ETV Bharat / bharat

ଲକଡାଉନ ମାଡ: 65% ବୃଦ୍ଧଙ୍କ ଜୀବିକା ପ୍ରଭାବିତ, ସ୍ବାସ୍ଥ୍ୟ ସମସ୍ୟାରେ 42%

ଲକଡାଉନ ଯୋଗୁଁ 65 ପ୍ରତିଶତ ବୃଦ୍ଧଙ୍କ ଜୀବିକା ପ୍ରଭାବିତ । 42 ପ୍ରତିଶତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ...

Livelihood of 65% Elderly Impacted due to Coronavirus Lockdown
ଲକ ଡାଉନ ଯୋଗୁଁ 65 ପ୍ରତିଶତ ବୃଦ୍ଧଙ୍କ ଜୀବିକା ପ୍ରଭାବିତ
author img

By

Published : Jun 15, 2020, 6:00 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଲକଡାଉନ୍ 65% ବୃଦ୍ଧଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । 17 ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳରେ 5,099 ବୃଦ୍ଧଙ୍କୁ ନେଇ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ସେହି 65 ପ୍ରତିଶତ ବୃଦ୍ଧଙ୍କ ଜୀବିକା ପ୍ରଭାବିତ ହୋଇଛି । ସେମାନଙ୍କ ମଧ୍ୟରୁ 67 ପ୍ରତିଶତ 60-69 ବର୍ଷ ବୟସର ।

ଏକ ଅଧ୍ୟୟନରେ କୁହାଯାଇଛି ଯେ, ପ୍ରାୟ 71% ବୟସ୍କ ଉତ୍ତରଦାତା କହିଛନ୍ତି ଯେ ସେମାନଙ୍କ ପରିବାରର ସେ ଅନ୍ନଦାତା । ଲକଡାଉନ ଦ୍ୱାରା ସେମାନଙ୍କର ପୁରା ପରିବାର ପ୍ରଭାବିତ ହୋଇଛି। ଏଥିମଧ୍ୟରୁ 61 ପ୍ରତିଶତ ଗ୍ରାମାଞ୍ଚଳର ହୋଇଥିବାବେଳେ 39 ପ୍ରତିଶତ ସହରାଞ୍ଚଳର ବୋଲି ଜଣାପଡିଛି ।

ସେହିପରି 42% ବୃଦ୍ଧଙ୍କର ଲକଡାଉନରେ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ଦେଖାଯାଇଛି । ଏଥିମଧ୍ୟରୁ 64 ପ୍ରତିଶତ ଗ୍ରାମାଞ୍ଚଳର ହୋଇଥିବାବେଳେ ସହରାଞ୍ଚଳର 36% ପ୍ରତିଶତ ରହିଛନ୍ତି । ଲକଡାଉନ ଯୋଗୁଁ ଏହି ଅଧ୍ୟୟନରେ କୁହାଯାଇଛି ଯେ 78% ବୃଦ୍ଧ ଜାତୀୟ ସ୍ତରରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପାଇ ନାହାନ୍ତି । ଶ୍ରେଷ୍ଠ ତିନୋଟି ଜରୁରୀ ଦ୍ରବ୍ୟ ଏବଂ ସେବା, ଯାହାକି ଲକଡାଉନ୍ ସମୟରେ ବୟସ୍କ ମାନେ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖାଦ୍ୟ, ଔଷଧ, ଘରୋଇ ସହାୟତା ଏବଂ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ସେମାନେ ଭୋଗିଛନ୍ତି ଅନେକ ସମସ୍ୟା ।

ଅଧ୍ୟୟନରେ କୁହାଯାଇଛି ଯେ ମୋଟ ଗ୍ରାମୀଣ ଉତ୍ତରଦାତାମାନଙ୍କ ମଧ୍ୟରେ 84% ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସମୁଦାୟ ସହରାଞ୍ଚଳ ବୃଦ୍ଧଙ୍କ ମଧ୍ୟରେ 71% ଲୋକ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରିପୋର୍ଟରେ କୁହାଯାଇଛି ଯେ 60 ଜଣ ଉତ୍ତରଦାତା ଲକଡାଉନ୍ ସମୟରେ ନିଜ ଘରେ ଏକୁଟିଆ ଅନୁଭବ କରିଥିଲେ। ଏଠାରେ ଗ୍ରାମାଞ୍ଚଳ- ସହରାଞ୍ଚଳ ସମାନ 50% ବୃଦ୍ଧ ରହିଛନ୍ତି ।

ହେଲପ ଏଜ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋହିତ ପ୍ରସାଦ କହିଛନ୍ତି ଯେ ବୃଦ୍ଧମାନେ ତିନି ସଂଘର୍ଷର ସମ୍ମୁଖୀନ ହେଉଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା, ସାମାଜିକ ଦୂରତା ଏବଂ ଆୟ ହରାଇବା କାରଣରୁ ଜୀବିକା ବିପନ୍ନ । ପ୍ରସାଦ କହିଛନ୍ତି ଯେ ସର୍ବଭାରତୀୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଭାରତର ଅଧିକାଂଶ ବୃଦ୍ଧଙ୍କୁ ରୋଜଗାର ପାଇଁ କାର୍ଯ୍ୟ କରିବାକୁ ପଡୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ, କିଛି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.