ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ

author img

By

Published : Oct 28, 2020, 7:18 AM IST

Updated : Oct 28, 2020, 8:08 PM IST

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

20:01 October 28

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ
ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 53.54% ମତଦାନ

ବିହାର ବିଧାନସଭା ନିର୍ବାଚନ ପାଇଁ 71ଟି ଆସନରେ ମୋଟ 53.54 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । 

18:48 October 28

ବିହାର ବିଧାନସଭା ନିର୍ବାଚନ: ସଂଧ୍ୟା 5ଟା ସୁଦ୍ଧା 51.91% ମତଦାନ

ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ତେବେ ସଂଧ୍ୟା 5ଟା ସୁଦ୍ଧା ବିହାରରେ 51.91% ମତଦାନ ହୋଇଥିବା ଜଣାପଡିଛି ।

16:10 October 28

ବିହାର ବିଧାନସଭା ନିର୍ବାଚନ: ବର୍ତ୍ତମାନସୁଦ୍ଧା 16 ଜିଲ୍ଲାରେ 46.29% ମତଦାନ

ବିହାରର ଦିନ 3ଟା ସୁଦ୍ଧ 16 ଜିଲ୍ଲାରେ 46.29 ପ୍ରତିଶତ ମତଦାନ ହୋଇଛି । ସେହିପରି ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ 27ଟି ଆସନରେ ଅପରାହ୍ନ 4ଟାରେ ମତଦାନ ଶେଷ ହୋଇଛି । ଏଥିମଧ୍ୟରୁ 4ଟି ଆସନରେ ମତଦାନ ଦିନ 3ଟାରୁ ଶେଷ ହୋଇସାରିଛି । ତେବେ ବାକି ଆସନରେ ସଂଧ୍ୟା 6ଟା ସୁଦ୍ଧ ମତଦାନ ଶେଷ ହୋଇଯିବ ବୋଲି ଜଣାପଡିଛି ।

15:08 October 28

ବିହାର ବିଧାନସଭା ନିର୍ବାଚନ: ଦିନ 1ଟା ସୁଦ୍ଧା 33% ମତଦାନ

ବିହାର ବିଧାନସଭା ନିର୍ବାଚନ ପାଇଁ 16 ଜିଲ୍ଲାର 71 ଆସନରେ ଜାରି ରହିଛି ମତଦାନ ପ୍ରକ୍ରିୟା । ତେବେ ଦିନ ଗୋଟାଏ ସୁଦ୍ଧା 33 ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଜଣା ପଡିଛି । ଜମୁଇର 2ଟି ବୁଥରେ 6 ଘଣ୍ଟା ପର୍ଯ୍ୟନ୍ତ ମତଦାନ ବାଧାପ୍ରାପ୍ତ ହୋଇଥିଲା । 

12:34 October 28

ନିର୍ବାଚନ ଆୟୋଗଙ୍କ କଡା ନିର୍ଦ୍ଦେଶ । ଯେଉଁମାନେ ବୁଥ ଭିତରକୁ ମୋବାଇଲ ଆଣୁଛନ୍ତି ତାଙ୍କ ବିରୋଧରେ ନିଅ କଡା କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ନିର୍ବାଚନ ଆରମ୍ଭରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୋଟ ଦେଉଥିବାର ଫଟୋ ।

11:08 October 28

ସକାଳ 11ଟା ସୁଦ୍ଧା 9.3 ପ୍ରତିଶତ ମତଦାନ

ଜାରି ରହିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ 11ଟା ସୁଦ୍ଧା 9.3 ପ୍ରତିଶତ ମତଦାନ ରେକର୍ଡ ।

10:54 October 28

ବିଜେପି ପ୍ରାର୍ଥୀ ପ୍ରେମ କୁମାରଙ୍କ ବିରୋଧରେ ରୁଜୁ ହେବ ଆଚରଣ ବିଧି ଉଲଂଘନ ମାମଲା

ବିଜେପି ପ୍ରାର୍ଥୀ ପ୍ରେମ କୁମାରଙ୍କ ବିରୋଧରେ ରୁଜୁ ହେବ ଆଚରଣ ବିଧି ଉଲଂଘନ ମାମଲା । ମତଦାନ ଦେବାକୁ ବିଜେପି ଚିହ୍ନ ଚିତ୍ରିତ ମାସ୍କ ପିନ୍ଧି ଆସିଥିବାରୁ ହୋଇଛି ଅଭିଯୋଗ । ଜିଲ୍ଲାପାଳଙ୍କୁ ଆଚରଣ ବିଧି ଉଲଂଘନ ମାମଲା କରିବାକୁ ନିର୍ବାଚନ ବିଭାଗର ସୁପାରିଶ ।

