାଉନ ଶବ୍ଦ ଅନେକ ଲୋକେ ପ୍ରଥମ ଥର ଶୁଣୁଥିବା ବେଳେ ଭାରତରେ ଏହାର ଇତିହାସ ଢେର ପୁରୁଣା । ସମାନ ଭାବେ ଦେଶରେ ମହାମାରୀର ଇତିହାସ ମଧ୍ୟ ଢେର ପୁରୁଣା । ତାହେଲେ ଆସନ୍ତୁ ଜାଣିବା ଭାରତରେ ମହାମାରୀ ଓ ଲକଡାଉନକୁ ନେଇ କ’ଣ ରହିଛି ଇତିହାସ...

lockdown, lockdown in india, history of lockdown, lockdown in past, unknown fact, unknown fact on lockdown, ଲକଡାଉନ, ଭାରତରେ ଲକଡାଉନ, ଲକଡାଉନର ଇତିହାସ, ଇତିହାସରେ ଲକଡାଉନ, ଅଜଣା କଥା, ଲକଡାଉନକୁ ନେଇ ଅଜଣା କଥା
ଗୋରା ସରକାର ଅମଳରୁ ଚାଲି ଆସୁଛି ଲକଡାଉନ କଟକଣା
author img

By

Published : Sep 18, 2020, 11:21 AM IST

ସାରା ବିଶ୍ବକୁ ବର୍ତ୍ତମାନ କଲବଲ କରିବାରେ ଲାଗିଛି କୋରୋନା ମହାମାରୀ । ଏହାର ପ୍ରଭାବରେ ବିଶ୍ବବ୍ୟାପୀ ସମସ୍ତ ଦେଶର ଅର୍ଥନୀତି ଓ ସାମାଜିକ ବିକାଶରେ ଲାଗିଛି ପ୍ରତିବନ୍ଧକ । ଗୋଟିଏ ପଟେ ଦେଶରେ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଲାଗୁ ହୋଇଥିଲା ଲକଡାଉନ ଓ ସଟଡାଉନ କଟକଣା । ଏହା ଦ୍ବାରା ଲୋକେ ଭୂତାଣୁ ସଂକ୍ରମଣରୁ ଅନେକାଂଶରେ ରକ୍ଷା ପାଇଲେ ସତ, ହେଲେ ବିଗିଡିଗଲା ଅର୍ଥବ୍ୟବସ୍ଥା । ଯାହାକୁ ନଜରରେ ରଖି ଧିରେ ଧିରେ କୋହଳ ହୋଇଛି ଅନେକ କଟକଣା ।

ତେବେ ଅନେକ ଲୋକେ ଏହି ଲକଡାଉନ ଓ ସଟଡାଉନ ଶବ୍ଦ ପ୍ରଥମ ଥର ଶୁଣୁଥିବା ବେଳେ ଭାରତରେ ଏହାର ଇତିହାସ ବହୁତ ପୁରୁଣା । ସମାନ ଭାବେ ଦେଶରେ ମହାମାରୀର ଇତିହାସ ମଧ୍ୟ ଢେର ପୁରୁଣା । ତାହେଲେ ଆସନ୍ତୁ ଜାଣିବା ଭାରତରେ ମହାମାରୀ ଓ ଲକଡାଉନକୁ ନେଇ କ’ଣ ରହିଛି ଇତିହାସ...

ପୂର୍ବରୁ ଉନବିଂଶ ଓ ବିଂଶ ଶତାବ୍ଦୀରେ ଦେଶକୁ କବଳିତ କରିଥିଲା ହଇଜା ଓ ପ୍ଲେଗ ପରି ମହାମାରୀ । ଏହାର ଦେଶ ଉପରେ ଅତି ଭୟଙ୍କର ପ୍ରଭାବ ପଡିଥିଲା । ଇଂରେଜ ଶାସନ ସମୟରେ କେବଳ ଥରେ ନୁହେଁ ଅନେକ ଥର ହଇଜା ମହାମାରୀର ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଗୋରା ସରକାର ପ୍ରଭାବିତ ଅଞ୍ଚଳରେ ଲକଡାଉନ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେତେବେଳେ ଲକଡାଉନ ନୁହେଁ ବରଂ ହଲି ଡେ’ ଶବ୍ଦର ପ୍ରଚଳନ ଥିଲା । ତେବେ ସେ ସମୟରେ ମଧ୍ୟ କଣ୍ଟେନମେଣ୍ଟ ଜୋନ, ଆଇସୋଲେସନ ଓ ପ୍ରବାସୀଙ୍କଠାରୁ ସଂକ୍ରମଣର ଭୟ ଆଦି ରହିଥିଲା । ବର୍ତ୍ତମାନର କୋଭିଡ-19 ସମୟରେ ମଧ୍ୟ ଏହି ସମାନ ଶବ୍ଦର ପ୍ରୟୋଗ ଓ କଟକଣାର ପ୍ରଚଳନ ରହିଛି ।

