ETV Bharat / bharat

ଆର୍ଥିକ ରାଜଧାନୀକୁ ଭଙ୍ଗା କୋଠା ଚଡକ

ଦେଶର ଆର୍ଥିକ ରାଜ୍ୟର ରାଜଧାନୀ ଭାବେ ଜଣାଶୁଣା ମୁମ୍ବାଇ। ହେଲେ ମୁମ୍ବାଇକୁ ସର୍ବଦା ବିଲଡିଂ ଭୂଷୁଡିବା ଭୟ ଘାରି ରହିଛି । ତେବେ ନଜର ପକାନ୍ତୁ ଅତୀତରେ ମୁମ୍ବାଇରେ ଘଟିଥିବା କିଛି ବିଲଡିଂ ଭୂଷୁଡିବା ଘଟଣା ଉପରେ...

author img

By

Published : Jul 16, 2019, 9:55 PM IST

Updated : Jul 16, 2019, 10:12 PM IST

ଡିଜାଇନ ଫଟୋ

ମୁମ୍ବାଇ: ସବୁଦିନ ପରି ଚଳଚଞ୍ଚଳ ଥିଲା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ଗହଳି ଚହଳିରେ ଫାଟି ପଡୁଥିଲା ଗଳିକନ୍ଦି । ହଠାତ୍ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଏକ 4 ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି । ଯେଉଁଥିରେ 10 ଜଣ ଲୋକ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 40ରୁ ଊର୍ଦ୍ଧ୍ୱ ଲୋକ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏ ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ 5 ରୁ 6 ଦମକଳ ବାହିନୀ, ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ମୁତାବକ, ପୂର୍ବାହ୍ନ ପ୍ରାୟ 11.40 ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ବିଲଡିଂ ଏକ ଗଳି ମଧ୍ୟରେ ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ତେବେ ଏହି ବିଲଡିଂଟି ପ୍ରାୟ 80ରୁ 100 ବର୍ଷ ତଳର ବୋଲି ସୂଚନା ମିଳିଛି । ବିଲଡିଂଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏଥିରେ ଲୋକଙ୍କୁ ଏଥିରେ ନ ରହିବାକୁ ପୂର୍ବରୁ ବିଏମସି ଚେତାବନୀ ମଧ୍ୟ ଦେଇଥିଲା । ହେଲେ ବିଏମସିର ଚେତାବନୀ ପ୍ରତି କେହି ଭ୍ରୂକ୍ଷେପ ନ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

ମୁମ୍ବାଇରେ ବିଲଡିଂ ଭୁଶୁଡିବା ଘଟଣା ଉପରେ ଯଦି ଆମେ ନଜର ପକାଇବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ବଡ ବଡ କୋଠା ଭୁଶୁଡିବା ସହ ଅନେକ ନିରୀହ ଲୋକ ଏଥିରେ ପ୍ରାଣ ହରାଇ ଥିବା ନଜିର ରହିଛି । ନଜର ପକାନ୍ତୁ ପୂର୍ବରୁ ଘଟିଥିବା କିଛି ଏଭଳି ଘଟଣାବଳୀ ଉପରେ ...

