ETV Bharat / bharat

ହୋମ ଡେଲିଭରି ପାଇଁ ଅନୁମତି ମାଗିଲେ ମଦ ମାଲିକ - ମଦ ହୋମ ଡେଲିଭରୀ

ହୋମ ଡେଲିଭରି ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁମତି ମାଗିଲେ ଭାରତୀୟ ମଦ ଶିଳ୍ପର ଏକ ଶୀର୍ଷ ଗ୍ରୁପ ।

_liquor
ମଦ ହୋମ ଡେଲିଭରୀ ପାଇଁ ଅନୁମତି ମାଗିଲେ ମଦ ମାଲିକ
author img

By

Published : May 6, 2020, 9:41 AM IST

ନୂଆଦିଲ୍ଲୀ: ହୋମ ଡେଲିଭରି ପାଇଁ ଅନୁମତି ମାଗିଲେ ମଦ ମାଲିକ । ମଦ ହୋମ ଡେଲିଭରି ପାଇଁ ଦିଲ୍ଲୀ ସରକାରଙ୍କୁ ଅନୁମତି ମାଗିଲେ ଭାରତୀୟ ମଦ ଶିଳ୍ପର ଏକ ଶୀର୍ଷ ଗ୍ରୁପ । ଶିଳ୍ପ କହିଛି ଯେ, ମଦ ଦୋକାନମାନଙ୍କରେ ଲୋକମାନେ ସାମାଜିକ ଦୂରତା ବଜାୟ ରଖୁନାହାଁନ୍ତି । ଏଣୁ ଏଭଳି ସ୍ଥିତିରେ ମଦ ସିଧାସଳଖ ଘରେ ବିତରଣ କରିବାକୁ ଅନୁମତି ଦିଆଯିବା ଉଚିତ୍।

କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆଲକହଲିକ ବେବରେଜ କମ୍ପାନୀନିଜ୍ (ସିଆଇବିସି) କହିଛି ଯେ, ସରକାର ମଦ ବିକିବା ପାଇଁ ଟୋକେନ୍ ସିଷ୍ଟମକୁ ମଧ୍ୟ ଅନୁମତି ଦେଇପାରନ୍ତି।ଏହାଦ୍ବାରା ଭିଡ ନିୟନ୍ତ୍ରଣ ହୋଇପାରିବ ।

ତେବେ ଦିଲ୍ଲୀରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ସିଆଇଏବିସି ମହାନିର୍ଦ୍ଦେଶକ ବିନୋଦ ଗିରି କହିଛନ୍ତି ଯେ, ମଦର ଅନଲାଇନ୍ ବୁକିଂ ମାଧ୍ୟମରେ ମଦ ଦୋକାନ ଆଗରେ ଭିଡକୁ କମା ଯାଇପାରିବ । ଗିରି କହିଛନ୍ତି, ଆମେ ଦିଲ୍ଲୀ ସରକାରଙ୍କ ନିକଟକୁ ଯାଇ ମଦ ହୋମ ଡେଲିଭରୀ ଉପରେ ବିଚାର କରିବାକୁ କହିବୁ। ମଦ ହୋମ ଡେଲିଭରୀ ସୁରକ୍ଷିତ ଅଟେ ଏବଂ ଏଥିରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ।

ଗିରି ଅନ୍ୟ ଏକ ଉପାୟ ପରାମର୍ଶ ଦେଇ କହିଛନ୍ତି ଯେ, ସରକାର ଟୋକନ୍ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିପାରିବେ। ଯେକୌଣସି ବ୍ୟକ୍ତି ଅନଲାଇନରେ ମଦ ବୁକ୍ କରି ଟୋକେନ୍ ବାହାର କରିପାରିବେ ଏବଂ ତାଙ୍କ ସମୟ ଅନୁଯାୟୀ ପରେ ଆସି ମଦ ନେଇପାରିବେ ।

ସୂତ୍ରରୁ ପ୍ରକାଶ ଯେ ସରକାର କହିଛନ୍ତି ଯେ, ପଡୋଶୀ ରାଜ୍ୟରୁ ରାଜଧାନୀ ପର୍ଯ୍ୟନ୍ତ ମଦ କାରବାରକୁ ବନ୍ଦ କରିବା ଏକ ବଡ଼ ଚ୍ୟାଲେଞ୍ଜ ଅଟେ । ଆମକୁ ଏହା ଉପରେ କଡା ନଜର ରଖିବାକୁ ପଡିବ କାରଣ ଏହାଦ୍ବାରା ସରକାରଙ୍କ ରାଜସ୍ୱ ଉପରେ ପ୍ରଭାବ ପକାଇବ ।

ପ୍ରକାଶ ଥାଉକି, ଗତ ସୋମବାର ଗୃହ ମନ୍ତ୍ରାଣଳୟ ଦ୍ବାରା ଅନୁମତି ମିଳିବା ପରେ ଦିଲ୍ଲୀରେ 190 ଟି ମଦ ଦୋକାନ ଖୋଲିଛି। ମଙ୍ଗଳବାର ଦିନ ପ୍ରାୟ 150 ଟି ଦୋକାନ ଖୋଲିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ ଯେଉଁ ଅଞ୍ଚଳରେ ଲୋକମାନେ ସାମାଜିକ ଦୂରତା ବଜାୟ ରଖିବେନି ଉକ୍ତ ଅଞ୍ଚଳରେ ଲକଡାଉନ ଛାଡକୁ ଫେରାଇ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.