ଇତିହାସରେ ଏହିପରି ଲକଡାଉନ ପ୍ରଚଳନର ପ୍ରମାଣ ସ୍ବରୂପ ଗୋରା ସରକାର ସମୟର ଦସ୍ତାବିଜ ମହଜୁଦ ରହିଛି । ସେ ସମୟରେ ସରକାରୀ ଭାବେ କେଉଁମାନେ କ୍ବାରେଣ୍ଟାଇନରେ ଥିଲେ ଓ କେତେ ଦିନ ରହିଥିଲେ ତାହା ଦସ୍ତାବିଜରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏନେଇ ବ୍ରିଟିଶ ଇଣ୍ଡିଆର ସରକାରୀ ରେକର୍ଡ ନ୍ୟାସନାଲ ଆର୍କାଇଭ୍ସ ଅଫ ଇଣ୍ଡିଆ(ଏନଏଆଇ)ରେ ସମସ୍ତ ଦସ୍ତାବିଜ ଦେଖାଯାଇପାରେ । ଏଥିରେ ଦେଖାଯାଇଛି କି ଇତିହାସରେ ଯେବେ କେବେ ବି ଏହି ପରି ମହାମାରୀ ପରିସ୍ଥିତି ସୃଷ୍ଟି ହୋଇଛି, ସେ ସମୟରେ ପ୍ରଭାବିତ ଅଞ୍ଚଳରୁ ଅନ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଯାତାୟତ ଓ ବାଣିଜ୍ୟ ବେପାର ସୀମାକୁ ବନ୍ଦ କରିଦିଆଯାଇଛି ।

ବର୍ତ୍ତମାନ ସମୟରେ ଯେପରେ ମହାମାରୀରେ କଲବଲ ହୋଇ ପ୍ରବାସୀମାନେ ନିଜ ଘରକୁ ବାହୁଡିଥିଲେ, ପୂର୍ବରୁ ପ୍ଲେଗ ଓ ହଇଜା ମହାମାରୀ ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ସେ ସମୟରେ ଡର ଥିଲା କି ସହରରେ କାମ କରୁଥିବା ପ୍ରବାସୀ ଯଦି ମାତ୍ରାଧିକ ସଂଖ୍ୟାରେ ଘରକୁ ଫେରନ୍ତି ତାହେଲେ ସେମାନଙ୍କଠାରୁ ସଂକ୍ରମଣର ଭୟ ରହୁଥିଲା । ତେଣୁ ସେମାନଙ୍କୁ ଘରଠାରୁ 3 କିଲୋମିଟର ମଧ୍ୟରେ ହିଁ ଚାକିରୀ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଥିଲା । ଏହାଦ୍ବାରା ସେମାନଙ୍କୁ ବାରମ୍ବାର ରୋଜଗାର ପାଇଁ ବାହାରକୁ ଯିବାକୁ ପଡୁନଥିଲା । ଏଥିସହ ସେମାନଙ୍କୁ ସାହାଯ୍ୟ ପାଇଁ 32 ଦିନର ଦରମା ଅଗ୍ରୀମ ଭାବେ ମଧ୍ୟ ଦେବାର ବ୍ୟବସ୍ଥା ରଖିଥିଲେ ଗୋରା ସରକାର ।

ବ୍ରିଟିଶ ଶାସନ କାଳରେ ଦେଖା ଦେଇଥିବା ମହାମାରୀର ମୁକାବିଲା ପାଇଁ କେତେକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ଲୋକଙ୍କ ମାସେ ଯାଏଁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଥିଲା । ସହଯୋଗ ପାଇଁ ସେମାନଙ୍କୁ ମାସକର ଦରମା ମଧ୍ୟ ଅଗ୍ରୀମ ଭାବେ ଦିଆଯାଉଥିଲା । ସେପଟେ ବାହାରୁ ଆସିଥିବା ପ୍ରବାସୀମାନଙ୍କୁ ଛୋଟ ଛୋଟ ଦଳ ଆକାରରେ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.