  • 21 ଜୁନ 2013: ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଥିଲା । କୋଠା ତଳେ ଚାପି ହୋଇ ଯାଇଥିଲା 10 ଜଣଙ୍କ ପ୍ରାଣ । ସେହିପରି 9 ଜଣ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ 5ଜଣ ଶିଶୁ ଥିଲେ । ଏଥିସହ 20 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣାଟି ଘଟିଥିବାରୁ ଏହି ଘଟଣା ସମ୍ପର୍କରେ କେହି ହଠାତ୍ ଜାଣି ପାରି ନଥିଲେ ବୋଲି ମୁମ୍ବାଇ କମିଶନର କହିଥିଲେ ।
  • 27 ସେପ୍ଟେମ୍ବର 2013 : ବିଲଡିଂ ଭୁଶୁଡିବା ଘଟଣାକୁ 3 ମାସ ନପୁରୁଣୁ ପୁଣି ଏକ ବିଲଡିଂ ଭୁଶୁଡିବା ଘଟଣା ସାମ୍ନାକୁ ଆସିଥିଲା । ଯାହା ସାରା ଭାରତବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ମୁମ୍ବାଇର ମାଜାଗାଁଓ ଅଞ୍ଚଳରେ ଥିବା ଏକ 5 ମହଲା ବିଶିଷ୍ଟ କୋଠା ଭୁଶୁଡିଥିଲା । ଫଳରେ 61 ଲୋକ ପ୍ରାଣ ହରାଇଥିଲେ ଓ 32 ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ । ନିଜ ଆତ୍ମୀୟ ସ୍ବଜନଙ୍କୁ ହରାଇ ଭାଙ୍ଗି ପଡିଥିଲେ ସମସ୍ତେ ।
  • 6 ଅଗଷ୍ଟ 2016: ପ୍ରବଳ ବର୍ଷା କାରଣରୁ ଲୋକଙ୍କ ଘରଦ୍ବାର ଭାଙ୍ଗି 8 ଜଣ ଲୋକ ପ୍ରାଣ ହରାଇଥିଲେ ।
  • 2 ଏପ୍ରିଲ 2018: ମହାରାଷ୍ଟ୍ରରେ ଅନେକ ଆପାର୍ଟମେଣ୍ଟ ଏପରି ରହିଛି, ଯେଉଁ ଗୁଡିକ ଶହ ଶହ ବର୍ଷ ତଳର । ଜରାଜିର୍ଣ୍ଣ ଓ ବିପଦ ସଙ୍କୁଳ ଅବସ୍ଥାରେ ଅନେକ ଲୋକ ଏହି କୋଠା ଘରେ ବସବାସ କରୁଛନ୍ତି । ତେବେ ବାନ୍ଦ୍ରା ଥିବା ସରକାରୀ କଲୋନୀରେ ବସବାସ କରୁଥିବା 1600 ପରିବାରକୁ ସୁରକ୍ଷିତ ସ୍ଥାନ ଯିବାକୁ କହିଥିଲେ ମହାରାଷ୍ଟ୍ର ସରକାର । ଏପରିକି କୋଠା ଗୁଡିକୁ ପୁର୍ନଃବାର ନିର୍ମାଣ ପାଇଁ ସରକାର PWDକୁ କହିଥିଲେ ସୁଦ୍ଧା ଲୋକେ ଘର ଖାଲି କରିବା ବଦଳରେ ସେହି କୋଠାରେ ହିଁ ରହିଛନ୍ତି ।
  • 25 ଜୁନ 2018: ମୁମ୍ବାଇର ସେଣ୍ଟ୍ରାଲ ପ୍ଲାଜା ନିକଟରେ ଥିବା 3 ମହଲା ବିଲଡିଂରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ 28 ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ । ଯାହାକି ଜୁନ୍ ମାସରେ ଏହା ଥିଲା ତୃତୀୟ ଘଟଣା ।
  • 25 ଜୁଲାଇ 2018: ସେହିପରି ମୁମ୍ବାଇର ଭିୱାଣ୍ଡିରେ ଥିବା ବେଆଇନ କୋଠାର କିଛି ଅଂଶ ଭୁଶୁଡି ପଡିବାରୁ 6 ଜଣଙ୍କ ଜୀବନ ଯାଇଥିଲା । ଏଥିସହ 9 ଗୁରୁତର ଆହତ ହୋଇଥିଲେ ଏବଂ 7ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
  • 23 ଡିସେମ୍ବର 2018: ମୁମ୍ବାଇର ମୋତିଲାଲ ନଗରରେ ଏକ ନିର୍ମାଣାଧିନ ବିଲଡିଂ ଭୁଶୁଡି ପଡିବାରୁ 3ଜଣ ପ୍ରାଣ ହରାଇଥିଲେ ଏବଂ 8 ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପାଇଁ ପୋଲିସ ଠିକାଦାରକୁ ଗିରଫ କରିଥିଲା ।
  • 8 ଜୁଲାଇ 2019: ଗତ ସପ୍ତାହ ତଳେ ହିଁ ଶିବାଜୀ ନଗରରେ ସ୍ଥିତ ଏକ ବିଲଡିଂ ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିଲେ । ତେବେ 20 ଜଣ ଲୋକ ବିଲଡିଂ ତଳେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲେ । କେଉଁ କାରଣରୁ ଏହି ଅଘଟଣ ଘଟିଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

Intro:Body:

BLANK FOR LINK  

Conclusion:
Last Updated : Jul 16, 2019, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.