09:52 October 28

ଭୋଟ ଦେଲେ ବିଜେପି ପ୍ରାର୍ଥୀ ଶ୍ରେୟାସୀ ସିଂ

ଭୋଟ ଦେଲେ ବିଜେପି ପ୍ରାର୍ଥୀ ଶ୍ରେୟାସୀ ସିଂ
ଭୋଟ ଦେଲେ ବିଜେପି ପ୍ରାର୍ଥୀ ଶ୍ରେୟାସୀ ସିଂ

ବିହାର ଜମୁଇ ବିଧାନସଭାର ବିଜେପି ପ୍ରାର୍ଥୀ ତଥା ସୁଟର ଶ୍ରେୟାସୀ ସିଂ ମତଦାନ ସାବ୍ୟସ୍ତ କରିଛନ୍ତି । ନୟା ଗାଓଁ ଅଞ୍ଚଳର ଏକ ବୁଥରେ ସେ ଭୋଟ ଦେଇଛନ୍ତି ।

09:38 October 28

ଭୋଟ ଦେବାକୁ ସାଇକେଲରେ ଆସିଲେ ମନ୍ତ୍ରୀ

ଭୋଟ ଦେବାକୁ ସାଇକେଲରେ ଆସିଲେ ମନ୍ତ୍ରୀ

ଭୋଟ ଦେବାକୁ ସାଇକେଲରେ ଆସିଲେ ବିହାରର ମନ୍ତ୍ରୀ ପ୍ରେମ କୁମାର । ଗୟା ବିଧାନସଭା କ୍ଷେତ୍ରରେ ଲଢୁଛନ୍ତି ପ୍ରେମ କୁମାର।

09:27 October 28

ସକାଳ 9ଟା ସୁଦ୍ଧା 5.3 ପ୍ରତିଶତ ମତଦାନ

ଜାରି ରହିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ 9ଟା ସୁଦ୍ଧା 5.3 ପ୍ରତିଶତ ମତଦାନ ରେକର୍ଡ । ସେପଟେ ଗୟା ସହରର ସଖରାଜପୁରୀ ରୋଡ ଅଞ୍ଚଳର 133 ନମ୍ବର ବୁଥରେ ମହିଳା ଭୋଟରଙ୍କ ହଙ୍ଗାମା । 

09:20 October 28

ଜାରି ରହିଛି ବିଧାନସଭା ପ୍ରଥମପର୍ଯ୍ୟାୟ ଭୋଟ ଗ୍ରହଣ

ଜାରି ରହିଛି ବିଧାନସଭା ପ୍ରଥମପର୍ଯ୍ୟାୟ ଭୋଟ ଗ୍ରହଣ । ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କୁ ଭୋଟ ଦେବାରେ ସହାୟତା କରୁଛନ୍ତି ସିଆରପିଏଫ ଯବାନ । 

09:15 October 28

ଏଭିଏମ ଖରାପ, ବିଳମ୍ବରେ ଆରମ୍ଭ ହେଲା ମତଦାନ

ଜେହନାବାଦର 170 ନମ୍ବର ବୁଥରେ ଇଭିଏମ ଖରାପ ପାଇଁ ବିଳମ୍ବରେ ଆରମ୍ଭ ହୋଇଛି ମତଦାନ । ଧାଡିରେ ଆସି ଭୋଟ ଦେଉଛନ୍ତି ଭୋଟର ।

