ETV Bharat / bharat

ଦୁର୍ନୀତିରେ ଜଡିତ ଭାରତୀୟ ରାଜନେତା, ଜାଣନ୍ତୁ ଦଣ୍ଡିତ ହୋଇଥିବା କିଛି ଚର୍ଚ୍ଚିତ ଚେହେରା... - Corruption cases

ସିବିଆଇ 2016 ଜୁନ୍ ସୁଦ୍ଧା 337 ଟି ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା । ଏଥିରେ 487 ସରକାରୀ କର୍ମଚାରୀ, 660 ବେସରକାରୀ ବ୍ୟକ୍ତି ଏବଂ 14 ଜଣ ରାଜନେତା ସାମିଲ ଥିଲେ ।

ଦୁର୍ନୀତିରେ ଜଡିତ ଭାରତୀୟ ରାଜନେତା
ଦୁର୍ନୀତିରେ ଜଡିତ ଭାରତୀୟ ରାଜନେତା
author img

By

Published : Oct 7, 2020, 4:45 PM IST

ହାଇଦ୍ରାବାଦ: ସିବିଆଇ 2016 ଜୁନ୍ ସୁଦ୍ଧା 337 ଟି ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା । ଏଥିରେ 487 ସରକାରୀ କର୍ମଚାରୀ, 660 ବେସରକାରୀ ବ୍ୟକ୍ତି ଏବଂ 14 ଜଣ ରାଜନେତା ସାମିଲ ଥିଲେ । ଭାରତରେ ଦୁର୍ନୀତି ସହ ପ୍ରାୟ 115ରୁ ଅଧିକ ରାଜନେତା ଜଡିତ । ପ୍ରାୟ 6,400 ମାମଲା ବିଚାରଧୀନ ହୋଇରହିଛି ଓ ଅନେକଙ୍କୁ ଦଣ୍ଡ ମଧ୍ୟ ଦିଆଯାଇଛି । ୟୁପିଏ ସରକାର ଥିବା ସମୟରେ ଭାରତରେ ସର୍ବାଧିକ ଦୁର୍ନୀତି ହୋଇଛି । ଅନେକ ପଳାତକ ଘୋଷିତ ମଧ୍ୟ ହୋଇସାରିଛନ୍ତି ।

  1. ସେପ୍ଟେମ୍ବର 2013ରେ କଂଗ୍ରେସ ନେତା ତଥା ପୂର୍ବକେନ୍ଦ୍ରମନ୍ତ୍ରୀ ରଶିଦ୍ ମହମ୍ମଦ ଏମବିବିଏସ ସିଟ୍ ଘୋଟାଲାରେ 4 ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସଂସଦର ପ୍ରଥମ ନିର୍ବାଚିତ ସଦସ୍ୟ ହେବା ପରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।
  2. ସେପ୍ଟେମ୍ବର 2013ରେ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଫୁଡର୍ ଘୋଟାଲାରେ 5 ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏଥିରେ ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ମଧ୍ୟ ସାମିଲ ଥିଲେ, ଏଥିପାଇଁ ତାଙ୍କୁ 3 ବର୍ଷର ଦଣ୍ଡ ଶୁଣାଯାଇଥିଲା । ଏହସହ ଏଥିରେ ବିହାରର ସାଂସଦ ଜଗଦିଶ ଶର୍ମା ମଧ୍ୟ ଜଡିତ ଥିଲେ ।
  3. ନଭେମ୍ବର 2011ରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶୁଖରାମ ଏକ ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
  4. ମାର୍ଚ୍ଚ 2014ରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା ନେତା ବାବନରାଓ ଘୋଲାପଙ୍କୁ ଅନୁପଯୁକ୍ତ ସମ୍ପତ୍ତି ମାମଲାରେ 3 ବର୍ଷର କାରାଦଣ୍ଡ ଦିଆଯାଇଥିଲା ।
  5. ମେ 2014ରେ ବିଧାୟକ ସୁରେଶ ହଲଭନକରଙ୍କୁ 3 ବର୍ଷ କାରାଦଣ୍ଡ ଦିଆଯାଇଥିଲା ।
  6. ସେପ୍ଟେମ୍ବର 2014ରେ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଦୁର୍ନୀତି ନିବାରଣ ଆଇନ 2014 ଅନୁଯାୟୀ ଅନୁପଯୁକ୍ତ ସମ୍ପତ୍ତି ଥିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 11 ମେ 2015 ରେ ଜୟଲଳିତା ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲ ।
  7. 2013ରେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା ଓ ତାଙ୍କ ପୁଅ ଅଜୟ ଚୌଟାଲାଙ୍କୁ 2013 ରେ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଶିକ୍ଷକ ନିଯୁକ୍ତି ସ୍କାମରେ ସେ ଜଡିତ ଥିଲେ ।
  8. 2017 ଡିସେମ୍ବରରେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୂ କୋଡାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ଦୁର୍ନୀତି ଏବଂ ଷଡଯନ୍ତ୍ରରେ ଦୋଷୀ ସାବ୍ୟସ୍ତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.