ETV Bharat / bharat

ପଞ୍ଜାବରେ ମେ 31 ଯାଏଁ ଲକଡାଉନ ଅବଧି ବୃଦ୍ଧି - ପଞ୍ଜାବ

ପଞ୍ଜାବରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇ ମେ 31 ପର୍ଯ୍ୟନ୍ତ କରାଯାଇଛି । ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ ସିଂ ।

_lockdown extend
ପଞ୍ଜାବରେ ମେ 31 ଯାଏଁ ଲକଡାଉନ ବୃଦ୍ଧି
author img

By

Published : May 17, 2020, 8:28 AM IST

ଚଣ୍ଡିଗଡ଼: ପଞ୍ଜାବରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇ ମେ 31 ପର୍ଯ୍ୟନ୍ତ କରାଯାଇଛି । ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ ସିଂ ।

ଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମେ 18 ପରଠାରୁ ରାଜ୍ୟର ଛୋଟ ଛୋଟ ଦୋକାନ ଏବଂ ବ୍ୟବସାୟୀଙ୍କ ଦୋକାନ ଖୋଲାଯିବ। ଏଥିସହ ପଞ୍ଜାବରେ ମେ 18 ପରେ କୌଣସି କର୍ଫ୍ୟୁ ଲଗାଯିବ ନାହିଁ କେବଳ ଲକଡାଉନ ଜାରି ରହିବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ,ରାଜ୍ୟରେ ସ୍କୁଲ ଖୋଲିବ ନାହିଁ । କାରଣ ସ୍କୁଲରେ ପିଲାଙ୍କୁ ଅଲଗାଅଲଗା ରଖାଯାଇପାରିବ ନାହିଁ । ଏଥିସହ ସେ କହିଛନ୍ତି ରେଡ୍, ଗ୍ରୀନ୍ ଏବଂ ଅରେଞ୍ଜ ଜୋନକୁ ବୁଝିବା କଷ୍ଟକର । ଏଣୁ ପଞ୍ଜାବରେ କନମ୍ଫାଇନମେଣ୍ଟ ଏବଂ ଅଣ-କନମ୍ଫାଇନମେଣ୍ଟ ଜୋନ୍ କରାଯିବ ।

ପ୍ରକାଶ ଥାଉକି, ପଞ୍ଜାବରେ ବର୍ତ୍ତମାନ 1946 ଜଣ ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1257 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 32 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.