08:29 October 28

ପ୍ରଥମେ ମତଦାନ, ପରେ ଜଳପାନ

ପ୍ରଥମେ ମତଦାନ, ପରେ ଜଳପାନ
ପ୍ରଥମେ ମତଦାନ, ପରେ ଜଳପାନ

ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ । କୋରୋନା କଟକଣା ମଧ୍ୟରେ ସମସ୍ତେ ନିଜର ମତ ସାବ୍ୟସ୍ତ କରିବାକୁ କଲେ ଅନୁରୋଧ । ଦୁଇ ଗଜ ଦୂରତା ରଖିବା ସହ ମାସ୍କ ପିନ୍ଧି ଭୋଟ ଦେବାକୁ ଯିବା ପାଇଁ କହିଲେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଥମେ ମତଦାନ, ପରେ ଜଳପାନ ବୋଲି କହି ଟ୍ବିଟ୍‌ କରିଛନ୍ତି ମୋଦି । 

08:24 October 28

ଲକିସରାଇରେ ନିଜ ମତ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ଲକିସରାଇରେ ନିଜ ମତ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଏହା ପୂର୍ବରୁ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । 

08:10 October 28

ପ୍ରଥମ ଘଣ୍ଟାରେ 2.4 ପ୍ରତିଶତ ମତଦାନ

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ପ୍ରଥମ ଘଣ୍ଟାରେ 2.4 ପ୍ରତିଶତ ମତଦାନ ହୋଇଛି । ସକାଳ 7ଟାରୁ ଭୋଟ ଗ୍ରହଣ ହୋଇଥିବାବେଳେ 8ଟା ସୁଦ୍ଧା 2.4 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

07:49 October 28

ସମସ୍ତ ବୁଥ ହୋଇଛି ସାନିଟାଇଜ୍‌

କୋରୋନା କାଳରେ ହେଉଛି ପ୍ରଥମ ବିଧାନସଭା ନିର୍ବାଚନ ।  31,371ଟି ବୁଥରେ ଭୋଟ ଦେଉଛନ୍ତି ଲୋକେ । ସମସ୍ତ ବୁଥ କରାଯାଇଛି ସାନିଟାଇଜ୍‌ ।

07:45 October 28

ଆରମ୍ଭରୁ ଇଭିଏମ ଖରାପ

ଭୋଟ ଆରମ୍ଭରୁ ଇଭିଏମ ଖରାପ । ଲକିସରାଇର 168 ନମ୍ବର ବୁଥରେ ଇଭିଏମ୍‌ ଖରାପ ହୋଇଥିବା ସୂଚନା । 

07:06 October 28

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ । 71 ଟି ବିଧାନସଭା ଆସନ ପାଇଁ ଭୋଟ ଦେବେ 2,14,6096 ଜଣ ଭୋଟର । ସନ୍ଧ୍ୟା 6ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା । ମୈଦାନରେ ଅଛନ୍ତି 1066ଜଣ ପ୍ରାର୍ଥୀ । 

71ଟି ଆସନରୁ  1066ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଏହି ଆସନ ଗୁଡିକରେ ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । 71ଟି ଆସନରୁ ମହାମେଣ୍ଟ ପକ୍ଷରୁ କଂଗ୍ରେସ 21ଟି, ଆରଜେଡି 42ଟି ଓ ସିପିଆଇ(ଏମଏଲ)8ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ଏନଡିଏ ପକ୍ଷରୁ ଜେଡିୟୁ 35ଟି, ବିଜେପି 29ଟି, ଏଚଏଏମ6ଟି ଓ ଭିଆଇପି ଗୋଟିଏ ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇଛି । ଅନ୍ୟପଟେ ଏଲଜେପି 42ଟି, ଆରଏଲଏସପି 43ଟି ଓ ବିଏସପି 27ଟି ଆସନରେ ପ୍ରାର୍ଥୀ ଛିଡା କରିଛି ।  

71ଟି ସିଟ୍‌ ମଧ୍ୟରୁ 14ଟି ସିଟ୍‌ ସଂରକ୍ଷିତ ରହିଛି । ଭୋଟଗ୍ରହଣ ସକାଳ 7ଟାରୁ ଆରମ୍ଭ ହୋଇଥିବାବେଳେ ମତଦାନର ଶେଷ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସମୟ ଦିଆଯାଇଛି ।

Last Updated : Oct 28, 2020, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.