ନୂଆଦିଲ୍ଲୀ: କୋରୋନା ଭାଇରସର ପ୍ରକୋପ ପୁରା ଦେଶରେ ମାଡି ଚାଲିଛି । ଏହା ସହ ଲଢିବା ପାଇଁ କେନ୍ଦ୍ର ସରକାର ସମେତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ୍ ଆର୍ଲଟିଂ ଟ୍ରାକିଂ ସିଷ୍ଟମ ଟୁଲ୍ ଜରିଆରେ ରାଜ୍ୟରେ କ୍ବାରେଣ୍ଟାଇନ ହୋଇଥିବା 25,000 ଲୋକଙ୍କ ଫୋନ୍ ଟ୍ରାକ୍ କରିବେ । କ୍ବାରେଣ୍ଟାଇନ ରହିଥିବା ବ୍ୟକ୍ତି ଯଦି 100 ମିଟର ବି ଘୁଞ୍ଚିବେ ତେବେ ଟ୍ରାକିଂ ହେବେ ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଅନ୍ୟାନ୍ୟ ଏଜେନ୍ସି ସହାୟତାରେ ଏହି ଟୁଲକୁ ନିର୍ମାଣ କରାଯାଇଛି । ଏହା ଲୋକଙ୍କ ଗତିବିଧି ଉପରେ ନଜର ରଖିବ ଓ ନିୟମ ଉଲ୍ଲଂଘନ କଲେ ଜଣାପଡିଯିବ । ଏହି ଉପକରଣ ବ୍ୟବହାର କରିବାକୁ ଟେଲିକମ୍ ସେବାର ଅଧିକାରୀ ମାନେ 25,000 ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବେ ।
କୌଣସି ବ୍ୟକ୍ତି କେଉଁ ଯାଗାରେ କେତେ ସମୟ ରହିବେ ସେ ନେଇ ମଧ୍ୟ ଜଣାପଡିବ । ରାଜ୍ୟରେ ସଂକ୍ରମଣ ହୋଇଥିବା 20ଜଣ କେଉଁ ସ୍ଥାନରେ ରହୁଛନ୍ତି ସେ ବିଷୟରେ ସରକାର ଆଗୁଆ ଚିହ୍ନଟ କରି ସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