ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଲଞ୍ଚ କରିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ।
ଅର୍ଥନୈତିକ ସର୍ଭେର ଅଧ୍ୟାୟ 1 ହେଉଛି କୋରୋନା ସଙ୍କଟ ମଧ୍ୟରେ ଜୀବନ ବଞ୍ଚାଇବା ଏବଂ ଜୀବିକା ନିର୍ବାହ ଭାରତର ନୀତିଗତ ପ୍ରତିକ୍ରିୟା ବୋଲି କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମ ।
ଅନିଶ୍ଚିତତା ମଧ୍ୟରେ ଭାରତର ନୀତିଗତ ପ୍ରତିକ୍ରିୟା ହୃଦୟଙ୍ଗମ କରିଥିଲା ଯେ ଜିଡିପି ଅଭିବୃଦ୍ଧି ଫେରି ଆସିବ, କିନ୍ତୁ ମଣିଷ ଜୀବନ ନୁହେଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଜୀବନ ବଞ୍ଚାଇଲା ବୋଲି ସେ କହିଛନ୍ତି ।