ETV Bharat / bharat

ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଛୁଇଁନାହିଁ କୋରୋନା, ଜାଣନ୍ତୁ...

ମଣିପୁର, ଅରୁଣାଚଳ, ମିଜୋରାମ ଏବଂ ଗୋଆ ଭଳି ରାଜ୍ୟରେ ସମସ୍ତ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଲିରେ ପ୍ରଥମ କୋରୋନା ସଂକ୍ରମଣ ରିପୋର୍ଟ ଏକ ସପ୍ତାହ ପୂର୍ବରୁ ହୋଇଥିଲା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସେହିପରି ସିକିମ ଓ ଲାକ୍ଷାଦ୍ୱୀପରେ ଏପର୍ଯ୍ୟନ୍ତ କୋରୋନା ରିପୋର୍ଟ ନାହିଁ । ଅଧିକ ପଢନ୍ତୁ...

ରାଜ୍ୟ
ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଛୁଇଁନାହିଁ କୋରୋନା, ଜାଣନ୍ତୁ...
author img

By

Published : May 10, 2020, 9:26 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନାର କଳା ବାଦଲ । ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ହୁ ହୁ ହୋଇ ବଢୁଛି । ମୃତ୍ୟୁ ସଂଖ୍ୟାରେ ଲଗାମ ଲାଗୁନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁଁ ଦେଶରେ ସ୍ଥିତି ଯଥାସମ୍ଭବ ସାମାନ୍ୟ ରହିଛି । ଏପରିସ୍ଥଳେ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ରିପୋର୍ଟ ଶୂନ କିମ୍ବା ଆରୋଗ୍ୟ ହାର ଶତ ପ୍ରତିଶତ ରହିଛି । ଯାହା କୋରୋନା ଯୁଦ୍ଧରେ ଭାରତର ବିଜୟ ଆଶାକୁ ଦ୍ବିଗୁଣିତ କରୁଛି ।

ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ କୋରୋନା ଭାଇରସ ସଂକ୍ରମଣ ରିପୋର୍ଟ 62,939 ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ 41,472 ସକ୍ରିୟ କୋରୋନା ଭାଇରସ୍ ମାମଲା ରହିଛି । 19,357 ସଂକ୍ରମିତ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି । ମାରାତ୍ମକ ସଂକ୍ରମଣରେ 2,109 ଜଣଙ୍କର ମୃତ୍ୟୁ ହୋଇଛି ।

ମଣିପୁର, ଅରୁଣାଚଳ, ମିଜୋରାମ ଏବଂ ଗୋଆ ଭଳି ରାଜ୍ୟରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଲିର ପ୍ରଥମ କୋରୋନା ସଂକ୍ରମଣ ରିପୋର୍ଟ ଏକ ସପ୍ତାହ ପୂର୍ବରୁ ହୋଇଥିଲା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ଭାରତର ଏମିତି କିଛି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ରହିଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ।

ସିକିମ

ଉତ୍ତର-ପୂର୍ବ ରାଜ୍ୟ ସିକିମ ଗୋଟିଏ ହେଲେ ବି କୋଭିଡ -19 ମାମଲା ରିପୋର୍ଟ କରିନାହିଁ । ଆସାମ, ତ୍ରିପୁରା ଏବଂ ମେଘାଳୟ ପରି ଏହି ଅଞ୍ଚଳର ଅନ୍ୟ ରାଜ୍ୟ ଗୁଡ଼ିକରେ କୋରୋନା ଭାଇରସ୍ ବୃଦ୍ଧି ଘଟିଥିବାର ସୂଚନା ମିଳିଛି ।

ଲାକ୍ଷାଦ୍ବୀପ

ଏହି କେନ୍ଦ୍ର ଶାସିତ ଅଞ୍ଚଳ 36ଟି ଛୋଟବଡ ଦ୍ବୀପପୁଞ୍ଜକୁ ନେଇ ଗଠିତ ଏକ ମନୋରମ ଦ୍ବୀପପୁଞ୍ଜ । ଏହି ଅଞ୍ଚଳକୁ ଏପର୍ଯ୍ୟନ୍ତ କୌଣସି କୋଭିଡ୍ -19 ମାମଲା ରିପୋର୍ଟ ହୋଇନାହିଁ | ଅନ୍ୟପକ୍ଷରେ, ଆଣ୍ଡାମାନ ଏବଂ ନିକୋବର 33 ଟି ରିପୋର୍ଟ ଥିବା କୋରୋନା ଭାଇରସ ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଏବଂ ତାମିଲନାଡୁ ଏପରି ରାଜ୍ୟ ଯେଉଁଠାରେ କୋରୋନା ଭାଇରସ ସଂକ୍ରମଣ 5000 ଅତିକ୍ରମ କରିଛି । 20,000 ରୁ ଅଧିକ ମାମଲା ସହିତ ମହାରାଷ୍ଟ୍ରରେ କୋଭିଡ-19 ରିପୋର୍ଟରେ ଦେଶରେ ଟପରେ ରହିଛି । ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ କୋରୋନା ଭାଇରସ ମାମଲା 3000 ଅତିକ୍ରମ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.