ETV Bharat / bharat

ଅନୁସନ୍ଧାନକାରୀଙ୍କ ପରି ବିଶ୍ବର ନେତାମାନେ କୋରୋନା ଭାଇରସ ସହ ଲଢ଼ିବା ଆବଶ୍ୟକ

author img

By

Published : Apr 3, 2020, 6:33 PM IST

କୋରୋନା ମହାମାରୀରେ ବିଶ୍ବର ୪୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୯ଲକ୍ଷ ୩୭ହଜାର ଲୋକ ଏଥିରେ ପୀଡ଼ିତ ହୋଇଛନ୍ତି । ଅନୁସନ୍ଧାନକାରୀଙ୍କ ପରି ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ବିଶ୍ବର ନେତାମାନେ ଆଗକୁ ଆସିବା ଆବଶ୍ୟକ ବୋଲି ଆନ୍ତର୍ଜାତୀୟ ସ୍ତରର ଏକ ଅଗ୍ରଣୀ ସାପ୍ତାହିକ ପତ୍ରିକା ପ୍ରକୃତି କହିଛି । ଅଧିକ ପଢନ୍ତୁ....

Like researchers, world leaders need to combat COVID-19 together
ଅନୁସନ୍ଧାନକାରୀଙ୍କ ପରି ବିଶ୍ବର ନେତାମାନେ କୋରୋନା ଭାଇରସ ସହ ଲଢ଼ିବା ଆବଶ୍ୟକ

ହାଇଦ୍ରାବାଦ: ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ମହାମାରୀରେ ବିଶ୍ବର ୪୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୯ଲକ୍ଷ ୩୭ହଜାର ଲୋକ ଏଥିରେ ପୀଡ଼ିତ ହୋଇଛନ୍ତି । ଅନୁସନ୍ଧାନକାରୀଙ୍କ ପରି ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ବିଶ୍ବର ନେତାମାନେ ଆଗକୁ ଆସିବା ଆବଶ୍ୟକ ।ମହାମାରୀକୁ ଦୂର କରିବା ପାଇଁ କାନ୍ଧକୁ କାନ୍ଧ ମିଶାଇ କାମ କରିବା ଦରକାର । ଏହା ସହ କୋରୋନା ବିଶ୍ବକୁ ସ୍ତବ୍ଧ କରିଦେଇଛି ବୋଲି ଆନ୍ତର୍ଜାତୀୟ ସ୍ତରର ଏକ ଅଗ୍ରଣୀ ସାପ୍ତାହିକ ପତ୍ରିକା ପ୍ରକୃତି ଚେତାବନୀ ଦେଇଛି ।

ଗବେଷକମାନଙ୍କୁ ପ୍ରଶଂସା କରି ସାପ୍ତାହିକି କହିଛି ଯେ, ସାରା ବିଶ୍ବରେ ହଜାର ହଜାର ଗବେଷକ ଆଗକୁ ଆସିଛନ୍ତି ଏବଂ ଜୀବନ ନେଉଥିବା ଭୂତାଣୁକୁ ମାରିବା ଉଦ୍ଦେଶ୍ୟରେ ଏକ ସ୍ଥାୟୀ ସମାଧାନ ଆଣିବା ପାଇଁ ସେମାନଙ୍କର ସମୟ ଏବଂ ଚିନ୍ତାଧାରାକୁ ବଞ୍ଚାଇ ରଖିଛନ୍ତି । ତେବେ ଏହି ରିପୋର୍ଟରେ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିମାନେ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବର ନେତାମାନେ ମହାମାରୀର ଜବାବ ଦେବା ଉଚିତ ଯେପରି ସେମାନେ ୨୦୦୮ରେ ଆର୍ଥିକ ସଙ୍କଟ ସମୟରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ରିପୋର୍ଟରେ ବ୍ରଡ଼ ଇନଷ୍ଟିଚ୍ୟୁଟ୍ ଅଫ୍ ଏମଆଇଟି, କେମ୍ବ୍ରିଜ୍, ମାସାଚୁସେଟ୍ସ, ହାର୍ଭାର୍ଡ ଏବଂ ବୋଗୋଟା ସ୍ଥିତ ନ୍ୟାସନାଲ ୟୁନିଭରସିଟି ଅଫ୍ କଲମ୍ବିଆ ପରି ବିଶ୍ବବିଦ୍ୟାଳୟ ଭିତ୍ତିକ ଲାବୋରେଟୋରୀ ଗୁଡ଼ିକ କୋରୋନା ଭାଇରସ ପରୀକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଏହି ସମୟରେ, ଅନୁସନ୍ଧାନ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଖୋଜିବାକୁ ଅନୁସନ୍ଧାନକାରୀଙ୍କ ଦ୍ୱାରା ପ୍ରତିଷ୍ଠିତ କ୍ରାଉଡ଼ଫାଇଟ୍ କୋଭିଡ଼-୧୯ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ଲୋକପ୍ରିୟତା ହାସଲ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ଲାଟଫର୍ମ ୩୫,୦୦୦ ରୁ ଅଧିକ ସ୍ବେଚ୍ଛାସେବୀଙ୍କ ପଞ୍ଜିକରଣ କରିଥିବା ରିପୋର୍ଟ ପ୍ରକାଶ କରିଛି । ଭାଇରସ ଯୋଗୁଁ ପ୍ରଭାବିତ ବ୍ୟକ୍ତିଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବା ସହିତ ବିଶ୍ବର ନେତାମାନେ ଏକାଠି ହୋଇ କୋରୋନା ଭାଇରସ୍ ବିରୋଧରେ ଲଢ଼େଇରେ ଅନୁସନ୍ଧାନକାରୀଙ୍କ ପାଦଚିହ୍ନ ଅନୁସରଣ କରିବା ପାଇଁଉପଯୁକ୍ତ ସମୟ ଆଗତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.