ଶ୍ରୀନଗର: ସୋମବାର ଠାରୁ କାଶ୍ମୀର ଉପତ୍ୟକାରେ ଲକଡାଉନ । କୋରୋନାର ସଂକ୍ରମଣକୁ ରୋକିବା ପାଇଁ ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି ।
ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାରର ପ୍ରଥମ ବାର୍ଷିକୀ ପୂର୍ବରୁ ଦୁଇ ଦିନ ପୂର୍ବରୁ ଏହି ପ୍ରତିବନ୍ଧକ ଲଗାଯାଇଛି । ଅତ୍ୟାବଶ୍ୟକ ସେବା ଏବଂ ଜରୁରୀକାଳୀନ ଚିକିତ୍ସା ସେବା ବ୍ୟତିତ ଅନ୍ୟ ସମସ୍ତ ପ୍ରକାର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଉପତ୍ୟକାରେ ସମସ୍ତ ରାସ୍ତା ଏବଂ ବଜାରକୁ ସିଲ୍ କରାଯାଇଛି ଏବଂ ଲକଡାଉନକୁ ସଫଳ କରିବା ପାଇଁ ଲୋକଙ୍କ ସହଯୋଗ ପାଇଁ ନିବେଦନ କରାଯାଇଛି । ପ୍ରଶାସନ କହିଛି କୋରୋନା ଭାଇରସ ସଂକ୍ରମଣର ବୃଦ୍ଧି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଅଧିକାରୀମାନେ କହିଛନ୍ତି ସୋମବାର ଦିନ ଉପତ୍ୟକାରେ ବଜାର ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ବନ୍ଦ ରହିଥିଲା ଏବଂ ରାସ୍ତାରେ ସାଧାରଣ ଯାନବାହାନ ଚଳାଚଳ କରୁନଥିଲା । ସରକାରୀ କର୍ମଚାରୀ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ପରିଚୟ ପତ୍ର ଦେଖାଇବା ଉପରେ ଛଡାଯାଉଛି । ଉପତ୍ୟକାର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି ।